ବିବାହର ମାତ୍ର ଦୁଇ ସପ୍ତାହ ପରେ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇପାରେ କେହି କେବେ ସ୍ବପ୍ନରେ ବି ଭାବିପାରିବେନି। ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲା। ଏହି ଟଙ୍କା ନେଇ ସୁପାରି କିଲର୍ ସେହି ନବ ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଗୁଳି ଫୁଟାଇ ରାସ୍ତାରୁ ହଟାଇ ଦେଲେ। ଏଭଳି ଘଟଣା ଉତ୍ତରପ୍ରଦେଶର ଆଉରାୟା ଜିଲ୍ଲାରେ ଘଟିଛି। ମହିଳା ଜଣକ ନିଜ ପ୍ରେମିକଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଉତ୍ତରପ୍ରଦେଶରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି।
ଏପରି ଭୟଙ୍କର ସ୍ଥିତିରେ କୂଟନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏକ୍ସରେ ସେ କହିଛନ୍ତି, ମିଆଁମାରର ହିମାଳୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୌଗୋଳିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଚେଲାନୀ ଏପରି ଆଶଙ୍କା ପ୍ରକାଶ କରିବା ପରେ ପ୍ରଶ୍ନ ଉଠିଛି, ପ୍ରକୃତରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ନୁହେଁ ତ ?
ଆଇପିଏଲ୍ ୨୦୨୫ରେ ନୂଆ ଫିନିଶର୍ ଭାବେ ଉଭା ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଆଶୁତୋଷ ଶର୍ମା । ଲକ୍ଷ୍ନୌ ବିପକ୍ଷ ଟିମ୍ର ପ୍ରଥମ ମ୍ୟାଚ୍ରେ ୩୧ ବଲ୍ରୁ ଅପରାଜିତ ୬୬ ରନ୍ର ମ୍ୟାଚ୍-ବିଜୟୀ ଇନିଂସ୍ ଖେଳିଥିଲେ ଏହି ପ୍ରତିଭାଶାଳୀ ବ୍ୟାଟର୍ । ଆଗାମୀ ଦିନରେ ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ?
ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଯଶୱନ୍ତ ବର୍ମାଙ୍କର ଘରୁ ନଗଦ କ୍ୟାସ ଜବତ ଘଟଣା ପରେ, ୧୯୯୧ ସୁପ୍ରିମ କୋର୍ଟ ନିଷ୍ପତ୍ତି ଅନୁସାରେ ତାଙ୍କ ବିରୋଧରେ ଆଇନମାନ୍ୟ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ଉପସ୍ଥାପିତ ହୋଇଛି । ଏହି ଘଟଣାରେ ଦିଲ୍ଲୀ, ଆଲାହାବାଦ ହାଇକୋର୍ଟ, ସିଜେଆଇ ଓ ନ୍ୟାୟ ବ୍ୟବସ୍ଥା ସହ ଜଡିତ ବିବିଧ ଆଲୋଚନା, ତଦନ୍ତ ଓ ନିୟମ ମର୍ୟାଦାର ଚର୍ଚ୍ଚା ହୋଇଛି ।
ବର୍ତ୍ତମାନର ଟ୍ରଷ୍ଟିଙ୍କ କାର୍ଯ୍ୟାଳୟ ତଳେ ଖୋଳାଯିବା ପରେ ମଣିଷ ହାଡ଼, ଚୁଟି, ଚାଉଳ ଥିବା ଆଠଟି କଳସ ମିଳିଥିଲା। କେବଳ ସେତିକି ନୁହେଁ, ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ କାର୍ଯ୍ୟାଳୟ ତଳୁ ମିଳିଛି। ହସପିଟାଲରେ ଏଭଳି ଘଟଣା ସାମନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଏବଂ ଭିଡିଓଗ୍ରାଫି ମାଧ୍ୟମରେ ତଳ ମହଲା ଖୋଳାଯାଇଥିଲା।
କୃତ୍ରିମ ବୁଦ୍ଧିମତାର ଉପଯୋଗ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ନୂତନ କାର୍ଯ୍ୟ କ୍ଷେତ୍ର ସୃଷ୍ଟି ହେବା ସହିତ ପ୍ରଚଳିତ ଜୀବନଜୀବିକାର ସ୍ୱରୂପ ମଧ୍ୟ ବଦଳିଛି । ଏହା ମାନବ ସଭ୍ୟତା ପାଇଁ ବରଦାନ ବି ହୋଇପାରେ କିମ୍ବା ଘାତକ ବି ହୋଇପାରେ ବୋଲି ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ପୁଣି ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତିଆରି ହେଉଥିବା ଚାଟବଟ୍, ଚାଟ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଲୋକଙ୍କର ଜୀବିକା ପାଇଁ ସଙ୍କଟ ସୃଷ୍ଟି କଲାଣି।
କଂଗ୍ରେସର ପୁନରୁତ୍ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।
କାହିଁକି ସାହାଯ୍ୟ ପାଇଲା ପରେ ବି ନଳଙ୍କୁ କର୍କୋଟକ ନାଗ ଦଂଶନ କଲା? କାହିଁକି ପାଗଳୀ ପ୍ରାୟ ଦିଶୁଥିବା ଦମୟନ୍ତୀକୁ ରାଜମାତା ଆଶ୍ରୟ ଦେଲେ? ହଜି ଯାଇଥିବା ଦମୟନ୍ତୀଙ୍କୁ କେମିତି ଖୋଜି ପାଇଲେ ଜଣେ ବ୍ରାହ୍ମଣ ? ଦଂଶନ ପରେ ନଳଙ୍କୁ କ'ଣ କ'ଣ ଉପଦେଶ ଦେଲେ ନାଗରାଜ? ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ମିଡିଆ ରିପୋର୍ଟ ଅନୁସାରେ, ମହମ୍ମଦ ୟୁନୁସଙ୍କର ଲକ୍ଷ୍ୟ ଥିଲା ପ୍ରଥମେ ଦିଲ୍ଲୀ ଆସିବେ । ଏଥିପାଇଁ ତାଙ୍କ ପକ୍ଷରୁ ଅନୁରୋଧ ପଠାଯାଇଥିଲା । ହେଲେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା କାରଣରୁ ସେ ଚୀନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରତି ଯେ ୟୁନୁସଙ୍କ ମନୋଭାବରେ ପରିବର୍ତ୍ତନ ଆସୁଛି ଏଥିରୁ ସ୍ପଷ୍ଟ ହେଉଛି ।
ରିପୋର୍ଟ ଅନୁଯାୟୀ, ଭାରତୀୟ ଧନୀମାନେ ବିଶେଷ ଭାବରେ ୟୁଏଇକୁ ଯାଇ ବସବାସ କରୁଛନ୍ତି । ହେଲେ ଏହି ସ୍ଥାନାନ୍ତର ଯୋଗୁଁ ଭାରତ କୌଣସି କ୍ଷତି ସହିବ ନାହିଁ । କାରଣ ଦେଶରେ ଦିନକୁ ଦିନ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ ଭାରତ ଛାଡିଥିବା କୋଟିପତିଙ୍କ ମଧ୍ୟରୁ ଅଧିକାଂଶ ଦେଶରେ ଦ୍ୱିତୀୟ ଘର ରଖିଛନ୍ତି, ଯାହା ଏକ ସକରାତ୍ମକ ସଙ୍କେତ ଅଟେ।
କେବଳ ସୁନ୍ଦରଗଡ ଜିଲ୍ଲା କାହିଁକି, ଅନେକ ସମୟରେ ଶବଦାହ ପାଇଁ କାଠ ଅଭାବର ଖବର ସାମ୍ନାକୁ ଆସୁଛି । ନିକଟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେବା କାରଣରୁ ଗୋବର ପ୍ରସ୍ତୁତ ଘସି ଦ୍ୱାରା ଦାହ ସଂସ୍କାର ଯୋଜନା କରାଯାଉଥିବା କଥା ପ୍ରାଣୀସମ୍ପଦ ମନ୍ତ୍ରୀ କହିଥିଲେ । ଏଭଳି କି କାଠର ଅଭାବ, ପରିବେଶ ସୁରକ୍ଷା ଏବଂ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ବିଷୟରେ ଆଲୋଚନା ଚାଲିଥିବା ସ୍ଥାନୀୟ ଜିଲ୍ଲାପାଳ ଗଣମାଧ୍ୟକୁ ଜଣାଇଥିଲେ ।
କଥାରେ ଅଛି ଗୋ, କନ୍ୟା ଭୂମି , ଭାଗ୍ୟରେ ଥିଲେ ମିଳେ । ଏଣୁ ଆମେ ଯେତେବେଳେ ଭୂମିଟିଏ କ୍ରୟ କରି ସେଥିରେ ଗୃହ ନିର୍ମାଣ କରିବା, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠିକ୍ଭାବରେ ଭୂମିକୁ ଶୁଦ୍ଧ କରିବା ଦରକାର। ଏଥିସହ ଶୁଭ ମୂହୁର୍ତ୍ତକୁ ବାସ୍ତୁବିତଙ୍କ ପରାମର୍ଶ କ୍ରମେ ନିଶ୍ଚିତକରି ଉକ୍ତ ଶୁଭଦିନରେ ଶିଳା ସ୍ଥାପନ ପାଇଁ ପୂଜା ଏବଂ ସୂତ୍ର ପତନ ଅର୍ଥାତ୍ ଲେ-ଆଉଟ୍ କରିବା କଥା ।
ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।
ନିକଟରେ ମାଡ୍ରାସ ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବରିଷ୍ଠ ନାଗରିକଙ୍କ ଭବିଷ୍ୟତର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି । ଏହି ରାୟରେ କେବଳ ଜମିଜମା ନୁହେଁ ବରଂ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ଓ ଅଳଙ୍କାର ଭଳି ଜିନିଷ ମଧ୍ୟ ସମ୍ପତ୍ତି ଅଧୀନରେ ଗଣାଯିବ ବୋଲି କୋର୍ଟ କହିଛନ୍ତି। ଜଣେ ବିଧବା ବୃଦ୍ଧାଙ୍କ ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜିକେ ଇଲାନ୍ଥିରାୟନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଶେଷ ସିଜନ୍ ଖେଳୁଛନ୍ତି କି ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ? ଚଳିତ ସିଜନ୍ ଶେଷ ହେବା ପରେ ଲିଗ୍ରୁ ଅବସର ନେବେ କି ଏହି ତିନି ଭାରତୀୟ ଭେଟେରାନ୍? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଏହି ଲେଖାରେ ଯୁରୋପ ଓ ଆମେରିକାରେ ବୋନସ ମଦରର ଧାରାକୁ ବ୍ୟାଖ୍ୟା କରାଯାଇଛି । କିଏ ଏହାର ଉପଯୋଗ କରୁଛନ୍ତି, ବୋନସ ମଦର ଓ ଷ୍ଟେପ ମଦର ମଧ୍ୟରେ ପାର୍ଥକ୍ୟ କ’ଣ, କେବେ ଏହି ପ୍ରବୃତ୍ତି ଆରମ୍ଭ ହେଲା, କେଉଁଠି ଏଭଳି ପରିବାର ଦେଖାଯାଉଛି– ଏ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲେଖାରେ ରହିଛି।
ଗତବର୍ଷ ମୂଲ୍ୟ ନିୟନ୍ତ୍ରଣ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ବଫର ଷ୍ଟକ୍ ପାଇଁ ସରକାର ଚଳିତ ବର୍ଷ ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିବା ପରେ ଏବେ ପିଆଜ ମୂଲ୍ୟ ସ୍ଥିର ରହିଥିଲା। ଗତବର୍ଷ ମଧ୍ୟ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ବର୍ଷ ଅଗଷ୍ଟରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିବା ସହିତ ଅନେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
କାହିଁକି ଘୋର ଜଙ୍ଗଲ ଭିତରେ ନିଜ ରାଣୀଙ୍କୁ ଅସହାୟ କରି ଏକା ଛାଡି ରାଜା ଚାଲିଗଲେ ? କାହିଁକି ଖଣ୍ଡିଏ ମାତ୍ର ଲୁଗାକୁ ବାଣ୍ଟି ପିନ୍ଧିଲେ ରାଜା ରାଣୀ ? ସୁନା ରଙ୍ଗର ଚଢେଇମାନେ କ'ଣ କହିଲେ ରାଜାଙ୍କୁ ? କ'ଣ ପାଇଁ ପୁଣି ଆଶ୍ରୟ ଦେଇଥିବା ବଣିକ ଦଳଙ୍କ ପାଖରୁ ରାଣୀ ଅନ୍ଧାର ରାତିରେ ଲୁଚି ପଳେଇଲେ ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ବିଶ୍ୱର ସବୁଠାରୁ ବିକଶିତ ଦେଶ ଫିନଲାଣ୍ଡରେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ନାଗରିକମାନଙ୍କୁ ଭତ୍ତା ସହିତ ଅନେକ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗ ଦିଆ ଯାଇଥାଏ । ଏଠାରେ ଲୋକଙ୍କୁ ନିଜ ସୁରକ୍ଷା ନେଇ ବିଶେଷ କିଛି ଚିନ୍ତା କରିବାକୁ ପଡେନି । ଚାକିରି ହରାଇଲେ କ'ଣ ହେବ, ବାର୍ଦ୍ଧକ୍ୟରେ କେମିତି ଚଳିବେ, ଦୁର୍ଘଟଣା ଘଟିଲେ କିମ୍ବା ଅସୁସ୍ଥ ହେଲେ କେମିତି ଚିକିତ୍ସା ଖର୍ଚ୍ଚ ତୁଲାଇବେ ଏସବୁ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ।
ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଏକ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱାଧୀନତା ଆଣିବା। ଏହି ସଂଗଠନ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସଶସ୍ତ୍ର ସଂଘର୍ଷ ଜାରି ରଖିଛି ।
କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି କେହି ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି । ଏବେ କିନ୍ତୁ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ ଏହାର ଚାହିଦା କମି କମି ଆସିଲାଣି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଏଇ ଛୋଟ ପ୍ରୟାସ। ସେ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ଅନେକ ଦେଶର ରାଜା ଓ ରାଜକୁମାରମାନେ ଆସି ପହଞ୍ଚିଲେ । ଚାରି ଦେବତା ଓ ରାଜା ନଳ ବି ଆସିଲେ । କିନ୍ତୁ ଦେବତାମାନେ ରାଜା ନଳଙ୍କ ବେଶ ଧରି ଆସିଥାନ୍ତି । ଦମୟନ୍ତୀ ସ୍ୱୟଂବର ସଭାରେ ଆସି ଦେଖନ୍ତି ଅନ୍ୟ ରାଜାମାନଙ୍କ ସହ ପାଞ୍ଚଜଣ ନଳ ବସିଛନ୍ତି । ସେ ବୁଝିଗଲେ ପାଞ୍ଚ ଜଣରେ ଜଣେ ପ୍ରକୃତ ନଳ ଓ ଅନ୍ୟ ଚାରିଜଣ ଦେବତା ନଳଙ୍କ ରୂପ ଧାରଣ କରି ବସିଛନ୍ତି । ସେ ଏବେ ପ୍ରକୃତ ନଳଙ୍କୁ ବାଛିବେ କେମିତି? ବିଦୂଷୀ ଦମୟନ୍ତୀ କିଛି କ୍ଷଣ ଚିନ୍ତା କଲେ ଓ ଆଉଥରେ ନିରୀକ୍ଷଣ କଲେ । ସେ ଜାଣିଥିଲେ, ଦେବତାମାନଙ୍କର କୌଣସି ମାନବୀୟ ବିକାର ନଥାଏ । ସେ ଜାଣିଥିଲେ, ଦେବତାମାନଙ୍କର ଛାଇ ପଡେନି । ଆଖିର ପଲକ ସ୍ଥିର ରୁହେ । ଦେହରୁ ଝାଳ ବୁହେନି ।
ଦୈନିକ ଆବଶ୍ୟକ ପରିମାଣରୁ ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ପ୍ରେସର୍ ଉପରେ ମଧ୍ୟ ପ୍ରଭାବ ପଡ଼େ। ଆପଣ ଯଦି କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ୱା ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ଫ୍ରୋଜେନ୍ ଫୁଡ୍ସ ଯେପରି ବଜାରରେ ମିଳୁଥିବା ଫ୍ରୋଜେନ୍ ଥିବା ପ୍ୟାକେଜ୍ଡ ଖାଦ୍ୟ, ଅଧିକ ମସଲାଯୁକ୍ତ ଖାଦ୍ୟ, ଚିପ୍ସ, ଆଦି ଖାଇବା ବନ୍ଦ କରିବା ଆବଶ୍ୟକ।