• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

maharastra
Politics: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼, ଶତ୍ରୁତା ଭୁଲି ଉଦ୍ଧବ ଭେଟିଲେ ଫଡନାଭିସଙ୍କୁ

ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମହାୟୁତି ମେଣ୍ଟ ମଧ୍ୟରେ ଅନ୍ତଃକନ୍ଦଳ ବିଶେଷକରି ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀପଦ ବଣ୍ଟନ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇ ଛକାପଞ୍ଝା ଲାଗି ରହିଛି ।

 Odisha Student’s Self-Immolation Attempt Ignites BJD, Congress Protests
FM ଛାତ୍ରୀ ଆତ୍ମାହୂତି ଘଟଣା: ତେଜିଲା ରାଜନୀତି, ଜବାବ ରଖିଲା ବିଜେପି

କଲେଜ୍ କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟ ନପାଇ ଆତ୍ମାହୂତି ଉଦ୍ୟମ କରି ଜୀବନ ସହ ସଂଗ୍ରାମ କରୁଛନ୍ତି ଏଫ ଏମ୍ ଛାତ୍ରୀ। ସେପଟେ ଘଟଣାକୁ ନେଇ ତେଜୁଛି ରାଜନୀତି।

Auto Driver
Auto Driver Attacked:ଏଠି ବି ଉଠିଲାଣି ଅସ୍ମିତା ପ୍ରସଙ୍ଗ, ମାଡ଼ ଖାଇ କ୍ଷମା ମାଗିଲେ ଅଟୋ ଡ୍ରାଇଭର୍

ସେ କହିଥିଲେ, “ମୁଁ ହିନ୍ଦୀ କହୁଛି, ଭୋଜପୁରୀ କହୁଛି, ମରାଠୀ ନୁହେଁ।” ଏହି ବୟାନର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶିବସେନା (UBT) କର୍ମୀମାନେ ତାଙ୍କୁ ଖୋଜି ଖୋଜି ବାହାର କରି ଶନିବାର ଦିନ ବିରାର ରେଳ ଷ୍ଟେସନ ନିକଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ପାଇ ଆକ୍ରମଣ କରିଥିଲେ।

BJP
Mohan-Manmohan Duo: ନୂଆ ମୋଡ଼ରେ ରାଜନୀତି: ମୋହନ ଓ ମନମୋହନଙ୍କ ଟାର୍ଗେଟ୍ ୨୦୨୯

ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ । ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ ।

BJP Politics
ବଦଳିବେ ଅନେକ ମନ୍ତ୍ରୀ ! ଲବିରେ ବୋର୍ଡ ଓ ନିଗମ ଆଶାୟୀ

ବଢ଼ିଲା ଆଶାୟୀଙ୍କ ମନ୍ତ୍ରୀ ମୁଆଁ ପାଇବା ଆଶା। ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ଆଶା ବି ବଢ଼ିଲା। ନୂଆ ସଭାପତିଙ୍କୁ ନେଇ ଯୋଶରେ ରାଜ୍ୟ ବିଜେପି କ୍ୟାମ୍ପ

BJD-BJP Politics
ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

ମେରିଆବଜାର ଅଞ୍ଚଳର ବରିଷ୍ଠ ନାଗରିକ ସୁବ୍ରତ କୁମାର ସରକାରଙ୍କ ଘର ବାଉଣ୍ଡ୍ରୀ ୱାଲକୁ ଲଗେଇ ଘର ନିର୍ମାଣ କରାଯାଉଛି ।

Jaynarayan Mishra
ଆହୁରି କୁହୁଳିଲା ରାଜନୀତି, ଜଗାଙ୍କ ସପକ୍ଷରେ ବାହାରି ବିଜେଡିକୁ ଧୋଇଲେ ଜୟନାରାୟଣ

କୋର୍ଟ ଗାଇଡଲାଇନ୍ ନମାନି ଯେଉଁ ନାଟକ କଲେ ସେଥିରୁ ହିଁ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ମାତ୍ର ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।

Xi Jinping
Xi Jinping: ଜିନପିଙ୍ଗଙ୍କ ଯୁଗ ଶେଷ, ଚୀନରେ ପଟ୍ଟ ପରିବର୍ତ୍ତନର ଆଭାସ !

ମେ ମାସରୁ ଚୀନର ରାଜନୈତିକ ଦୃଶ୍ୟପଟ୍ଟରୁ ସି ଜିନପିଙ୍ଗ ଯେପରି ଅଦୃଶ୍ୟ ହୋଇଯାଇଛନ୍ତି । ସେ କୌଣସି ପରେଡରେ ଯୋଗ ଦେଉନାହାଁନ୍ତି। ସେ କୌଣସି ଭାଷଣ ଦେଉନାହାଁନ୍ତି କିମ୍ବା ସରକାରୀ ଗଣମାଧ୍ୟମରେ ଦେଖାଯାଉନାହାଁନ୍ତି। ଚୀନର ଶୀର୍ଷ ଗୁଇନ୍ଦା ଅଧିକାରୀମାନଙ୍କ ସୂତ୍ର ଅନୁସାରେ, ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ କିଛି ଅସ୍ୱାଭାବିକତା ନାହିଁ ।

Politics
Jagannath Pradhan Arrest: ବିରୋଧୀଙ୍କୁ ନିରସ୍ତ୍ର କଲେ ମୋହନ, ଗିରଫ ବଢ଼ାଇବ ସରକାରଙ୍କ ଭାବମୂର୍ତ୍ତି !

ପ୍ରମାଣ ଥାଇ ଯଦି ଦଳ ଜଣେ ନେତାଙ୍କୁ ଘଣ୍ଟ ଘୋଡାଇବ, ତେବେ ଏହା ଯେ କୌଣସି ଦଳକୁ ବେଶ୍ ରାଜନୈତିକ କ୍ଷତି ପହଞ୍ଚାଇବ । ବୋଧହୁଏ ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଏବଂ ମୋହନ ସରକାର ଜଗନ୍ନାଥଙ୍କ ଆତ୍ମସମର୍ପଣ ଭଳି ଏକ ସମ୍ମାନଜନକ ରାସ୍ତା ବାହାର କରି ଦଳ ଓ ସରକାରଙ୍କର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସମର୍ଥ ହେଲେ ।

Puri Stampede
Puri Stampede: ଶରଧାବାଲି ଅଘଟଣକୁ ନେଇ ସରଗରମ ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ

ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।

Smriti Irani Net worth:
Smriti Irani Net worth: କୋଟି କୋଟି ଟଙ୍କାର ମାଲିକାଣୀ ସ୍ମୃତି ଇରାନୀ; ସମ୍ପତ୍ତି ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

ସ୍ମୃତି ଇରାନୀ ଖୁବ୍ ଶୀଘ୍ର "କ୍ୟୁଁକୀ ଶାଶା ଭି କଭି ବହୁ ଥି ୨" ରେ ନଜର ଆସିବେ। ସେ ଏହି ଶୋ' ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି। ସ୍ମୃତି ତାଙ୍କ କଠିନ ପରିଶ୍ରମ ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି କରିଛନ୍ତି। ଜାଣନ୍ତୁ କିପରି ସ୍ମୃତି ଇରାନୀ ତାଙ୍କ ସମର୍ପଣ ଏବଂ ପ୍ରତିଭା ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି।

Chirag Paswan
Chirag Paswan: କେନ୍ଦ୍ରମନ୍ତ୍ରୀ ପଦ ଛାଡିବେ ଚିରାଗ ପାଶ୍ୱାନ; ଯିବେ କୁଆଡ଼େ...

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି, ମୁଁ ପୂର୍ବରୁ ଏ କଥା କହିସାରିଛି । ମୁଁ ଜାତୀୟ ରାଜନୀତିରେ ବେଶି ଦିନ ରହିବି ନାହିଁ । ମୁଁ ବିହାର ଓ ବିହାରୀଙ୍କ ପାଇଁ ରାଜନୀତିକୁ ଆସିଛି । ମୋ ଲକ୍ଷ୍ୟ ହେଉଛି, ବିହାର ପ୍ରଥମ ଓ ବିହାରୀ ପ୍ରଥମ । ମୁଁ ସବୁବେଳେ ଚାହୁଁଛି, ବିହାରର ବିକାଶ ହେଉ ଓ ଅନ୍ୟ ବିକଶିତ ରାଜ୍ୟମାନଙ୍କ ସହ ବିହାର ସମକକ୍ଷ ହେଉ । ମୁଁ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଦିଲ୍ଲୀରେ ରହି ଏହା କରିବା ସମ୍ଭବ ନୁହେଁ ବୋଲି ମୁଁ ଅନୁଭବ କରୁଛି ।

Adivasi Land
Adivasi Land Sale Controversy: ଆଦିବାସୀଙ୍କ ଜମି ବିକ୍ରି : ଚପି ଯାଇଥିଲେ ପୂର୍ବ ସରକାର, ମୁଣ୍ଡ ଟେକିଲେ ମୋହନ ସରକାର

ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି ସରକାରକୁ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଥିଲା । ଶେଷରେ ବ୍ୟାକଫୁଟକୁ ଯିବାକୁ ବାଧ୍ୟ ହୋଇଥିଲା ନବୀନ ସରକାର । ବର୍ତ୍ତମାନର ବିଜେପି ସରକାର ସେହି ‘ଆଦିବାସୀଙ୍କ ଜମି ବିକ୍ରି’ ପ୍ରସଙ୍ଗ ଉଠାଇ ବିତର୍କର ସାମ୍ନା କରୁଛନ୍ତି। ତେବେ ଅଚାନକ ସରକାର ଏହି ଜମି କିଣା ବିକା ଉପରେ ମନ ବଳାଇଲେ କାହିଁକି?

Legacy
Political Legacy:ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

ପାଞ୍ଚ ପାଞ୍ଚ ଥର ଏହି ଆଞ୍ଚଳିକ ଦଳକୁ କ୍ଷମତାସୀନ କରାଇଲେ । ହେଲେ ଏହି ୨୪ ବର୍ଷ ଶାସନ ମଧ୍ୟରେ ବିଜୁ ଜନତା ଦଳ ‘ବିଜୁ ଲିଗାସୀ’ ମଧ୍ୟରୁ ବାହାରି ଆଉ ଏକ ଲିଗାସୀ ସୃଷ୍ଟି କରିବାରେ ଲାଗି ପଡ଼ିଲା । ପ୍ରଥମରୁ ବିଜୁଙ୍କ ଫଟୋଚିତ୍ର ଲଗାଇ ଏବଂ ଅନେକ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରାଗଲା । ଦଳ ଧିରେ ଧିରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କର ଏକ ଲିଗାସୀ ସୃଷ୍ଟି କରିବା ପାଇଁ ଚେଷ୍ଟା କଲା ।

Javed Akhtar reveals black truth of film industry
Javed Akhtar: ସେଲିବ୍ରିଟିମାନେ କଥା କହିବାକୁ ଏଡ଼ାନ୍ତି ନାହିଁ, କିନ୍ତୁ ସେମାନେ ଭୟ କରନ୍ତି; ଜାଭେଦ ଅଖତର

ଜାଭେଦ ଅଖତର ସେ ତାଙ୍କ କଥା ପାଇଁ ଲୋକଙ୍କ ଟାର୍ଗେଟରେ ରୁହନ୍ତି, କିନ୍ତୁ ସେ ସର୍ବଦା ତାଙ୍କର ସ୍ପଷ୍ଟବାଦୀ ଷ୍ଟାଇଲ୍‌ରେ କଥା ହୁଅନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ କାହିଁକି ବଲିଉଡ୍‌ ସେଲିବ୍ରିଟିମାନେ ରାଜନୈତିକ ପ୍ରସଙ୍ଗରେ ନୀରବ ରହିବାକୁ ପସନ୍ଦ କରନ୍ତି।

Unity
Operation Sindhur India Unites Against Terrorism: ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ

ମେ' ୬ ମଧ୍ୟରାତ୍ରି ଠାରୁ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି l ଆତଙ୍କବାଦର ଫାକ୍ଟ୍ରି ଚଳାଇଥିବା ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି l ତେବେ ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଏକ ଅଦ୍ଭୁତପୂର୍ବ ରାଜନୈତିକ ଏକତା ଦେଖିଛି ।

BJD
BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

Preity Zinta reacts on rumours of entering in politics
Preity Zinta: ବିଜେପିରେ ଯୋଗ ଦେବେ କି ପ୍ରୀତି ଜିଣ୍ଟା… ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ପ୍ରୀତି ଜିଣ୍ଟା ଏକ ସେସନ୍ ଆରମ୍ଭ କରିଛନ୍ତି ଯେଉଁଠାରେ ୟୁଜର୍‌ମାନେ ଯେକୌଣସି ବିଷୟରେ ପ୍ରଶ୍ନ ପଚାରନ୍ତି। ଜଣେ ୟୁଜର ପ୍ରୀତି ଜିଣ୍ଟାଙ୍କୁ ରାଜନୀତି ସହ ଜଡିତ ଏକ ପ୍ରଶ୍ନ ପଚାରିଥିଲେ। ଜାଣନ୍ତୁ ସେ କ’ଣ କହିଲେ?

BJD Internal Conflict:
BJD Internal Conflict: ୮ ଦିନ ଚୁପ୍‌ ଥିଲେ, ଏବେ ନବୀନଙ୍କୁ ନେଇ ମୁହଁ ଖୋଲିଲେ ସୁଲତା...

ଖାଲି ମୁନାଙ୍କୁ ନୁହେଁ ଦେବାଶିଷଙ୍କୁ ବି କଲେ ଆଟାକ୍‌ । ଆଉ ସସ୍ମିତଙ୍କୁ ଦେଲେ କ୍ଲିନଚିଟ୍‌ ।  ୱାକଫ୍‌ ବିଲ କଥା ଉଠାଇ ସଭାପତି ନବୀନଙ୍କୁ ପଛ କରିଲେ, ପାଣ୍ଡିଆନ୍‌ଙ୍କୁ ଆଗ କରିଦେଲେ ସାଂସଦ ସୁଲତା ।

ରାଜନୈତିକ ବ୍ୟଙ୍ଗ
Political Satire ‘Taluru Talipa’: ବାବୁରେ...ଆଉ ବୋଲ ମାନୁନି ‘ବିବେକ’

କିସ ଦେଖିଲା ଏ ନେତ୍ର, କିସ ନଶୁଣିଲା ଏ କର୍ଣ୍ଣ। କି ଯୁଗ ହେଲାରେ ଭାଇ। ଯୋଉ ଲୋକମାନେ ଦିନେ ଶଂଖ ମୁଖିଆଙ୍କ ଛାଇ ଦେଖିଲେ ଡରୁଥିଲେ ସେମାନେ ଏବେ ମୁହଁ ଉପରେ କଥା କହୁଛନ୍ତି…। ଖାଲି ତ କଥା କହୁନାହାଁନ୍ତି….ବିବେକକୁ କିଏ ବାଟବଣା କଲା, ସେଇ କଥା ପଚାରି ପୁଣି ଜବାବ ମାଗୁଛନ୍ତି।

naveen
Waqf Voting Controversy: ବିଜେଡି କଳି ତୁଟୁନ, ନବୀନ ନିବାସରେ ବରିଷ୍ଠ ଓ ଅଂଶୁମାନଙ୍କ ଘରେ ଯୁବ ନେତା ଏକାଠି

ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି। ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ।

Sambit Routray Calls VK Pandian Part of the Past
Waqf Bill Row: ‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’

ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ଟ୍ବିଟ୍‌ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍‌ ହେଲାନି । ଏପରି ଟ୍ୱିଟ୍‌ କରିବା ପୂର୍ବରୁ ଟିକେ ଭାବିବାର ଥିଲା ବୋଲି କହିଲେ । 

ରାଜ୍ୟ ରାଜନୀତି
Game for Heir: ‘ବିବେକ’ ବାଟବଣା...ମହାସଂକଟର ସାମ୍ନା କରୁଛି BJD

ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଶ୍ରୀ ଜେନା ଓ ଶ୍ରୀ ସାମଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡ଼ି ଏକ ଧର୍ମନିରପେକ୍ଷ ଦଳ ଓ ସଂଶୋଧିତ ବିଲ୍‌ରେ ସିଧାସଳଖ ସଂଖ୍ୟାଲଘୁମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯାଇଥିବାରୁ ଦଳ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

BJD
VK Pandian in BJD Controversy: ଫେଲ୍ ମାରିଗଲା ପାଣ୍ଡିଆନ ପ୍ଲାନ, ଏବେ କରିବେ କ’ଣ ?

ପାଣ୍ଡିଆନ ପଛରେ ରହି ଏବେ ବି ଦଳକୁ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ପୁଣି ସାମନାକୁ ଆସି ଦଳର ମଙ୍ଗ ଧରିବାକୁ ଯୋଜନା କରିଥିଲେ । ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡିର ଜଣେ ଯୁବନେତ୍ରୀ ଗତକାଲି ନବୀନ ନିବାସ ଆସିଥିଲେ । ତାଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ଆସିଥିଲେ । ଯୋଜନା ମୁତାବକ ସେମାନେ ପାଣ୍ଡିଆନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସଭାପତିଙ୍କୁ ଅନୁରୋଧ କରିଥାଆନ୍ତେ । କିନ୍ତୁ ସେହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କର ଏକ ଟିମ୍ ଆସି ପହଞ୍ଚିଥିଲେ ନବୀନ ନିବାସରେ ।

Special Story: Big Conspiracy in BJD — Sasmit Patra Turns Rebel, But Why?
ଷଡ଼ଯନ୍ତ୍ର ପଛରେ କିଏ ?

ବିଜେଡିରେ ହୋଇଛି ବଡ଼ ଷଡ଼ଯନ୍ତ୍ର ! ଷଡ଼ଯନ୍ତ୍ର ପଛରେ କିଏ ? କିଭଳି ଓ କେଉଁ ପରିସ୍ଥିତିରେ ସସ୍ମିତ ଦଳର ବିରୋଧୀ ଆଭିମୁଖ୍ୟ ରଖିଲେ ? ସମସ୍ତ କଥା ତର୍ଜମା ହେବା ଆବଶ୍ୟକ ।