ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।
ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ ଥାନା ସାମନାରେ ଗୁଲିସ୍ତାଙ୍କୁ ତିନି ତଲାକ ଦେଇଥିଲେ।
ଗୋଟିଏ ପାର୍ଶ୍ୱରେ ଗାଡ଼ି ରଖିବା ପରେ ପଛରେ ବସିଥିବା ଶାନୁ ତୁରନ୍ତ ମିନୁଙ୍କ ଦୁଇ ହାତକୁ ପଛକୁ ଟାଣି ନେଲା। ରବି ତାଙ୍କୁ ଧରି ପକାଇଲା। ଯତୀନ୍ ମିନୁଙ୍କ ବେକରେ କ୍ରମାଗତ ଭାବେ ୭ଟି ଇଞ୍ଜେକ୍ସନ ଦେଇଥିଲା। ଯାହା ଫଳରେ ତାଙ୍କର କିଛି ମିନିଟ୍ ମଧ୍ୟରେ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାକୁ ଡକାୟତି ରୂପ ଦେବା ପାଇଁ ଶାନୁ ସେହି ସ୍ଥାନରେ ମିନୁଙ୍କ ସମସ୍ତ ଅଳଙ୍କାର କାଢ଼ି ନେଲା।
ଫସଲ ଜଗି ରହିଥିବା ଚାଷୀଙ୍କ ପୁଅକୁ ଜଣେ ସ୍ଥାନୀୟ ଗ୍ରାମବାସୀ ଏବଂ ତାଙ୍କ ପୁଅ ଚୋର ଭାବି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧:୩୦ ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହାପରେ କ୍ଷେତରେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା ନିଷ୍ପାପ ପଞ୍ଚମ ଶ୍ରେଣୀ ଛାତ୍ରର ମୃତଦେହ ।
'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି ।
ତମାଖୁ ଖାଇଲେ କିମ୍ବା ଛିପ ପକାଇଲେ ଦେବାକୁ ପଡ଼ିବ ଜରିମାନ। ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ଦେଲେ ନିର୍ଦ୍ଦେଶ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି ।
ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ।
ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ବେଦି ଉପରେ ବୋଲେରୋ ଡିମାଣ୍ଡ କରିଥିଲା ବର। ତା’ପରେ ମଣ୍ଡପ ଉପରେ ହିଁ ବର-କନ୍ୟାଙ୍କ ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ । ଦେଖୁ ଦେଖୁ ଏହା ମହାଭାରତର ରୂପ ନେଇଥିଲା। ହୋଇଥିଲା ଖଣ୍ଡଯୁଦ୍ଧ। ଚାପୁଡା ଉପରେ ପଡିଥିଲା ଚାପୁଡା।
ପୂଜାଙ୍କ ମାଆ ବିଲେଇଟିକୁ ପୋତିଦେବାକୁ କହିଥିଲେ । କିନ୍ତୁ, ପୂଜା ଏପରି କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ବିଲେଇଟି ପୁଣି ଜୀବିତ ହୋଇଯିବ । ପୂଜା ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶରୀରକୁ କୁଣ୍ଢାଇ ଧରି ରହିଥିଲେ । ପୂଜାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ଯେତେ ବୁଝେଇଲେ ମଧ୍ୟ ସେ ସେହି ବିଲେଇକୁ ପୋତି ନଥିଲେ ।
ଆଗ୍ରାରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା ।
୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି ।
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।
ଯୌତୁକ ହେଲା କାଳ । ସ୍ବାମୀ ସାଜିଲା ପିଶାଚ । ଯୌତୁକ ପାଇଁ ସ୍ତ୍ରୀକୁ ବଳପୂର୍ବକ ଏଚ୍ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି ।
ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।
ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାପତରିଆ ବାଘ। ।
ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।
ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।
ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ ।
ଅମୃତର ବୁଡ଼... ଆସ୍ଥାର ବୁଡ଼... ଆଧ୍ୟାତ୍ମିକ ବୁଡ଼...। ଜନ୍ମଜନ୍ମାନ୍ତରରୁ ମୋକ୍ଷ ଦେବ...ଅନ୍ତିମ ସୁଯୋଗ ଆଉ ଏ ଜନ୍ମରେ ଫେରିବନି... ପୁଣି ୧୪୪ ବର୍ଷ ପରେ ଆସିବ।
ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା ।
ଆସନ୍ତା ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ରହିଛି ଶେଷ ଅମୃତ ସ୍ନାନ । ଏଥିପାଇଁ କୁମ୍ଭ ନଗରୀକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।
ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...
ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ। ଚାଲିଗଲା ମହିଳାଙ୍କର ଜୀବନ। ବେଡ୍ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ ।