ସେ ଅଧିକରୁ ଅଧିକ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି । ମସ୍କଙ୍କ ଏହି 'ଶିଶୁ ମିଶନ' କୌଣସି ସାଧାରଣ ପାରିବାରିକ ଘଟଣା ନୁହେଁ। ଏହାକୁ ତାଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଇପାରିବ। ପୃଥିବୀରେ ଜନସଂଖ୍ୟା ହ୍ରାସ ପାଉଛି ଏବଂ ଏହା ମାନବ ଜାତିର ବିଲୁପ୍ତ ହେବାର କାରଣ ହୋଇପାରେ ବୋଲି ତାଙ୍କର ମତ । ସେଥିପାଇଁ ସେ ଦୁନିଆରେ ନିଜର କହିବା ପାଇଁ ଅଧିକ ସନ୍ତାନ ଚାହୁଁଛନ୍ତି ।
ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।
ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି।
ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
ସୋସିଆଲ ମିଡିଆ ଏକ୍ସର ଗ୍ଲୋବାଲ୍ ଆଉଟେଜ୍ । ଏକ୍ସରେ ସ୍ପଷ୍ଟୀକରଣ ରଖିଲେ ଏଲନ ମସ୍କ ।
‘ଏକ୍ସ’ ସୋସିଆଲ୍ ସାଇଟ୍ ଆଦି କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦିନର ବିଭିନ୍ନ ସମୟରେ ଅଚଳ ହୋଇଥିବା ସୂଚନା ମିଳିଛି ।
ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’
ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ନଜର ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସରକାରୀ କାର୍ଯ୍ୟାଳୟ ଟିଭି ସ୍କ୍ରିନରେ ଚାଲିଲା ଭିଡିଓ । ଜାଣନ୍ତୁ ପୁରା ଘଟଣା କ'ଣ
ଓପନଏଆଇ କିଣିବାକୁ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ ଦେଲେ ଏଲନ ମସ୍କ । ଟ୍ୱିଟର ପୋଷ୍ଟ ଜରିଆରେ ମସ୍କଙ୍କୁ କଡା ଜବାବ ଦେଲେ ଅଲ୍ଟମ୍ୟାନ ।
ଆମେରିକୀୟ ବ୍ୟବସାୟୀ ତଥା ଟେସଲାର ସିଇଓ ଏଲନ ମସ୍କ ନିଜର ପ୍ରତିଶୋଧ ପୂରଣ କରିଛନ୍ତି। ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରତିଶୋଧ ନେଇଛନ୍ତି ମସ୍କ। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ମସ୍କଙ୍କ ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟେସନ ପ୍ରୋଜେକ୍ଟର ତଦନ୍ତ କରିଥିବା ଜନୈକା ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଆମେରିକା ସରକାରଙ୍କ କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗଙ୍କୁ ମସ୍କଙ୍କ ରୋଷର ଶିକାର ହେବାକୁ ପଡିଛି।
ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ।
ଉପଭୋକ୍ତାମାନେ ଏବେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଡିଜିଟାଲ୍ ୱାଲେଟକୁ ଟଙ୍କା ପଠାଇବା ନେଇ ସକ୍ଷମ ହେବେ ଏବଂ ପରେ ଏହାକୁ ପ୍ଲାଟ୍ଫର୍ମରେ ଥିବା ଅନ୍ୟ ୱାଲେଟ୍କୁ ମଧ୍ୟ ପଠାଇ ପାରିବେ। ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ X (ପୂର୍ବରୁ ଟ୍ୱିଟର୍) X Money ଘୋଷଣା କରିଛି।
ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆମେରିକାର ସବୁଠାରୁ ବଡ କର୍ମଚାରୀ ସଙ୍ଗଠନ ଡୋଜ (DOGE) ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
ସୋମବାର ଟ୍ରମ୍ପ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ମଧ୍ୟରେ ଜଣେ ବ୍ୟକ୍ତି ସବୁଠୁ ଅଧିକ ଖୁସି ଥିବା ନଜର ଆସିଥିଲେ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି ବରଂ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏଲନ୍ ମସ୍କ।
ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।
କୌଣସି କମ୍ପାନୀର ସଫଳତା ବା ବିଫଳତା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ଉପରେ ନିର୍ଭର କରିଥାଏ। ତେଣୁ ସିଇଓ ମାନେ ହିଁ ସବୁଠାରୁ ଅଧିକ ଦରମା ହାସଲ କରିଥାନ୍ତି। ସେମାନେ କେବଳ ନିଜ କମ୍ପାନୀର ନୁହନ୍ତି ବରଂ ଏହାର ସମ୍ପୂର୍ଣ୍ଣ ଅର୍ଥନୀତିର ଭାର ନିଜ କାନ୍ଧରେ ବୋହିଥାନ୍ତି। ଏମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କମ୍ପାନୀର ଭବିଷ୍ୟତ ବଦଳାଇବାର କ୍ଷମତା ରଖିଥାଏ।
ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।
ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଦୁନିଆର ସବୁଠୁ ଦାମୀ କାର୍ ହେଉଛି ରୋଲ୍ସ-ରୋଏସ୍ ବୋଟ୍ ଟେଲ୍ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଜେନା ୱିଲସନ ସୋସିଆଲ ମିଡିଆ ସାଇଟ୍ ଥ୍ରେଡ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏପରି ଭାବିଥିଲି, କିନ୍ତୁ ଗତକାଲି ନିଶ୍ଚିତ ହୋଇଗଲି। ମୁଁ ଆମେରିକାରେ ମୋର ଭବିଷ୍ୟତ ଦେଖିପାରୁନାହିଁ।
ପ୍ରତିଦ୍ୱନ୍ଦ୍ୱୀ EV ନିର୍ମାତା ରିଭିଆନ୍ ସେୟାରରେ ୮% ହ୍ରାସ ପାଇଛି, ଲୁସିଡ୍ ଗ୍ରୁପ୍ ୪% ହ୍ରାସ ପାଇଛି ଏବଂ ଚୀନ୍ ଭିତ୍ତିକ NIO ସଂସ୍ଥାର ସେୟାର ୫.୩% ହ୍ରାସ ପାଇଛି ।
ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।
ଚର୍ଚ୍ଚାରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର୍ ଧରିଛି।
ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।