ଏହି ଜିଦ୍ ଯୋଗୁଁ ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍ଏ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ, ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହାକୁ ସାରା ବିଶ୍ବ ନିନ୍ଦା କରୁଛି। ଏହା ପାକିସ୍ତାନର ପୁରୁଣା ଖୋଇ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।
ଜାଫର୍ ଟ୍ରେନ ହାଇଜାକ ଘଟଣା । ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ସେନା କହୁଥିବାବେଳେ ଏବେ ୧୫୦ରୁ ଅଧିକ ସୈନିକ ପଣବନ୍ଦୀ ଥିବା ଦାବି କଲା ବିଏଲ୍ଏ । ପାକିସ୍ତାନ ନିଜ ପରାଜୟ ଲୁଚାଇବାକୁ ଏମିତି ମିଛ କହୁଥିବା ବିଏଲ୍ଏ ଦାବି କରିଛି ।
ପାକିସ୍ତାନ ସେନାକୁ ବେଲୋଚ୍ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ । ପାହାଡ଼ କି ଅଗମ୍ୟ ଉପତ୍ୟକାରେ ନୁହେଁ... ଏଣିକି ଲାହୋର, କରାଚି ଓ ଇସଲାମାବାଦ୍ରେ ହେବ ମୁକାବିଲା । କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ବେଲୋଚ୍ ବିଦ୍ରୋହୀ