ଗର୍ଭବତୀ ବୋହୂଟିଏ ଲୋଭରେ ପାଣିକଖାରୁଟିଏ ଚୋରି କଲା ବୋଲି ଷଠି ମାଆ ତାକୁ ଦେଲେ ଏମିତି ଦଣ୍ଡ। ଗୋଟିଏ ନୁହେଁ, ତା କୋଳରୁ ଉଠାଇ ନେଇଥିଲେ ପାଞ୍ଚ ପାଞ୍ଚଟି କଅଁଳା ଶିଶୁ। କିନ୍ତୁ ଶେଷରେ...
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।
ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠେ। ପରସ୍ପର ୪ ବର୍ଷ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ଗୋଟିଏ ଛାତ ତଳେ କାଟନ୍ତି। କିନ୍ତ ସେମାନଙ୍କ ଏହି ପ୍ରେମ କାହାଣୀରେ ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ଆସନ୍ତି, ସେତେବେଳେ ସେ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଚାଲିଯାଆନ୍ତି।
ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ‘ତୁମେ ମୋର ଭଲ ବନ୍ଧୁ’ ବୋଲି ବାରମ୍ବାର କହିବାର ଅର୍ଥ କ’ଣ ହୋଇପାରେ ? ହୁଏତ ବନ୍ଧୁତ୍ୱ ଉଜୁଡି ଯାଇଛି । କିମ୍ବା ବନ୍ଧୁତ୍ୱ ଉଜୁଡି ଯିବାର ଆଶଙ୍କା ଭୟଭୀତ କରି ଦେଇଛି । ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ପାକିସ୍ତାନ-ଚୀନ ବନ୍ଧୁତ୍ୱର ଏତେ ବେଶି ପ୍ରଚାର କରିବା ହୁଏତ ରୁଷିଥିବା ଚୀନକୁ ମନେଇବା ପାଇଁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି ।
ପ୍ରାୟତଃ ମଧ୍ୟ ବୟସ୍କ ପୁରୁଷ ମାନେ ଅନେକ ସମୟରେ ଡାକ୍ତରଙ୍କ ପାଖକୁ କୌଣସି ସ୍ବାସ୍ଥ୍ୟ ସମସ୍ୟା କିମ୍ବା ପରୀକ୍ଷା ପାଇଁ ଗଲେ ଏହି ପ୍ରଶ୍ନ ଶୁଣନ୍ତି ଯେ, “ଆପଣଙ୍କର ପ୍ରୋଷ୍ଟେଟ୍ ସମସ୍ୟା ରହିଛି କି?” କେବେ ଚିନ୍ତା କରିଛନ୍ତି କାହିଁକି ଡାକ୍ତର ଆପଣଙ୍କ କିମ୍ବା ଆପଣଙ୍କର କେହି ଜଣାଶୁଣା ବ୍ୟକ୍ତିଙ୍କୁ ଏହି ପ୍ରଶ୍ନ ବାରମ୍ବାର ପଚାରନ୍ତି ? ସତରେ କ’ଣ ଆପଣ ଏ ବିଷୟରେ ଜାଣିବା କିମ୍ବା ସଚେତନ ହେବା ଆବଶ୍ୟକ ? କ’ଣ ସାଧାରଣ ଲକ୍ଷଣ ବା ସମସ୍ୟା ଦେଖାଯାଏ ଏ କ୍ଷେତ୍ରରେ ? ଏଥର ସ୍ବାସ୍ଥ୍ୟ ଲେଖାରେ ଜାଣିବା ପ୍ରୋଷ୍ଟେଟ୍ ସ୍ବାସ୍ଥ୍ୟ ବିଷୟରେ।
ଚମକ ହରାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ । ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଖେଳି ନାହାନ୍ତି ଆନ୍ତର୍ଜାତିକ କ୍ରିକେଟ୍ । ଏବେ ଆଇପିଏଲ୍ରେ ବି ନିରାଶ କରୁଛନ୍ତି ଲିଗ୍ ଇତିହାସର ଏହି ସର୍ବଶ୍ରେଷ୍ଠ ବୋଲର୍ ।
କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ବୟସ ବର୍ଗର ଲୋକଙ୍କ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଅଧା ବୟସରେ ଚାକିରି ହରାଇବା ଆର୍ଥିକ ଏବଂ ଭାବପ୍ରବଣ ଉଭୟ ସ୍ତରରେ ଏକ ବିରାଟ ଅସ୍ଥିରତା ସୃଷ୍ଟି କରିଥାଏ । ସେମାନଙ୍କର ପିଲାମାନେ କଲେଜ ଯାଉଥାଆନ୍ତି, କେତେ କ’ଣ ଋଣ କରଜ ସହ ଚାକିରିର ଚାପ.. ଏ ସ୍ଥିତିରେ ହଠାତ୍ ଚାକିରି ହରାଇବା ବହୁତ ଚିନ୍ତାଜନକ।
ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ ଦେଇଥିଲେ।
ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ।
କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱାକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇ ସାରିଛି । ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ଆକ୍ରମଣର ଶିକାର ହେବା ପରେ ଘରଦ୍ୱାର ଛାଡି ପଳାଇଛନ୍ତି । ଏପରିକି ଦଙ୍ଗାକାରୀମାନେ ବିଏସଏଫ ଯବାନଙ୍କୁ ବି ଛାଡି ନାହାନ୍ତି । ଯବାନଙ୍କ ଉପରକୁ ପଥର ଫିଙ୍ଗିବା ସହ ଜଳୁଥିବା ବୋତଲ ମାଡ କରିଛନ୍ତି । ସାଂଘାତିକ ହୋଇପଡ଼ିଛି ପଶ୍ଚିମବଙ୍ଗ ସ୍ଥିତି ।
ତପସ୍ୟାରେ ବସିଥିବା ଋଷିଙ୍କ ଉପରେ ଉଇହୁଙ୍କା ମାଡି ଯାଇଥିଲା । ଦିନେ କୌତୁହଳରେ ରାଜକୁମାରୀ କଣ୍ଟାରେ ହୁଙ୍କାକୁ ଫୁଟାଇଲେ ଯେ ଋଷି ଅନ୍ଧ ହେଇଗଲେ । କଣ ହେଲା ତାପରେ? ରାଜକୁମାରୀଙ୍କୁ କ୍ଷମା କଲେ ଋଷି ନା ଅଭିଶାପ ଦେଲେ? କେମିତି କଲେ ରାଜକୁମାରୀ ପ୍ରାୟଶ୍ଚିତ? ସେସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନୂଆବର୍ଷ। ଓଡ଼ିଆଙ୍କର ପ୍ରକୃତ ନୂଆବର୍ଷ ଜାନୁଆରୀ ୧ ନୁହେଁ, ଏପ୍ରିଲ ୧୪। ଏହିଦିନ ଓଡ଼ିଆଙ୍କର ଅନେକ ନୂଆକଥା ଆରମ୍ଭ ହୋଇଥାଏ। ତା ସହିତ ଏକାଧିକ ପର୍ବ ମଧ୍ୟ ଏହିଦିନ ପଡ଼ିଥାଏ।
ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।
ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର କରନ୍ତି ଖୋଲାଖୋଲି କହିଥିଲେ ।
ପ୍ରଭୁ ହନୁମାନଙ୍କର ଜନ୍ମ ଓ ପିଲାଦିନକୁ ନେଇ ଭାରତୀୟ ପୁରାଣରେ ଅନେକ ରୋଚକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ଏହା କେମିତି ହନୁମାନଙ୍କ ଜୀବନ ସହିତ ଜଡ଼ିତ ପଢ଼ନ୍ତୁ।
୧୯୪୦ ମସିହାର ଏକ ଆଇନ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ପ୍ରବାସୀମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଏହାକୁ କେବେ ବି ସ୍ଥିର ଭାବରେ ଲାଗୁ କରାଯାଇ ନଥିଲା। ହେଲେ ଏବେ ନୂତନ ନିୟମ ଗୁଡ଼ିକ କଡ଼ାକଡ଼ି କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ହେଲେ ଏଇଠି ପ୍ରଶ୍ନ ଉଠେ କାହାକୁ ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ପଡିବ? ଭାରତୀୟ H-1B ଏବଂ ଗ୍ରୀନକାର୍ଡ ଧାରକମାନଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡିବ କି ?
ପୁଲିସ ଏହି ହତ୍ୟା ମାମଲାରେ ଜଣେ ୨୨ ବର୍ଷୀୟ ଯୁବକ ସୌରଭ କୁମାର ଏବଂ ତା ଅଭିଭାବକଙ୍କୁ ଗିରଫ କରିଛି। ଏକ ହତ୍ୟା ଅଭିଯୋଗରେ ଜେଲରେ ଥିବା ସୌରଭର ଭାଇର ଜାମିନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ସୌରଭ ଶ୍ରୀ ମିଶ୍ରଙ୍କ ଘରେ ଲୁଟ୍ ଯୋଜନା କରିଥିଲା। କିନ୍ତୁ ସଫଳ ନହେବାରୁ ଗୁଳି ମାଡ଼ କରିଥିଲା।
ମଣିଷର ବୟସ ବଢିବା, ବୟସ୍କ ହେବା ଏବଂ କାର୍ଯ୍ୟକ୍ଷେତ୍ରରୁ ଅବସର ନେବା ପ୍ରାକୃତିକ ଓ ତାକୁ କେହି ଏଡାଇ ପାରିବେ ନାହିଁ। କିନ୍ତୁ କାର୍ଯ୍ୟକ୍ଷେତ୍ରରୁ ଅବସର ନେବାର ଅର୍ଥ ଯେ ସାମାଜିକ ଓ ପାରିବାରିକ ଏବଂ ଦୈନନ୍ଦିନ ଜୀବନରୁ ଅବସର ନେବା ତା’ ଆଦୌ ନୁହେଁ। କେମିତି ରଖିବେ ନିଜର ଏବଂ ନିଜ ଘରର ବୟସ୍କ ମାନଙ୍କ ମସ୍ତିଷ୍କ ଓ ବ୍ୟବହାରକୁ ସୁସ୍ଥ, ଜାଣିବା ଆଜି।
Mahabharat Story: ପିତାଙ୍କ ଆଦେଶରେ କିଏ ନିଜ ଜନ୍ମକଲା ମାଆକୁ ହତ୍ୟା କରିଥିଲେ? କୋଉ ଦୋଷ କରିଥିଲେ ଋଷି ପତ୍ନୀ ଯେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା? କାହିଁକି ହଜାରେ ହାତ ଥିବା ରାଜାକୁ ଜଣେ ତପସ୍ୱୀ ହତ୍ୟା କଲେ? କାହିଁକି ଏକୋଇଶି ଥର ପୃଥିବୀରୁ କ୍ଷତ୍ରୀୟମାନଙ୍କୁ ଲୋପ କଲେ ସେ? ଏମିତି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଯେତେବେଳେ ମେଘ ବରଷିବା ଆରମ୍ଭ ହୁଏ, ପରିବେଶ ଥଣ୍ତା ହୋଇଯାଏ । ଲାଗେ ଯେମିତି ଏ ବାୟୁମଣ୍ଡଳ ଆଶ୍ୱସ୍ତିର ନିଃଶ୍ୱାସ ନେଉଛି । ଗରମରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ବି ଅପୂର୍ବ ଶାନ୍ତି ଆଣି ଦେଇଥାଏ ଏହି ବର୍ଷା । ତେବେ ଏହା ପଛରେ କେବଳ ଥଣ୍ଡା ପବନ ନୁହେଁ, ଏକ ବୈଜ୍ଞାନିକ କାରଣ ଲୁଚି ରହିଛି ।
ମହିଳା ଜଣକ ଆଇଭିଏଫ ପ୍ରକିୟାରେ ଗର୍ଭବତୀ ହୋଇ ପିଲାକୁ ଜନ୍ମ ମଧ୍ୟ ଦେଇ ସାରିଛନ୍ତି । ଆଉ ଏହାକୁ ମାନବୀୟ ତ୍ରୁଟି କହି ସଫେଇ ଦେଇଛି ଆଇଭିଏଫ କ୍ଲିନିକ । ଅଷ୍ଟ୍ରେଲିଆରେ ୧୦୦ରୁ ଅଧିକ କ୍ଲିନିକ୍ ପରିଚାଳନା କରୁଥିବା ମୋନାସ୍ ଆଇଭିଏଫ ଏକ ବିବୃତିରେ କହିଛି, କର୍ମଚାରୀମାନଙ୍କ ଅସାବଧାନତା ଯୋଗୁଁ ଏପରି ଭୁଲ ହୋଇଯାଇଛି ।
ସମଗ୍ର ଓଡିଶାରେ ପ୍ରଧାନତଃ ଆଠ ଗୋଟି ତନ୍ତ୍ରପୀଠରେ ଶକ୍ତି ସ୍ୱରୂପିଣୀ ଦେବୀ ଅଷ୍ଟଭୁଜା, କେଉଁଠି ଦ୍ବିଭୁଜା, କେଉଁଠି ବୈଷ୍ଣବୀ, ନରମୁଣ୍ଡମାଳିନୀ, ତ୍ରିପୁରାସୁନ୍ଦରୀ ତ କେଉଁଠି କାତ୍ୟାୟନୀ ରୂପେ ପୂଜା ପାଆନ୍ତି। ଏହି ଦୃଷ୍ଟିରୁ ଉତ୍କଳୀୟ ଶାକ୍ତପୀଠ ସାରା ଜଗତରେ ପ୍ରାଚୀନ କାଳରୁ ଖ୍ୟାତି ଅର୍ଜନ କରିଅଛି।
ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।
ମୟୂରୀ କୌଣସି କାରଣରୁ ସାଗରକୁ ବିବାହ କରିବାକୁ ଚାହୁଁ ନଥିଲା। ତେଣୁ ମୟୂରୀ ଦାଙ୍ଗଡେ ଏବଂ ସହଯୋଗୀ ସନ୍ଦୀପ ଗାୱାଡେ ଭାବି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯେଉଁମାନେ ସୁପାରି ନେଇଥିଲେ ସେମାନେ ପୁଲିସ ହାତରେ ଗିରଫ ହେଲେ।
‘ରିଟାୟର୍ଡ ଆଉଟ୍’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟି-୨୦ କ୍ରିକେଟ୍ରେ ରଣନୈତିକ ଅସ୍ତ୍ର ହୋଇଛି ଏହି କ୍ରିକେଟ୍ ନିୟମ । ତେବେ ‘ରିଟାୟର୍ଡ ଆଉଟ୍’ ନିୟମ କ’ଣ? ‘ରିଟାୟର୍ଡ ନଟ୍ଆଉଟ୍’ ଏହାଠାରୁ କେତେ ଭିନ୍ନ?