କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି ରଙ୍ଗୀନ । ବିମାନରେ ବସି ଗାଁକୁ ଗାଁ, ସାହିକୁ ସାହି ବୁଲିଛନ୍ତି ରାଧାକୃଷ୍ଣ ।
ଆଜି ଦୋଳ ପୂର୍ଣ୍ଣିମା। ଅଥାର୍ତ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା।
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ।
ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ।
ତାରକଷି କାମ ପାଇଁ ଭାରତ ତଥା ବିଶ୍ଵ ଦରବାରରେ ବେଶ୍ ପରିଚିତ ରୌପ୍ୟ ନଗରୀ କଟକ । ଏପରିକି ନିକଟରେ କଟକର ତାରକସୀ କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା ମଧ୍ୟ ମିଳିସାରିଛି । ପୂର୍ବରୁ ଚାନ୍ଦି ମେଢ଼, ଚାନ୍ଦି ଦୋଳ ବିମାନ କରି ସବୁଆଡ଼େ ଚର୍ଚ୍ଚିତ ଥିବା କଟକ ସହରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି...
ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର ।