୪ ଦିନ ତଳେ ଟଳିଥିଲା ଲସ୍କର କମାଣ୍ଡର ତଥା ସଂଗଠନ ଉପମୁଖ୍ୟ ଅବୁ ସୈଫୁଲ୍ଲା। ଅଜଣା ଆତତାୟୀ ଗୁଳି କରି ତାକୁ ହତ୍ୟା କରିଥିଲେ। ଆଉ ଏବେ ଲସ୍କରର କୋ-ଫାଉଣ୍ଡର ଅମିର ହମ୍ଜାର ପଡିଛି ପାଳି।
ଭାରତର ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ, ପାକିସ୍ତାନକୁ ଉତ୍କଟ ଜଳସଙ୍କଟରୁ ଉଦ୍ଧାର କରିବାକୁ ଆଗେଇ ଆସିଲା ଚୀନ । ନିକଟ ଭବିଷ୍ୟତରେ ପାକିସ୍ତାନରେ ଜଳାଭାବ ଦୂର ପାଇଁ ଏହାର ସ୍ୱାତ ନଦୀ ଉପରେ ନିର୍ମାଣାଧୀନ ମୋହମନ୍ଦ ଡ୍ୟାମ୍ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଦେଲା ପ୍ରତିଶ୍ରୁତି ।
ଭାରତ ବିପକ୍ଷରେ ମହାବିଫଳତା ସତ୍ତ୍ୱେ ଅସୀମ ମୁନିରଙ୍କୁ ଦେଶର ସର୍ବୋଚ୍ଚ ସାମରିକ ପଦବୀକୁ ପଦୋନ୍ନତି କଲେ ପାକିସ୍ତାନ ସରକାର । ସୋସିଆଲ ମିଡିଆରେ ତାତ୍ସଲ୍ୟ କଲେ ୟୁଜର୍ସ ।
ଗୁପ୍ତଚର ଜ୍ୟୋତିଙ୍କୁ ନେଇ ନିଇତି ଖୋଲୁଛି ନୂଆ ନୂଆ ଗୁମର। କେତେବେଳେ ତାଙ୍କ ଇଂନଷ୍ଟାଗ୍ରାମ ଆକାଉଣ୍ଟରୁ ତ ଆଉ କେତେବେଳେ ଟ୍ରାଭେଲ ହିଷ୍ଟ୍ରିରୁ। ଏବେ ପୋଲିସ ହାତରେ ଲାଗିଛି ଜ୍ୟୋତିଙ୍କ ହାତ ଲେଖା ଡାଏରୀ। ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋରେ ଗିରଫ ହୋଇଥିବା ଜ୍ୟୋତି ମଲହୋତ୍ରାଙ୍କ ହରିୟାଣ ସ୍ଥିତ ଘରୁ ତାଙ୍କ ପ୍ରାଇଭେଟ୍ ଡାଏରୀ ପୋଲିସ ଜବତ କରିଛି। ଆଉ ଏଥିରୁ ବାହାରିଛି ବହୁ ଚାଞ୍ଚଲ୍ୟକର ତଥ୍ୟ।
ପାକିସ୍ତାନ ଗସ୍ତ ସମ୍ପର୍କରେ ସବୁ ତଥ୍ୟ ଡାଏରୀରେ ରହିଛି। ଡାଏରୀରେ ଲୁଚି ରହିଛି ପାକିସ୍ତାନ ଗୁପ୍ତଚରୀ ଫମୁର୍ଲା। ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା। ପହଲଗାମ୍ ହମଲା ପୂର୍ବରୁ ଯାଇଥିଲେ ପାକିସ୍ତାନ, ସେଠି ସେ ୧୦ ଦିନ ଧରି ରହିଥିଲେ।
ପାକିସ୍ତାନରେ ଏକ ସ୍କୁଲ ବସ୍ରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଏଥିରେ ୪ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଗୁରୁତର । ବସ୍ ସକାଳେ ପିଲାଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ।
ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ଉତ୍ସବ ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ।
କାଙ୍ଗାଳ ପାକିସ୍ତାନ ପାଖରେ ନିଜ ଲୋକଙ୍କ ପେଟ ଭରିବାକୁ ସମ୍ୱଳ ନାହିଁ । ନିଜ ପିଲାଙ୍କୁ ଯୋଗାଇ ପାରୁନି ପୁଷ୍ଟିକର ଖାଦ୍ୟ । ବଢୁଥିବା ଖାଦ୍ୟ ସଂକଟର ବୋଝ ତଳେ ଏବେ ଚେପା ହୋଇଗଲାଣି ପାକିସ୍ତାନ ।
ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟରେ ୧.୧ କୋଟିରୁ ଅଧିକ ଲୋକ । ଖାଦ୍ୟାଭାବରେ ସଢୁଛନ୍ତି ପାକ୍ ଜନସଂଖ୍ୟାର 22 ପ୍ରତିଶତ ଲୋକ ।
ପାକିସ୍ତାନ ଦୂତାବାସ ଅଧିକାରୀ ଏହସାନ ଉର୍ ରେହମାନ ଓରଫ ଦାନିଶଙ୍କୁ ହନିଟ୍ରାପ୍ରେ ଫସାଇଥିଲା ଜ୍ୟୋତି। ହେଲେ ନିଜେ ଟ୍ରାପ ହୋଇଗଲା ଆଉ ଆଏସ୍ଆଇ ମାୟାଜାଲରେ ଫସିଗଲା।
ପ୍ରିୟଙ୍କା ସେନାପତିଙ୍କୁ ନେଇ ବଡ଼ ସୂଚନା ଦେଲେ ପୁରୀ ଏସପି । ସ୍କାନରରେ ଅଛି ଲ୍ୟାପଟପ ସମେତ ହ୍ୱାଟସଆପ ଓ ସବୁ ସୋସିଆଲ ମିଡିଆ ଆକାଉଣ୍ଟ । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ଆର୍ଥିକ କାରବାରର ଚାଲିଛି ଖୋଳତାଡ଼ ।
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ବାପା ହରିଶ ମଲହୋତ୍ରା ଝିଅର ଗିରଫଦାରୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଜ୍ୟୋତି ଦିଲ୍ଲୀ ଯିବେ ବୋଲି କହୁଥିବା ନେଇ ଜ୍ୟୋତିଙ୍କ ବାପା ଜଣାଇଛନ୍ତି । ଜ୍ୟୋତି ପାକିସ୍ତାନ ଯିବା ବିଷୟରେ ତାଙ୍କୁ କିଛି ଜଣାନଥିବା କହିଛନ୍ତି ହରିଶ ମଲହୋତ୍ରା ।
ସୁନ୍ଦର ସରଳ ଚେହେରା । ଚିକ୍କଣିଆ କଥା କହି ବନାଉଥିଲେ ବୋକା । ତଥ୍ୟ ଆଦୟ କରି ଦେଉଥିଲେ ଶତ୍ରୁକୁ । ସାମାନ୍ୟ ବ୍ଲଗରରୁ ବନି ଥିଲେ ଭିଆଇପି । ପାକିସ୍ତାନରେ ମିଳୁଥିଲା ଖାସ୍ ଟ୍ରିଟମେଣ୍ଟ ।
ଭାରତରେ ଛାଇଛନ୍ତି କି ପାକିସ୍ତାନ ଗୁପ୍ତଚର ? ଦେଶର ଅନେକ ରାଜ୍ୟରେ ଏବେ ବି ସକ୍ରିୟ ଅନେକ ଚୋରା ତଥ୍ୟ ପ୍ରଦାନକାରୀ । ଏବେ ସୁଦ୍ଧା ବନ୍ଧା ହେଲେଣି ୧୧ ଜଣ । ଆଗକୁ ଆହୁରି ଲମ୍ବିପାରେ ଏହି ତାଲିକା ।
ଅପରେସନ୍ ସିନ୍ଦୂର’ର ଭୀଷ୍ମ ପିତାମହ ଥିଲେ ଅଜିତ୍ ଢୋଭାଲ୍ । ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍ ସିନ୍ଦୂର’ । ଅଜିତଙ୍କ ସଖା ସାଜିଥିଲେ ମୋଦି । ଶାହାଙ୍କ ସହ ଚାଲୁଥିଲା ଆତଙ୍କବାଦୀଙ୍କୁ ନେଇ ମାଇଣ୍ଡଗେମ୍ ପ୍ଲାନ୍ ।
ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ । ପାକିସ୍ତାନର କେଉଁ ସ୍ଥାନକୁ ଟାର୍ଗେଟ କରାଯିବ? କେତେବେଳେ ଟାର୍ଗେଟ୍ କରାଯିବ ? କଣ ଷ୍ଟ୍ରାଟେଜି ରହିବ ? ସେ ସବୁ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଁ ଜାଣିଥିଲେ ।
ସୋଭିଏତ୍ ସହ ଶୀତଳ ଯୁଦ୍ଧ ବେଳେ ୬୦ ଦଶକରେ ପ୍ରଥମେ ଏହି ରଣନୀତିର ଉପଯୋଗ କରିଥିଲା ଆମେରିକା। ଏବେ ଆମେରିକା ଓ ଇସ୍ରାଏଲ୍ ରେଡ୍ ଟିମିଂ କରୁଥିବା ବେଳେ, ଭାରତ ମଧ୍ୟ ଅପରେସନ୍ ସିନ୍ଦୂର ପାଇଁ ରେଡ୍ ଟିମ୍ ଗଠନ କରିଥିଲା।
ପାକିସ୍ତାନ ୫୪ ବର୍ଷ ପରେ ସ୍ବର୍ଣ୍ଣମନ୍ଦିରକୁ ରାତି ଅନ୍ଧାର କରି ଆକ୍ରମଣ ଚେଷ୍ଟା କରିଥିଲା। ୭ ଓ ୮ ମେ ରାତିରେ ଏହି ଆକ୍ରମଣ କରାଯାଇଥିଲା ଯାହାକୁ ଭାରତୀୟ ସେନାର L-70 ଗନ୍ ଓ ଆକାଶ ମିଜାଇଲ୍ ସିଷ୍ଟମ୍ ବ୍ୟବହାର କରି ପ୍ରତିହତ କରାଯାଇଥିଲା। ୧୯୬୫ ଓ ୭୧ରେ ପ୍ରଥମେ ସେହି ପରିସ୍ଥିତି ଜଣାଗଲା। ପିଓକେର ଆତଙ୍କୀ ଆକ୍ରମଣ ପରେ ସେନା ପକ୍ଷରୁ ସତର୍କତାର ଭାଗ ହେଲା। ମେଜର୍ ଜେନେରାଲ୍ କାର୍ତ୍ତିକ ସି. ଶେଷାଦ୍ରି ପବିତ୍ର ସ୍ଥଳୀକୁ ସୁରକ୍ଷା ଦେବାକୁ ବଢା ମାତ୍ରାରେ ସିଷ୍ଟମ୍ ମୁତୟନ କଲେ।
ଭାରତର ୟୁ ଟ୍ୟୁବର- ପାକିସ୍ତାନୀ ଗୁପ୍ତଚର। ଜ୍ୟୋତି ମାଲହୋତ୍ରାର ଖୋଲି ଚାଲିଛି ଗୋଟିଏ ପରେ ଗୋଟିଏ ତଥ୍ୟ ଲିକ୍ ପେଡ଼ି। ଅପରେସନ ସିନ୍ଦୂର ପୂର୍ବରୁ ବି ସେ ପାକିସ୍ତାନକୁ ଦେଇଥିଲା ବ୍ଲାକ୍ଆଉଟ୍ ସୂଚନା। ଏଣେ ତା ଲିଙ୍କ୍ ରେ ଆଉ ୩ ଜଣଙ୍କୁ ହରିୟାଣା ପୋଲିସ୍ ବାନ୍ଧି ଘାଣ୍ଟୁଥିବାବେଳେ ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି ବି ସ୍କାନରରୁ ବାହାରି ନାହାନ୍ତି।
ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଟେନସନ ଜାରି ରହିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଗୁଡିକ ଉପରେ ଆକ୍ରମଣ କରିଥିଲା। ଏପରି ସ୍ଥିତିରେ ଉଭୟ ରାଷ୍ଟ୍ର ୨୦୦୮ ପରଠାରୁ ଉଭୟ ଦେଶ ପରସ୍ପର ସହିତ ଦ୍ବିପାକ୍ଷିକ ସିରିଜ ଖେଳୁ ନାହାନ୍ତି।
ଭାରତର ଅପରେସନ୍ ସିନ୍ଦୂର ବାଉଳା ହୋଇଯାଇଥିଲା ପାକିସ୍ତାନ। କ’ଣ କରିବ କିଛି ବୁଝି ପାରୁନଥିଲା। ମେ’ ୮ ତାରିଖ। ବିଳମ୍ବିତ ରାତି। ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା ପାକ୍। ହେଲେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା କବଚ ପାଲଟି ଦେଇଥିଲା ଏହାକୁ ସୁରକ୍ଷା ।
ପହଲଗାମ୍ ହମଲା ବେଳେ ସାରା ଦେଶ ସ୍ତବ୍ଧ ଥିଲା। ଲୁହ ଝରାଉଥିଲା ପୂରା ଦେଶ। ୨୬ ନୀରିହଙ୍କ ନୃଶଂସ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ। ନର ରୂପି ଏହି ରାକ୍ଷାସଙ୍କୁ ଉଚିତ୍ ଜବାବ ଦେବାକୁ ଚାରିଆଡ଼ୁ ଦାବି ହେଉଥିଲା
କେମିତି ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଅକାମୀ କରିଥିଲା ସେନା । ସ୍ବର୍ଣ୍ଣମନ୍ଦିର ଓ ଅମୃତସର ସହରକୁ ସୁରକ୍ଷା ଯୋଗାଇଥିଲେ ତା’ର ଡେମୋ ପ୍ରଦର୍ଶନ କରାଯାଇଛି ।
‘ଅପରେସନ୍ ସିନ୍ଦୂର’ର ସେହି ୨୫ ମିନିଟ୍ । ମଧ୍ୟରାତ୍ରିର ସେ ଘଡ଼ିସନ୍ଧି ମୁହୂର୍ତ୍ତ । ସେନାର ପ୍ରି-ପ୍ଲାନ୍, ଯବାନଙ୍କ ଆଟାକ୍ । କେମିତିଥିଲା ମେ’ ୭ ତାରିଖର ସେହି ରାତିକୁ ଗୋଟି ଗୋଟି କହିଛନ୍ତି ଯବାନ । ଅପରେସନ୍ ସିନ୍ଦୂରରେ କେମିତି ପାକିସ୍ତାନକୁ ପାନେ ଚଖାଇଥିଲା ଭାରତୀୟ ସେନା ।