• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ବନ୍ଧୁତାରେ ଲାଗିଲା ରକ୍ତର ଛିଟା । ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସାଙ୍ଗ । ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ଜଣେ ସାଙ୍ଗ ନିଜ ସାଙ୍ଗର ଜୀବନ ନେଇଯାଇଛି । ମୃତକ ହେଲେ ବନ୍ଦେଇପଦର ଗାଁର ସୁଶୀଲ ସାହୁ । ଏହି ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।

ସୁଶୀଲ ସାହୁ ଗତକାଲି ପୁଟୁଳାମହୁଲ ଗାଁକୁ ଯାଇଥିଲେ । ସେହି ଗାଁର ପିଣ୍ଟୁ ସାହୁଙ୍କ ସହ ବସି ମଦପାନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ପିଣ୍ଟୁ ଏକ ଠେଙ୍ଗାରେ ସୁଶୀଲଙ୍କୁ ପିଟି ପିଟି ହତ୍ୟା କରିଥିଲା  । ଏହି ଘଟଣାରେ ଆଉ ଜଣେ ଯୁବକଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

ଯାହା ସୂଚନା ମିଳିଛି, ପିଣ୍ଟୁ ଓ ସୁଶୀଲ ଭଲ ସାଙ୍ଗ ଥିଲେ । କେଉଁ କାରଣ ପାଇଁ ଏମିତି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି । ତଥାପି ଟଙ୍କା ନେଣଦେଣକୁ ନେଇ ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଏବେ ଅଭିଯୁକ୍ତ ପିଣ୍ଟୁ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଅଧିକ ପଢ଼ନ୍ତୁ: ସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...

  • Reported by:
  • Karunakar Budek