ପାକିସ୍ତାନର ୧୩ଟି ସାମରିକ ଘାଟିର କେଉଁ ଅବସ୍ଥା କରିଛି ଭାରତୀୟ ଏୟାରଷ୍ଟ୍ରାଇକ୍, ସାମ୍ନାକୁ ଆସିଲା ତାହାର ନୂଆ ସାଟେଲାଇଟ ଚିତ୍ର । କୁହାଯାଉଛି, ଏହିସବୁ ସ୍ଥିତିକୁ ଦେଖି ଭାରତ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ ।
ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ ।
ଅପରେସନ ସିନ୍ଦୂରର ସଫଳତା ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କରିବ ବିଜେପି । ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି ।
କ୍ରିକେଟର ଉଦାହରଣ ଦେଲେ, ରାମାୟଣର ପଂକ୍ତି ବି ପଢିଲେ । ମିଳିତ ପ୍ରେସମିଟରେ ଭାରତର ଦୃଢ ଚାରିସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା କଥା ବଖାଣିଛନ୍ତି DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ସଫା ସଫା କହିଛନ୍ତି, ପାକିସ୍ତାନ କେବେବି ଭେଦି ପାରିବନି ଆମ ଏୟାର ଡିଫେନ୍ସ ସିଷ୍ଟମ ।
ଶତ୍ରୁ ଗୁଳିରେ ବୀରଗତି ପ୍ରାପ୍ତ କରିଥିବା ଭାରତୀୟ ଯବାନଙ୍କ କୁନି ଝିଅର ରଣହୁଙ୍କାର । ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ନେଇଛି ଶପଥ । ପାକିସ୍ତାନକୁ ମାଟିରେ ମିଶାଇଦେବି ବୋଲି କହିଲା ୧୧ ବର୍ଷର ଝିଅ ।
ବାପାଙ୍କ ଭଳି ହେବି। ଗୋଟି ଗୋଟି କରି ବଦ୍ଲା ନେବି। ଖୋଜି ଖୋଜି ସମସ୍ତଙ୍କୁ ମାରିବି। ବ୍ୟର୍ଥ ଯିବାକୁ ଦେବିନି ମୋ ବାପାର ବଳିଦାନ। ପାକିସ୍ତାନକୁ ମାଟିରେ ମିଶାଇ ଦେବି। ଇଏ ପାକ୍ ଆକ୍ରମଣରେ ସହିଦ ସର୍ଜଣ୍ଟ ସୁରେନ୍ଦ୍ର ମୋଗାଙ୍କ ୧୧ ବର୍ଷର ଝିଅ ବର୍ତ୍ତିକା। ବାପା ମୃତ୍ୟୁର ୨ ଦିନ ନ ବିତିଣୁ ଝିଅ ଅଣ୍ଟା ଭିଡିଛି ପାକିସ୍ତାନ ବିରୋଧରେ ବଦ୍ଲା ନେବାକୁ।
ସିନ୍ଦୂରର ଶକ୍ତି ଦେଖିଲା ସାରା ବିଶ୍ବ । ଦୁଇ ମହିଳା ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଉଥିଲେ।
ଏଇ ଏବେ ଏବେ ହୋଇଥିଲା ବିବାହ । ପଡିଥିଲା ହାତଗଣ୍ଠି । ମନର ନାୟିକାକୁ ସାତଫେରା ନେଇ ବୋହୂ କରି ଆଣିଥିଲେ ଘରକୁ । ବିବାହର ଦୁଇ ଦିନ ପରେ ଦେଶ ସେବା ପାଇଁ ଆସିଲା ଡାକରା । ମାଟି ମା’ ପାଇଁ ସବୁକୁ ଜଳାଞ୍ଜଳି ଦେଇ ବାହାରି ପଡିଲେ ବୀର ଯବାନ । ଏପଟେ ନିଜ ସିନ୍ଦୂରକୁ ବି ଦେଶ ନାଁରେ କରିଦେଲେ ନବବିବାହିତ ସ୍ତ୍ରୀ ।
ପାକିସ୍ତାନ ବିପକ୍ଷରେ ଭାରତର ଆକ୍ରମଣରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ? ନିର୍ଣ୍ଣାୟକ ସାଜିଲା କି ଭାରତର ସୁପରସୋନିକ କ୍ରୁଜ୍ ମିସାଇଲ୍ ? ପାକିସ୍ତାନ ଉପରେ ଆକ୍ରମଣରେ ଭାରତର ସୁପରସୋନିକ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ବ୍ୟବହାର ହୋଇଥିବା ଚର୍ଚ୍ଚା ହେଉଛି ।
ଅପରେସନ ସିନ୍ଦୂର ଶତ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିସହ ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ତାହାର ଭିଡିଓ ଦେଖାଇ ପ୍ରମାଣ ରଖିଲେ DGAO ।
ଆପଣ ଜାଣନ୍ତି କି, ଭାରତୀୟ ସେନାର କେଉଁ ପଦବୀରେ ଅଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି ? ଏଥିପାଇଁ ତାଙ୍କୁ କେତେ ଟଙ୍କା ଦରମା ମିଳେ ?
ଭାରତର ପ୍ରଚଣ୍ଡ ପ୍ରହାରରେ ଆକ୍ତାମାକ୍ତା ପାକିସ୍ତାନ । ଡାହା ମିଛର ସାହାରା ନେଲେ ଶେହବାଜ ସରିଫ । ମୁହଁ ଫୁଟାଣି ଦେଖାଇ କଲେ ମିଛ ପ୍ରଚାର । ଭାରତ ଆରମ୍ଭ କରିଥିବା ଯୁଦ୍ଧର ଆମେ ଅନ୍ତ ଘଟାଇବୁ ବୋଲି କହି ନିଜ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କଲେ ସରିଫ୍।
ଏ ହେଉଛନ୍ତି ଭାରତର ସବୁଠାରୁ ଖତରନାକ ସ୍ପେଶାଲ୍ ଫୋର୍ସ। ଯିଏ ଥରେ ଗୋଡ଼ କାଢିଲେ ଭୟରେ ଛତ୍ରଭଙ୍ଗ ଦିଅନ୍ତି ଶତ୍ରୁ।
ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍ବିଲ୍ କରି ମାରିଛି ।
ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍ବିଲ୍ କରି ମାରିଛି । ଆଖି ଆଗରେ ତୋ ଝିଅ ବୋହୂଙ୍କୁ ବିଧବା କରିଛି । ଆଜି ମାତୃତ୍ୱ ଦିବସ । ମୁଁ ତୋ ବଡ଼ ପୁଅ ହିସାବରେ ଶପଥ କରୁଛି, ପାକିସ୍ତାନକୁ ଧ୍ବଂସ କରିବି ।
ଦେଶ ପ୍ରତି ଆସୁଥିବା ଅସୁବିଧା ହେଉ କିମ୍ବା ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବା ପାଇଁ ଭାରତରେ ରହିଛନ୍ତି ଏହି ସ୍ପେଶାଲ୍ ଫୋର୍ସ ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ଗୁରୁବାର ରାତିରେ ପାକିସ୍ତାନ କିଭଳି ଜମ୍ମୁ ଉପରେ କରିଥିଲା ଆଟାକ୍। କିଭଳି କରିଥିଲା ମିସାଇଲ ମାଡ଼? ତା’ର ଛାତିଥରା ଦୃଶ୍ୟ ବଖାଣିଛନ୍ତି ଦିଲ୍ଲୀ ଫେରିଆସିଥିବା କିଛି ଓଡ଼ିଆ ଛାତ୍ର। ଜମ୍ମୁର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା କିଛି ଛାତ୍ର ଦିଲ୍ଲୀ ଫେରିବା ପରେ ହମ୍ଲାର ଆଖି ଦେଖା ହାଲ୍ ଗୋଟି ଗୋଟି କରି କ୍ୟାମେରା ଆଗରେ କହିଛନ୍ତି।
‘ପହଲଗାମ ଆତଙ୍କୀ ଆକ୍ରମଣ’ ଓ ‘ଅପରେସନ୍ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ଼ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପୂର୍ଣ୍ଣ ଯୁଦ୍ଧ ଆରମ୍ଭ ହେବାର ସ୍ପଷ୍ଟ ସଙ୍କେତ ମିଳୁଛି।
ସେନା ପକ୍ଷରୁ ପ୍ରେସମିଟ୍ରେ କୁହାଯାଇଛି ଯେ, ଭାରତ ପକ୍ଷରୁ ପାକିସ୍ତାନର ୪ଟି ଏୟାରବେସ୍କୁ ଧ୍ବଂସ କରାଯାଇଛି । ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି । ତେବେ ପାକ୍ର ପ୍ରତ୍ୟେକ ଆକ୍ରମଣକୁ ଆମେ ପ୍ରତିହତ କରୁଛୁ ।
ଭାରତର ଜାତୀୟ ରାଜଧାନୀ ଦିଲ୍ଲୀକୁ ଟାର୍ଗେଟ କରି ପାକିସ୍ତାନର ମିସାଇଲକୁ ଖସାଇ ଦେଇଛି ଭାରତ । ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ ଉଦ୍ୟମ କରିଥିଲା ।
ଟେରିଟୋରିଆଲ୍ ଆର୍ମିରେ ଥିବା ପ୍ରତ୍ୟେକ ଅଧିକାରୀ ଏବଂ ଏଥିରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକିବା ଲାଗି ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦିଆଯାଇଛି।
ଟେରିଟୋରିଆଲ ଆର୍ମିକୁ ସାଧାରଣତଃ ଯୁଦ୍ଧରେ ବ୍ୟବହାର କରାଯାଏ। ଏହି ଆର୍ମି ପୂର୍ବରୁ ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଶ୍ରୀଲଙ୍କାରେ ଅପରେସନ ପୱନ, ଜମ୍ମୁ କଶ୍ମୀରରେ ଅପରେସନ ରକ୍ଷକ, ନର୍ଥ ଇଷ୍ଟରେ ଅପରେସନ ରାଇନୋ ଓ ଅପରେସନ ବଜରଙ୍ଗରେ ଅଂଶଗ୍ରହଣ କରିଥିଲା ଟେରିଟୋରିଆଲ ଆର୍ମି।
୨୬ ବର୍ଷ ପରେ ଭାରତ ନେଲା କି 'କାନ୍ଦାହାର' ବଦଲା ? ଅପରେସନ୍ ସିନ୍ଦୂରରେ ଆତଙ୍କୀ ରୌଫ୍ ଅଜହର ସଫା ! ମସୁଦ ପରିବାରର ୧୦ ମୃତକଙ୍କ ମଧ୍ୟରେ ତା ନିଜ ଭାଇ !
ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା LoCରେ ପାକିସ୍ତାନ ସେନା ଦ୍ବାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ। ବୀର ଯବାନ ଜଣଙ୍କ ହେଉଛନ୍ତି 5 ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର । ଏନେଇ ହ୍ବାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି ।