ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।
ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ।
ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ।
ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ।
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।