ଗର୍ଭବତୀ ବୋହୂଟିଏ ଲୋଭରେ ପାଣିକଖାରୁଟିଏ ଚୋରି କଲା ବୋଲି ଷଠି ମାଆ ତାକୁ ଦେଲେ ଏମିତି ଦଣ୍ଡ। ଗୋଟିଏ ନୁହେଁ, ତା କୋଳରୁ ଉଠାଇ ନେଇଥିଲେ ପାଞ୍ଚ ପାଞ୍ଚଟି କଅଁଳା ଶିଶୁ। କିନ୍ତୁ ଶେଷରେ...
ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନୂଆବର୍ଷ। ଓଡ଼ିଆଙ୍କର ପ୍ରକୃତ ନୂଆବର୍ଷ ଜାନୁଆରୀ ୧ ନୁହେଁ, ଏପ୍ରିଲ ୧୪। ଏହିଦିନ ଓଡ଼ିଆଙ୍କର ଅନେକ ନୂଆକଥା ଆରମ୍ଭ ହୋଇଥାଏ। ତା ସହିତ ଏକାଧିକ ପର୍ବ ମଧ୍ୟ ଏହିଦିନ ପଡ଼ିଥାଏ।
ସମଗ୍ର ଓଡିଶାରେ ପ୍ରଧାନତଃ ଆଠ ଗୋଟି ତନ୍ତ୍ରପୀଠରେ ଶକ୍ତି ସ୍ୱରୂପିଣୀ ଦେବୀ ଅଷ୍ଟଭୁଜା, କେଉଁଠି ଦ୍ବିଭୁଜା, କେଉଁଠି ବୈଷ୍ଣବୀ, ନରମୁଣ୍ଡମାଳିନୀ, ତ୍ରିପୁରାସୁନ୍ଦରୀ ତ କେଉଁଠି କାତ୍ୟାୟନୀ ରୂପେ ପୂଜା ପାଆନ୍ତି। ଏହି ଦୃଷ୍ଟିରୁ ଉତ୍କଳୀୟ ଶାକ୍ତପୀଠ ସାରା ଜଗତରେ ପ୍ରାଚୀନ କାଳରୁ ଖ୍ୟାତି ଅର୍ଜନ କରିଅଛି।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।
ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।
ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।
ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।
ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।
ପୌରାଣିତ କିମ୍ବଦନ୍ତୀ ଅନୁଯାୟୀ, ଓଡ଼ିଶାର ଏହି ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଭକ୍ତ ବିଦୂରଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ଭକ୍ତ ବିଦୁର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗଭାତ ଦେଇ ଖୁବ୍ ଚର୍ଚ୍ଚା କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ ଭକ୍ତ ବିଦୂରଙ୍କୁ କହିଥିଲେ। ବିଦୂର ଏମିତି ବର ମାଗିଥିଲେ ଯେ, ସେବେଠାରୁ ଏହି ମେଳଣ ଚାଲିଆସିଛି।
ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ।
ଓଡ଼ିଶାର ଘରେ ଘରେ ଏହି ମେଳାଟି ପାଳନ ହୁଏ। ପ୍ରାୟତଃ ସୋମବାର ଏହାକୁ ପାଳନ କରାଯାଏ। ଏହି ମେଳାର ବିଶେଷତ୍ୱ ହେଲା, ଏଥିରେ ବେଶୀ କିଛି ପଇସାପତ୍ର ଖର୍ଚ୍ଚ ହୁଏନାହିଁ। କିନ୍ତୁ ବିଶ୍ୱାସ ରହିଛି, ହଜିଲା ଜିନିଷ ଫେରି ପାଇବାକୁ ଏହି ମେଳା ଏକ ଆମୋଘ ଅସ୍ତ୍ର ପରି କାମ ଦିଏ।
କ'ଣ ହୁଏ ଯଦି ଆମେ ଜାଣତରେ ହେଉ କି ଅଜାଣତରେ, ପ୍ରଭୁ ଶିବଙ୍କୁ ଅସମ୍ମାନ ହେଲାପରି କିଛି କରିବସନ୍ତି? ପ୍ରଭୁ ଶିବଙ୍କ ପୂଜାନୀତି ଏବଂ ଓଷାବ୍ରତ ସଂପର୍କରେ ଥରେ ମାତା ପାର୍ବତୀ ତାଙ୍କୁ ପଚାରି ବସିଲେ। ପ୍ରତ୍ୟୁତ୍ତରରେ ପ୍ରଭୁ ଶିବ ତାଙ୍କୁ ଏକାଦିକ ପୌରାଣିକ ଘଟଣାର ବର୍ଣ୍ଣନା କରିଥିଲେ। ଶୁଣନ୍ତୁ ଏହି ସୁନ୍ଦର କାହାଣୀଟି, ଯାହା ଜଣେ ଋଷିଙ୍କୁ ନେଇ।
ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ପ୍ରକୃତି ହେଉଛି ହିନ୍ଦୁ ଧର୍ମର ଠାକୁର। ପ୍ରକୃତିର ସଦସ୍ୟମାନେ ଏହି ପୂଜା ପାଆନ୍ତି। ଆଜି ହେଉଛି ଅଗ୍ନି ପୂର୍ଣ୍ଣିମା, ପୂଜା ପାଆନ୍ତି ଅଗ୍ନି ଦେବତା। କିନ୍ତୁ କାହିଁକି ସେ ପୂଜା ପାଆନ୍ତି, ଏଥିପାଇଁ କଣ କରିବାକୁ ପଡ଼େ,ଏହା ପଛର ବୈଜ୍ଞାନିକ କାରଣ କଣ, ପଢ଼ନ୍ତୁ ସରୋଜିନୀ ଶଙ୍ଖୁଆଙ୍କର ଏହି ବିସ୍ତୃତ ପ୍ରବନ୍ଧ।
କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।
ଓଡ଼ିଶାର କେଉଁ କେଉଁ ସ୍ଥାନରେ ହୁଏ ମାଘ ସପ୍ତମୀ ମେଳା, କେଉଁଠି ହୁଏ ମାଘବୁଡ଼? କେମିତି ହୋଇଥିଲା ଖଣ୍ଡଗିରିର ନାମକରଣ? ମାଘ ମାସରେ କେଉଁ ଦେବତାଙ୍କର ପୂଜା କରାଯାଏ?
ଏହି ସମୟ ଅମଳର ସମୟ। ଫସଲ ଘରକୁ ଆସେ, ଚାଷୀ ଖୁସି ହୁଏ, ସ୍ୱପ୍ନ ଦେଖୁଥାଏ। ଅଳ୍ପ ହେଉ କି ବେଶୀ, ଘରେ ଘରେ ପ୍ରାଚୁର୍ଯ୍ୟ ଓ ଖୁସି ଭରି ରହିଥାଏ। ଏହି ସମୟରେ ପାଳନ ହୁଏ ପୌଷ ପୂର୍ଣ୍ଣିମା।