• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ପାରାବେନ୍ କ’ଣ: ପାରାବେନର ପ୍ରକୃତ ରସାୟନିକ ନାମ ହେଉଛି p-hydroxybenzoates (ପି- ହାଇଡ୍ରୋକ୍ସିବେଞ୍ଜୋଏଟ୍ସ)। ଏହା ଏକ ସ°ରକ୍ଷଣକାରୀ ରସାୟନ ବା preservatives। ଏହାର ବ୍ୟବହାର ୧୯୨୦ ମସିହାରୁ ଆରମ୍ଭ ହେଲାଣି। Butylparaben, Ethylparaben, Isobutylparaben, Isopropylparaben, Methylparaben, Propylparaben ଆଦି ସାଧାରଣତଃ ସ°ରକ୍ଷଣକାରୀ ରସାୟନ ଆକାରରେ ବ୍ୟବହୃତ ହୋଇଥାଏ। ସାମ୍ପୁ, କ୍ରିମ୍, ମଏଶ୍ଚରାଇଜର୍, ଆଦି ବିଭିନ୍ନ କସ୍ମେଟିକ୍ ବା ପ୍ରସାଧନ (ଉଭୟ କେଶ ଓ ତ୍ବଚା ପାଇଁ) ସାମଗ୍ରୀ ଠାରୁ ଆରମ୍ଭ କରି ପ୍ୟାକେଜ୍ଡ ଓ କେନ୍ଡ ଖାଦ୍ୟ ଯଥା କ୍ୟାଣ୍ଡି, ଶୁଖିଲା ମା°ସ, ବିଅର୍, ଫ୍ରୋଜେନ୍ କ୍ଷୀରଜାତ ଦ୍ରବ୍ଯ, ପ୍ୟାକେଜ୍ ଶସ୍ୟ ଆଦିରେ ପାରାବେନ୍ ସ°ରକ୍ଷଣକାରୀ ରସାୟନ ଭାବରେ ବ୍ୟବହୃତ ହୁଏ।

ପାରାବେନର ବ୍ୟବହାର ଦ୍ବାରା ଶୀଘ୍ର ନଷ୍ଟ ହୋଇଯାଉଥିବା ପଦାର୍ଥ (ଉଭୟ ଖାଦ୍ୟ ଏବଂ ପ୍ରସାଧନ ସାମଗ୍ରୀ) କୁ ଫିମ୍ପି, ଇଷ୍ଟ, ଜୀବାଣୁ ସ°କ୍ରମଣରୁ ରକ୍ଷା କରି ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ରଖିହୁଏ।

ପାରାବେନର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ: ପାରାବେନକୁ Endocrine-disrupting-chemicals (EDCs) କୁହାଯାଏ, ଅର୍ଥାତ ଏହା ଆମ ଶରୀରର ବିଭିନ୍ନ ହରମୋନ୍ କ୍ଷରଣ କରୁଥିବା ଗ୍ରନ୍ଥି ଗୁଡିକୁ ପ୍ରଭାବିତ କରେ ଓ କାର୍ଯ୍ୟରେ ବାଧା ଉପୁଯାଏ। ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ବାରା ଆମ ତ୍ବଚା ମାଧ୍ୟମରେ ତଥା ପାରାବେନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆମ ପାଚନତନ୍ତ୍ରରୁ ଏହା ଆମ ରକ୍ତରେ ପ୍ରବେଶ କରେ। ଗବେଷକଙ୍କ ମତରେ ପାରାବେନ୍ ରକ୍ତରେ ପ୍ରବେଶ କରିବା ସାଙ୍ଗେସାଙ୍ଗେ ହଠାତ୍ କୌଣସି ପ୍ରଭାବ ଦେଖାଏ ନାହିଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଏହା ଆମ ଶରୀରରେ ଗଚ୍ଛିତ ହୋଇ ରୁହେ ନାହିଁ। କିନ୍ତୁ ଲଗାତାର, ବର୍ଷବର୍ଷ ଧରି (chronic exposure) ପାରାବେନ୍ ସ°ସ୍ପର୍ଶରେ ମାନବ ଶରୀର ଆସିବା ଦ୍ବାରା ଏହା ଚିନ୍ତାର ବିଷୟ ହୋଇଥାଏ। ପାରାବେନର କୁପ୍ରଭାବ ଗୁଡିକ ହେଲା:

ରକ୍ତରେ ପ୍ରବେଶ କରିବା ପରେ ପାରାବେନ୍ ସ୍ତ୍ରୀ-ପ୍ରଜନନ ହରମୋନ୍, ଇଷ୍ଟ୍ରୋଜେନ୍ (oestrogen) ପରି ବ୍ୟବହାର କରେ। ଯଦିଓ ଏହା ପ୍ରାକୃତିକ ଇଷ୍ଟ୍ରୋଜେନ୍ ଅପେକ୍ଷା ଦୁର୍ବଳ କିନ୍ତୁ ଏହା ପ୍ରଭାବରେ: ଶିଘ୍ର ଜୌନ-ପରିପକ୍ବତା ପ୍ରାପ୍ତ ହେବା (early puberty); ମାସିକ ଋତୁସ୍ରାବରେ ଅନିୟମିତତା, ସମୟ ପୂର୍ବରୁ ପ୍ରସବ (premature delivery), ଗର୍ଭାବସ୍ଥାରେ ମା’ ପାଖରୁ ଗର୍ଭସ୍ଥ ଶିଶୁର ରକ୍ତରେ ପ୍ରବେଶ କଲେ ଶିଶୁର ବିକାଶ ଠିକ୍ ଭାବରେ ହୋଇ ପାରେ ନାହିଁ ।

ଅଧିକ ପଢ଼ନ୍ତୁ: ସ୍କ୍ରିନ ଉପରେ କାମ କରି କରି ଥକି ଯାଉଛି କି ଆଖି ? ଜାଣନ୍ତୁ, କେମିତି କରିବେ ପ୍ରତିକାର ?

ନିକଟରେ କରାଯାଇଥିବା ଗୋଟିଏ ସର୍ବେକ୍ଷଣରୁ ଦେଖା ଯାଇଛି ଯେ, ପାରାବେନର ଇଷ୍ଟ୍ରୋଜେନ୍ ପରି କାର୍ଯ୍ୟ କରିବା, ପୁରୁଷ ମାନଙ୍କ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ଯେଉଁ ପୁରୁଷ ମାନଙ୍କ ରକ୍ତର ନମୁନାରେ ଅଧିକ ମାତ୍ରାର ପାରାବେନ୍ ମିଳିଥାଏ ସେମାନଙ୍କର ଶୁକ୍ରାଣୁ ଦୁର୍ବଳ ହେବା ସହ ସ°ଖ୍ୟା ଓ ପରିମାଣ ହ୍ରାସ, ତଥା ଶୁକ୍ରାଣୁର ଗତିକୁ ଧିମା କରିଦିଏ।

ଗବେଷକଙ୍କ ମତରେ ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ପାରାବେନର କର୍କଟ ସୃଷ୍ଟିକାରୀ ଗୁଣ ଉପରେ ଉପଯୁକ୍ତ ଓ ଠୋସ୍ ପ୍ରମାଣ ମିଳିନାହିଁ କିନ୍ତୁ ସ୍ତନ କର୍କଟ କୋଷଗୁଡିକରୁ ପାରାବେନ୍ ମିଳିବା, ଏହି ଆଶଙ୍କାକୁ ବଢାଇ ଦିଏ ଯେ, ପାରାବେନ୍ କର୍କଟ ଆଶଙ୍କା ବୃଦ୍ଧିକାରୀ ମଧ୍ୟ ହୋଇପାରେ।

କିଛି ଗବେଷଣାରେ ପାରାବେନ୍ ଗର୍ଭାବସ୍ଥାରେ ମଧୁମେହର (gestational diabetes) କାରଣ ବୋଲି ମଧ୍ୟ ଦେଖା ଯାଇଛି।

ଗବେଷଣାରୁ ଜଣାପଡିଛି ଯେ, ମେଦବହୁଳତା ଭୋଗୁଥିବା ଅନେକ ମହିଳାଙ୍କ ରକ୍ତ ନମୁନାରେ ପାରାବେନର ମାତ୍ରା ଅଧିକ ରହିଥାଏ।

ଶରୀରରେ ପାରାବେନର ମାତ୍ରା ଅଧିକ ରହିଲେ ଏହା ଥାଏରୋଏଡ୍ ଷ୍ଟିମୁଲେଟି° ହରମୋନର କ୍ଷରଣକୁ କମାଇ ଦିଏ, ଫଳରେ ଥାଏରୋଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାମ କରିପାରେ ନାହିଁ। ଏହା ମେଦବହୁଳତା, ଶରୀରର ତାପ ନିୟନ୍ତ୍ରଣ ପ୍ରକ୍ରିୟା ଏବଂ ମନୋଦଶା ବା mood କୁ ପ୍ରଭାବିତ କରେ।

ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତି ମଧୁମେହ, ଥାଏରଏଡ୍ ଗ୍ରନ୍ଥିର ବ୍ୟାଧି, ଅଟୋ-ଇମ୍ୟୁନ୍ ବ୍ୟାଧି ଆଦିରେ ପିଡୀତ ଥାଏ ତାହେଲେ ସେ ପାରାବେନର ବ୍ୟବହାରକଙ ନେଇ ଅଧିକ ସଚେତନ ହେବା ଆବଶ୍ୟକ।

ପାରାବେନକୁ ଏଡାଇବାର ଉପାୟ: ପ୍ରସାଧନ ସମାଗ୍ରୀ ଏବଂ ପ୍ୟାକେଜ୍ଡ ଖାଦ୍ୟ କିଣିବା ପୂର୍ବରୁ ପ୍ୟାକେଟ୍ ପଛରେ ଲେଖା ଯାଇଥିବା ingredients ଗୁଡିକୁ ପଢନ୍ତୁ। ସିଧାସଳଖ ପାରାବେନ୍ ଲେଖା ନହୋଇ ଏହା Butylparaben, Ethylparaben, Isobutylparaben, Isopropylparaben, Methylparaben, Propylparaben ମଧ୍ୟରୁ କିଛି ବି ହୋଇ ପାରେ। ପାରାବେନ୍ ଯୁକ୍ତ ସାମଗ୍ରୀ ବ୍ୟବହାରରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ଅଧିକ ପଢ଼ନ୍ତୁ: ଉଠିବା ମାତ୍ରେ ମୁଣ୍ଡ ବୁଲାଉଛି କି ? ହୋଇଯାଆନ୍ତୁ ସତର୍କ

OTV is now on Whatsapp

Join and get latest news update delivered to you via whatsapp

Join Now