ଶୀତ ଦିନେ ଥଣ୍ଡା ଏବଂ ଜ୍ୱର ହେବା ସ୍ୱଭାବିକ କଥା। ଏବେ ପ୍ରଶ୍ନ ଉଠୁଛି କାଶ ଏବଂ ଥଣ୍ଡା ହେଲେ ପ୍ରଥମେ କ’ଣ କରିବା ଉଚିତ? ଥଣ୍ଡା ଏବଂ କାଶରେ କେଉଁ ଉପଚାର ଉପଯୋଗୀ ହୋଇପାରେ? ତେବେ ଏନେଇ ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଯେତେବେଳେ ସ୍ୱାସ୍ଥ୍ୟ ଏବଂ ସ୍ୱାଦକୁ ନେଇ କଥା ଉଠେ, ସେତେବେଳେ ମିଲେଟ୍ ରୁଟି ଏକ ଉତ୍ତମ ବିକଳ୍ପ ହୋଇଯାଏ। ଶୀତ ଦିନେ ଏହା କେବଳ ଶରୀରକୁ ଗରମ ରଖେ ନାହିଁ, ବରଂ ହଜମ ଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ମିଲେଟ୍ଜାତୀୟ ଜିନିଷ ଭିତରେ ବାଜରା ଅନ୍ୟତମ।
ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।
ଭାରତ ସମେତ ସମଗ୍ର ବିଶ୍ୱରେ HMPVକୁ ନେଇ ଚିନ୍ତା। ଅନେକ ଦେଶରେ HMPV ସମ୍ବନ୍ଧୀୟ ଶ୍ୱାସକ୍ରିୟାଜନିତ ରୋଗର ରିପୋର୍ଟ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ଘରେ ଥିବା କିଛି ଜିନିଷଗୁଡିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା…
ଓଜନବୃଦ୍ଧି ଅନିୟନ୍ତ୍ରିତ ହେଲେ କିମ୍ବା ଋତୁସ୍ରାବ ଅନିୟମିତ ହେଲେ ଆପଣ ଅନେକଙ୍କଠାରୁ ଶୁଣିଥିବେ, “ହାଇପୋଥାଇରୋଏଡ୍”। କିନ୍ତୁ ସବୁବେଳେ ଓଜନବୃଦ୍ଧି ମାନେ ହାଇପୋଥାଇରୋଏଡିଜମ୍ ହିଁ ହୋଇ ନଥାଏ। ଏହା ଜାଣିବା ପାଇଁ ରହିଛି ଅତି ସରଳ ରକ୍ତ ପରୀକ୍ଷା। ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ କ୍ରମେ ଚିକିତ୍ସା ମଧ୍ୟ ସମ୍ଭବ। ହେଲେ ଆପଣଙ୍କୁ ବି ଟିକେ ଧ୍ୟାନ ଦେବାକୁ ପଡିବ ନିଜ ଖାଦ୍ୟ ଓ ଜୀବନଶୈଳୀ ଉପରେ। ଯାହା ଚିକିତ୍ସାକୁ ସହଜ କରିଦେବ।
ଶରୀରର ଅନେକ ପ୍ରକାର କାର୍ଯ୍ୟକାରିତା ମଧ୍ୟରୁ ପ୍ରତିରକ୍ଷା କାର୍ଯ୍ୟକାରିତା ନିୟନ୍ତ୍ରଣ ପାଇଁ ମଧ୍ୟ ଖାଦ୍ୟ ଓ ପୋଷକ ତତ୍ତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ହୋଇଥାଏ।
ନୂତନ ଅଧ୍ୟୟନରେ ସିଗାରେଟ୍ ବିଷୟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କ ଜୀବନର ୨୦ ମିନିଟ୍ ହ୍ରାସ ପାଇବ।
ସେ ମା°ସପେଷୀ ହେଉ କିମ୍ବା ଆଖି, ହାଡ଼ ହେଉ ଅବା ମସ୍ତିଷ୍କ, ଏ ସବୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପଡେ Vitamins। ତେବେ ଏ ଭିତରେ ଆପଣ ଅନେକଥର ଶୁଣୁଥିବେ Vit A, C, E, B3 ଯୁକ୍ତ ମଏଶ୍ଚରାଇଜର୍, ସନସ୍କ୍ରିନ୍, ଫାଉଣ୍ଡେସନ, ନାଇଟ୍ କ୍ରିମ୍, ଲୋସନ୍ କିମ୍ବା ସେରମ୍ ବିଷୟରେ। ତେବେ ସତର କ’ଣ ସୁନ୍ଦର ତ୍ବଚା ପାଇଁ ରହିଛି ଆବଶ୍ୟକତା ଏ vitamins ଗୁଡିକର। କିନ୍ତୁ ବିଜ୍ଞାପନ ଦେଖି ବ୍ୟବହାର କରିବା ଆଗରୁ ଜାଣିବା ଜରୁରୀ ନୁହେଁ କି ଆବଶ୍ୟକତା ବିଷୟରେ?
ଅନେକ ଲୋକ ଘିଅକୁ ଯେକୌଣସି ଖାଦ୍ୟ ସହିତ ବି ଖାଇଦିଅନ୍ତି। ଏହା ପରବର୍ତ୍ତୀ ସମୟରେ ଅନେକ କ୍ଷତି କରିଥାଏ। ତେବେ ଆସନ୍ତୁ ଏଠାରେ ଆମେ ପାଞ୍ଚଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ସହିତ ଘିଅକୁ ମିଶାଇ ଖାଇବା ଅନୁଚିତ।
ଶୀତ ଦିନେ ବଜାରରେ ମୂଳା ଓ ଏହାର ପତ୍ର ପ୍ରବଳ ମାତ୍ରାରେ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଜାଣନ୍ତୁ ମୂଳା ପତ୍ର ଖାଇବା ଦ୍ବାରା କଣ ଫାଇଦା ମିଳିଥାଏ...
ଋତୁବିରତି ନାରୀ ଜୀବନର ଏକ ସ୍ବଭାବିକ ପ୍ରକ୍ରିୟା। ଶରୀରରେ ହରମୋନ୍ ଗୁଡିକର କ୍ଷରଣ କମିବା କାରଣରୁ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଯାଏ। କିନ୍ତୁ ଏହି ଅବସ୍ଥାକୁ ବୁଝି, ପରିବର୍ତ୍ତନକୁ ସ୍ବୀକାର କରିବା ଦ୍ଵାରା ଜୀବନ ସହଜ ହୁଏ। ନିଜ ଜୀବନଶୈଳୀରେ ଓ ଖାଦ୍ୟରେ ସାଧାରଣ ପରିବର୍ତ୍ତନ ମଧ୍ୟ ଏହି ସମୟରେ ଉପଶମ ଦେଇଥାଏ।
ଶେଷ ହେବାକୁ ଯାଉଛି ୨୦୨୪ ଏବଂ ନୂତନ ବର୍ଷ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟମାନେ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବାକୁ ଯାଉଛନ୍ତି। କାରଣ, କରୋନା ମହାମାରୀର, ୱାର୍କ ଫ୍ରମ୍ ହୋମ୍ ଏବଂ ଡିଜିଟାଲ ଯୁଗର ବଢୁଥିବା ପ୍ରଭାବ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି।
ଆଜିର ବ୍ୟସ୍ତ, ସୂଚନାବହୁଳ ଓ ଅନଲାଇନ୍ ଦୁନିଆରେ ଆମ ମସ୍ତିଷ୍କ ବେଳେ ବେଳେ ଆମ ଅଧୀନରେ ରହୁନଥିବା ବେଳେ ତାକୁ ତାଲିମ୍ ଦେଇ ସମୃଦ୍ଧ କରିବା ପାଇଁ କେତୋଟି ସହଜ ଉପାୟ ଏଠାରେ ଦିଆଯାଇଛି ।
ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।
ମହିଳାମାନଙ୍କ ମଧ୍ୟରେ ମୋଟା ଜଙ୍ଘର ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ, କେବଳ ଉଠିବା ଏବଂ ବସିବାରେ ଅସୁବିଧା ହୁଏ ନାହିଁ, ଫ୍ୟାଶନେବଲ୍ ପୋଷାକ ପିନ୍ଧିବାରେ ମଧ୍ୟ ଦ୍ୱିଧା ଅନୁଭବ ହୁଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।
ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତେବେ ଏହାର କାରଣ କଣ ? ଜାଣନ୍ତୁ...
ଶୀତ ଋତୁରେ କଦଳୀ ଖାଇବାକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଏ। କିଛି ଲୋକ କୁହନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଠିକ୍ ତ ଆଉ କିଛି ଲୋକ ମତ ଦିଅନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ମଧ୍ୟ ଏଭଳି ପ୍ରଶ୍ନ ଦ୍ୱାରା ଦ୍ୱନ୍ଦ୍ୱରେ ପଡୁଛନ୍ତି ପଡ଼ନ୍ତି, ତେବେ ଆପଣ ଏଠାରେ ଉତ୍ତର ପାଇବେ।
ମନଦୁଃଖ ହେବା ଆମକୁ ସାଧାରଣ ଲାଗେ। ହେଲେ ଲଗାତାର ୨ସପ୍ତାହରୁ ଅଧିକ ବିଷାଦଗ୍ରସ୍ତ ହୋଇ ରହିଲେ ଏହା ଡିପ୍ରେସନରେ ପରିଣତ ହୁଏ। ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ଜଣରେ ଜଣେ ବ୍ୟକ୍ତି ଡିପ୍ରେସନର ଶିକାର। ହେଲେ ଏହାର ସବୁଠାରୁ ମାରାତ୍ମକ ଦିଗଟି ହେଉଛି ଆତ୍ମହତ୍ୟା ପ୍ରବଣତା। ଚାଲନ୍ତୁ ଜାଣିବା କ’ଣ ଏହି ଡିପ୍ରେସନର ଲକ୍ଷଣ ଓ କେମିତି ରକ୍ଷା କରିବା ନିଜକୁ ଏଥିରୁ।
ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।
ଶାଗରେ ଅନେକ ପୋଷକ ତତ୍ତ୍ୱ ମିଳେ। ସାଧାରଣତଃ ଶୀତ ଦିନେ ହେଉଥିବା କୋଶଳା ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର। ଏହି ଶାଗରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ। କେବଳ ଗୋଟିଏ ନୁହେଁ ଏହାର ବ୍ୟବହାରରୁ ଅନେକ ଲାଭ ମିଳିଥାଏ।
ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।
ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ...
ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?
ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।