ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ତା’ର ବାପା ଏବଂ ଜଣେ ଭାଇ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଜ୍ୟୋତିର ଅନ୍ୟ ଦୁଇ ଭାଇ ବିଜାପୁରର ଏକ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ବେଳେ ବିବାହୀତ ବଡ଼ ଭଉଣୀ ଅନ୍ୟ ଏକ ଗାଁରେ ରହେ ।
ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି ।
ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାକୁ ନେଇ ନାନା କଥା ଶୁଣିବାକୁ ମିଳେ। ରୋଚକ ପୌରାଣିକ କାହାଣୀ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ଅଶୋକାଷ୍ଟମୀରେ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା।
ଯୁବ କ୍ରିକେଟ୍ ତାରକା ଭାରଦ୍ୱାଜ ସାଇ ସୁଦର୍ଶନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଇପିଏଲ୍ରେ ସେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ଚଳିତ ସିଜନ୍ରେ ତିନି ମ୍ୟାଚ୍ରେ ସଂଗ୍ରହ କରିଛନ୍ତି ୧୮୬ ରନ୍ । ଏଭଳି ପ୍ରଦର୍ଶନ ବଜାୟ ରଖିଲେ, ଆଗାମୀ ଦିନରେ ଭାରତୀୟ ହ୍ୱାଇଟ୍-ବଲ୍ ଟିମ୍ରେ ପୁଣି ସୁଯୋଗ ପାଇପାରନ୍ତି ଏହି ବାମହାତି ବ୍ୟାଟର୍ ।
ଆୟୁର୍ବେଦ ଓ ଭାରତୀୟ ପରମ୍ପରିକ ଚିକିତ୍ସାରେ ଅଶୋକ ବୃକ୍ଷର ଛାଲି, ପତ୍ର ଓ ଫୁଲର ଅନେକ ଔଷଧୀୟ ଗୁଣ ରହିଛି। ମହିଳା ରୋଗ, ତ୍ୱଚା ସଫା ଓ ପ୍ରାକୃତିକ ଉପାୟରେ ଡିଟକ୍ସୀଫିକେସନ ପାଇଁ ଏହା ଏକ ଦୁର୍ଳଭ ଔଷଧ ଭାବରେ ପରିଚିତ।
ଆପଣଙ୍କ ସହ ଏମିତି ବାରମ୍ବାର ହେଉଛି କି, ଯେ ରାତି ୨ଟା-୩ଟା ବେଳକୁ ଝାଳ ବୋହି, ଅଣନିଶ୍ବାସୀ ଲାଗି ନିଦ ଭାଙ୍ଗି ଯାଉଛି? ଯେତେ ଘରୋଇ ଉପଚାର, ଯୋଗ, ଧ୍ୟାନ, ମନ୍ତ୍ରଜପ କିମ୍ବା ଡେଉଁରିଆ ବାନ୍ଧିଲେ ବି ସୁଫଳ ମିଳୁନି? ରାତିରେ ଛାନିଆ ଲାଗୁଛି, ସକାଳକୁ ନିଦ ପୁରା ହେଉନି ଏବଂ ଦିନସାରା ବ୍ୟସ୍ତ ଲାଗୁଛି? ଜାଣନ୍ତି ହୁଏତ ଏହା ପଛରେ ଆପଣଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥାଇ ପାରେ? କେମିତି ପାଇବେ ମୁକ୍ତି ଏ ସମସ୍ୟାରୁ, ଜାଣିବା ପାଇଁ ପଢନ୍ତୁ
କଗ୍ରେଂସ ସଦସ୍ୟମାନଙ୍କ ଉପରେ ଦୃୃୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗୃହରେ ଏକ ପ୍ରକାର ଶାନ୍ତି ଫେରିଲା । ‘ବିରିମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ବିଜେଡ଼ି ସଦସ୍ୟମାନେ ଶାନ୍ତ ପଡ଼ିଗଲେ । ବୋଧହୁଏ ସେମାନେ କେଉଁଠି ନା କେଉଁଠି ଅନୁଭବ କଲେ ଯେ ସରକାରଙ୍କ ସହିତ ଆଉ ମୁକାବିଲାମୂଳକ ପରିସ୍ଥିତିର ସାମ୍ନା କରିପାରିବେ ନାହିଁ ।
ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣନଷ୍ଟ ପାଇଁ ଶୈଳେନ୍ଦ୍ର ଏକ କରତ, ପ୍ଲାଷ୍ଟିକ ବ୍ୟାଗ ଓ ମହିଳା ପୋଷାକ କିଣି ଆଣିଥିଲା । ପରବର୍ତ୍ତୀ ତିନି ରାତିରେ ସେ ମୃତଶରୀରକୁ ନଅ ଖଣ୍ଡ କରି କାଟି, ଯେପରି ସନ୍ଦେହ ନହେବ ସେଥିପାଇଁ ଗାଉନ ପିନ୍ଧି ସଚିନ ସ୍କୁଟରରେ ହିଁ ବିଭିନ୍ନ ସ୍ଥାନରେ ମୃତଦେହ ଫିଙ୍ଗି ଆସିଥିଲା । ଏହାପରେ ପୋଲିସକୁ ଭ୍ରମିତ କରିବା ପାଇଁ ଶୈଳେନ୍ଦ୍ର ସଚିନଙ୍କ ଫୋନ ବ୍ୟବହାର କରୁଥିଲା ।
ୱାକଫ ଆକ୍ଟ ୧୯୯୫ର ଧାରା ୪ ଅନୁସାରେ, ବୋର୍ଡର ଅଧିକାର ରହିଛି , ଯଦି ଐତିହାସିକ ପ୍ରମାଣପତ୍ର ଥିବ ତେବେ ଯେ କୌଣସି ସମ୍ପତ୍ତିକୁ ୱାକଫ ତା’ର ବୋଲି ଘୋଷଣା କରିପାରିବ । ଯଦି କେହି ବ୍ୟକ୍ତି ବା ସଂସ୍ଥା ବୋର୍ଡର ଏହି ଦାବିକୁ ବିରୋଧ କରେ ତେବେ ୱାକଫ ଟ୍ରିବ୍ୟୁନାଲ ବା କୋର୍ଟ ନିଷ୍ପତ୍ତି ନେଇଥାଏ ।
ନିଜ ସାନ ଭାଇକୁ ମେଣ୍ଢା ରୂପରେ ମାରି ଅତିଥିଙ୍କୁ କାହିଁକି ଖାଇବାକୁ ଦେଉଥିଲା ଜଣେ ରାଜା ? ସାନ ଭାଇ ତା'ର ପୁଣି ଜୀବନ୍ୟାସ ପାଉଥିଲା କେମିତି ? ସମୁଦ୍ର ପାଣି ତଳେ କୋଉ ଦାନବମାନେ ଲୁଚି ରହୁଥୁଲେ ? ସମୁଦ୍ରର ପୁରା ପାଣିକୁ କେମିତି ଓ କାହିଁକି ପିଇ ଦେଲେ ଜଣେ ଋଷି ? ଆଉ ଥରେ ସେ ଶୁଖିଲା ସମୁଦ୍ରରେ ପାଣି ଭରା ହେଲା ନା ନାହିଁ ? ଏମିତି ଆହୁରି ଅନେକ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡ଼େଇବା ଭିଡିଓ ଭାଇରାଲ ହେବା ପରେ ଚନ୍ଦନନଗର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ପରେ ପୁଲିସ ଟିମ୍ ସତ ଜାଣିବାକୁ ଉଦ୍ୟମ କରିଥିଲା। ଏହା କୌଣସି ଭୂତ ପ୍ରେତ କିମ୍ବା ଚୋର ଦଳଙ୍କ କାମ ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। ସିସିଟିଭି ଯାଞ୍ଚ କରି ସେହି ମହିଳାଙ୍କୁ ପୁଲିସ ଠାବ କରିଥିଲା।
ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ...
ଉତ୍କଳ ହେଉ କି ଓଡ଼ିଶା ଦିବସ ଯିଏ ଯାହା ପାଳନ କରୁଥିଲେ ବି ଏହି ଭୂଖଣ୍ଡ ପ୍ରତି ଅନୁରାଗ, ଆନୁଗତ୍ୟ ଓ ଅଙ୍ଗୀକାର ରହିବା ଉଚିତ । ବିଗତ କିଛିବର୍ଷ ଧରି ଏଭଳି ମିଶ୍ରିତ ଦିବସ ପାଳନ ହୋଇ ଆସୁଥିଲେ ମଧ୍ୟ ଏହାକୁ ନେଇ ବିତର୍କ କି ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇନଥିଲା ଯାହା ଚଳିତ ବର୍ଷ ଦେଖିବାକୁ ମିଳିଛି l ଏହି ଭିନ୍ନତାକୁ ଦୂରକରି ଏକତାର ସହିତ ଦ୍ୱନ୍ଦ୍ୱ, ଦ୍ୱିଧା, ବିତର୍କକୁ ପୋଛି ଗର୍ବ ଓ ଗୌରବର ସହିତ ପ୍ରତ୍ୟେକ ଓଡ଼ିଆ ଆମ ପ୍ରଦେଶର ଜନ୍ମଦିନ ପାଳନ କରିବେ, ଏ କଥାକୁ ସରକାର ସୁନିଶ୍ଚିତ କରିବା ଆବଶ୍ୟକ l
ଯେଉଁ ସ୍ଥାନରେ ଭୂମିରେ ଘାସ କିମ୍ବା ଗଛଲତା ଟିଏ ନଥାଏ ବା ଉଠୁ ନଥାଏ ଏବଂ ଉଈହୁଙ୍କା, ସାପ ହୁଙ୍କା ଆଦି ଥାଏ କେବେବି ସେହି ସ୍ଥାନରେ ଗୃହ ନିର୍ମାଣ କରିବା କଥା ନୁହେଁ । ଯଦି ଗୃହ ନିର୍ମାଣ କରିବାକୁ ପଡ଼େ, ତେବେ ସେହି ସ୍ଥାନର ମାଟିକୁ ୬ ଫୁଟ୍ ଖୋଳି ସେହି ମାଟିକୁ ଅନେକ ଦୂରରେ ଫୋପାଡ଼ି ଦେବେ ଏବଂ ସେହି ସ୍ଥାନରେ ଭଲ ମାଟି କିମ୍ବା ବାଲି ଫିଲିଙ୍ଗ କରିଦେବେ ଏବଂ କିଛି ଦିନ ପରେ ଏହି ସ୍ଥାନକୁ ବାସ୍ତୁଶାସ୍ତ୍ର ମତରେ ଶୋଧନ କରି ଗୃହନିର୍ମାଣ କରିବେ ।
ଏଠି ପ୍ରଶ୍ନ, କେଉଁଠୁ ଆସିଲା ଏହି Ghibli ଷ୍ଟାଇଲ ? କିଏ ଏବଂ କେମିତି ଆରମ୍ଭ କଲା ଏହାକୁ ? ଏହି ବ୍ୟକ୍ତି ଜଣକ ଏମିତି ଏକ ଜିନିଷ ଆଣିଲେ ଯାହା ସବୁ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଟ୍ରେଣ୍ଡ ପାଲଟି ଯାଇଛି । ଆଉ ଟ୍ରେଣ୍ଡ ପାଲଟିବା ପରେ ପରେ କପି ରାଇଟ ଉଲ୍ଲଘଂନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ନେଇ ତର୍କ ଆରମ୍ଭ ହୋଇଯାଇଛି ।
ରଣଜୀ ଟ୍ରଫି ୨୦୨୪-୨୫ ପରେ ଚଳିତ ଆଇପିଏଲ୍ ସିଜନ୍ରେ ବି ଚମକପ୍ରଦ ପ୍ରଦର୍ଶନ ଜରୁଛନ୍ତି ଶାର୍ଦ୍ଦୁଳ ଠାକୁର । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟେଷ୍ଟ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ? ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମ ବିଚାରକୁ ନେବେ କି ଚୟନକାରୀ ?
ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି ଅନେକ ଅଭିଯୋଗ ହେଉଛି । ଆଉ ନିଜର ଅଜାଣତରେ କୁନି କୁନି ପିଲାମାନେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ଆରମ୍ଭ କରୁଛନ୍ତି । ଦିନକୁ ଦିନ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରୁ ବୋମାବର୍ଷଣର ଧମକ ପରେ ଏବେ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ସହରରେ ଥିବା ସମସ୍ତ ଲଞ୍ଚରଗୁଡ଼ିକୁ ପ୍ରସ୍ତୁତ କରିସାରିଛି । କ୍ଷେପଣାସ୍ତ୍ରଗୁଡ଼ିକୁ ଲଞ୍ଚରରେ ଲୋଡ୍ କରାଯାଇଛି ଏବଂ ଇରାନ ସମସ୍ତ ଭୂତଳ କ୍ଷେପଣାସ୍ତ୍ର ସହରରେ ନିକ୍ଷେପ କରିବାକୁ ପ୍ରସ୍ତୁତ ଅଛି ।
କିଏ ଆସି ପାଣ୍ଡବ ଭାଇମାନଙ୍କୁ ଅର୍ଜୁନଙ୍କ ଖବର ଦେଲେ? କାହିଁକି ତୀର୍ଥ ଯାତ୍ରାରେ ବାହାରିଲେ ପାଣ୍ଡବ ଭାଇମାନେ? ଋଷି ଅଗସ୍ତ୍ୟଙ୍କ ପିତୃ ପୁରୁଷମାନେ କାହିଁକି ନର୍କରେ ଥିଲେ? ରାଜାଙ୍କୁ ଝିଅଟିଏ ହେବାର ଆଶୀର୍ବାଦ ଦେଇ କୋଉ ଅଜବ ସର୍ତ୍ତ ରଖିଲେ ଋଷି ଅଗସ୍ତ୍ୟ? କାହିଁକି ପୁଣି ରାଜାମାନଙ୍କୁ ଅର୍ଥ ଭିକ୍ଷା କରିବାକୁ ବାହାରିଲେ ଋଷି? ଏଇ ସବୁ ଅଜବ ପ୍ରଶ୍ନର ଉତ୍ତର ପାଇବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।
ଖରାରେ ବୁଲାବୁଲି କରିଥିଲେ ସନ୍ଧ୍ୟାରେ ଘିକୁଆଁରୀ ରସ, ଥଣ୍ଡା ଦହି, ଚନ୍ଦନ ଲେପ, ଥଣ୍ଡା ହଳଦୀ ଲେପ ଆଦି ତ୍ବଚାକୁ ଥଣ୍ଡା ରଖେ, ଘିମିରି ହେବାକୁ ଦିଏନି ବରଂ କୁଲି° ଇଫେକ୍ଟ ଦେଇଥାଏ। ଯଦି ସନ୍-ବର୍ଣ୍ଣ ହୋଇଥାଏ ତାହେଲେ ଦହିରେ ଓଟ୍ସ ପାଓଡର କିମ୍ବା ମୁଲତାନୀ ମାଟି ମିଶାଇ ଲେପ ଲଗାନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।
ପୁଟିନଙ୍କ ସୁରକ୍ଷା ହେଉ ବା ସ୍ୱାସ୍ଥ୍ୟାବସ୍ଥା, ସବୁବେଳେ ଏହାକୁ ନେଇ ଚର୍ଚ୍ଚା ହେଉଥାଏ । ସୋସିଆଲ ମିଡିଆରେ ଦୀର୍ଘଦିନ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଏବଂ ସେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ବୋଲି ଖବର ଉଡି ବୁଲୁଛି । ଏବେ ପୁଣି ଖବର ମିଳିଛି ଯେ, ପୁଟିନ ପାର୍କିଂସନ ନାମକ ଏକ ନ୍ୟୁରୋଲୋଜିକାଲ ରୋଗରେ ପୀଡିତ । ତାଙ୍କୁ ନିକଟରେ ହାର୍ଟ ଆଟାକ ହୋଇଥିଲା ଏବଂ ଏକାଧିକ ପ୍ରକାର କ୍ୟାନ୍ସର ସହ ଲଢୁଛନ୍ତି । ପାଶ୍ଚାତ୍ୟ ମିଡିଆରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏପରି ଅନେକ ଖବର ଶୁଣିବାକୁ ମିଳୁଛି ।
ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଏବଂ କର୍ମର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ତେବେ ଶନି ଚଳନ ଯୋଗୁଁ ୧ରୁ ୯ ମୂଳାଙ୍କ ଲୋକଙ୍କ ଜୀବନରେ କ’ଣ ନୂଆ ପରିବର୍ତ୍ତନ ଘଟିବ,ଆସନ୍ତୁ ଜାଣିବା...
ରାଜା କେମିତି ଗଣି ପାରିଲେ ଗଛ ଗୋଟାକର ପତ୍ର ଓ ଫଳ? ବିବାହିତ ରାଜକୁମାରୀ କାହିଁକି ଆଉଥରେ ସ୍ୱୟଂବର ପାଇଁ ଯୋଜନା କଲେ? ଅଯୋଧ୍ୟା ରାଜା ମାତ୍ର ଗୋଟେ ଦିନରେ କେମିତି ପହଞ୍ଚିଲେ ବିଦର୍ଭ? ଦମୟନ୍ତୀ କେମିତି ଚିହ୍ନିଲେ ନଳଙ୍କୁ? କୁରୂପ ନଳ ଶେଷରେ କେମିତି ତାଙ୍କ ପୂର୍ବ ରୂପ ଓ ନିଜ ସିଂହାସନ ଫେରିପାଇଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଆଗାମୀ ସମୟରେ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମିଆଁମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମିଆଁମାରରେ ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମିଆଁମାରରେ ଦୁଃଖ ବଢ଼ାଇ ଦେଇଛି ଏହି ଭୂମିକମ୍ପ ।