ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଲା ଯେ, ମୁଖ୍ୟମନ୍ତ୍ରୀ ସେଦିନ କିଛି ବିଧାନସଭା ବାହାର ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସିପାରିନଥିଲେ । ଗୋଟିଏ ଦିନର କାର୍ଯ୍ୟବ୍ୟସ୍ତତା ଯୋଗୁ ମୁଖ୍ୟମନ୍ତ୍ରୀ ଆସିପାରିନଥିବାରୁ ବିଜେଡିକୁ ଲଣ୍ଠନ ଧରିବାକୁ ପଡିଲା । ହେଲେ ସେମାନଙ୍କର ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିନଦିନ ଧରି ବିଧାନସଭା ନଆସି ନବୀନ ନିବାସରେ ଆରାମ କରିବାର ନଜିର ରହିଛି । ଏହାଛଡା ଅନେକ ସମୟରେ ଭର୍ଚ୍ୟୁଆଲ୍ ବା ଟିଭି ପରଦାରେ ସେ ନିଜର ସରକାରୀ କାର୍ଯ୍ୟ ସମ୍ପାଦିତ କରୁଥିଲେ ।
Mohan Government: ଯଦିଓ ପରବର୍ତ୍ତୀ ପରୀକ୍ଷାର ଦିନାଙ୍କ ଧାର୍ଯ୍ୟ କରାଯାଇନାହିଁ, ତଥାପି ବର୍ତ୍ତମାନର ସରକାର ବିନା ପକ୍ଷପାତିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା କରିବାର ପ୍ରୟାସ ଦେଖାଇଥିବା ଆବେଦନକାରୀଙ୍କ ଭିତରେ ଧାରଣାକୁ ଦୃଢୀଭୂତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପରୀକ୍ଷା ସ୍ଥଗିତ କରିବାକୁ ପଡିଲା?
୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା । ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।
ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜେଡି ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ ଶକ୍ତି ବିଭାଗର ସେବିକାମାନଙ୍କର ଦରମା, ଆଳୁ ସଙ୍କଟ, ଦରଦାମ ବୃଦ୍ଧି, ଧାନମଣ୍ଡିରେ ଅବ୍ୟବସ୍ଥା, ୨୫ରୁ ୩୫ ଲକ୍ଷ ଟଙ୍କାରେ ଆସିଷ୍ଟାଣ୍ଟ ସେକ୍ସସନ ଅଫିସର ଚାକିରି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ କାଠଗଢାରେ ଛିଡା କରିବା ପାଇଁ ପ୍ରୟାସ କରିଥିଲେ ବିରୋଧୀ ଦଳ ।