ମଧୁ କୈଟଭ କିଏ? ବିଷ୍ଣୁଙ୍କୁ ସେମାନେ କ'ଣ ବର ଦେଲେ? ବାଲି ତଳେ ଶୋଇ ରହୁଥିଲା କେଉଁ ଅସୁର? ନିଆଁ ବାହାର କରୁଥିବା ସେ ଦାନବ ମଲା କେମିତି? ବେଦଜ୍ଞ ବ୍ରାହ୍ମଣ ମାଂସ କାଟି ବିକୁଥିବା ବ୍ୟାଧ ପାଖରୁ କେମିତି ପାଇଲେ ତତ୍ତ୍ୱ ଜ୍ଞାନ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କ'ଣ ପାଇଁ ରାଜର୍ଷି ଇନ୍ଦ୍ରଦୁମ୍ନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫେରିବାକୁ ହେଲା? ସଂସାରରେ ମାର୍କଣ୍ଡେୟ ଋଷିଙ୍କ ଠାରୁ କିଏ ଅଧିକ ବୟସ୍କ ଥିଲେ? ବିଷ୍ଣୁଙ୍କୁ ଦର୍ଶନ କରି ବି ଜଣେ ଋଷି କିଛି ମାଗିଲେନି କାହିଁକି? କିଏ ସେଇ ରାକ୍ଷସ ଯିଏ ବାଲି ତଳେ ଶୋଇ ରୁହେ? ମହାଭାରତ ଭିତରେ ଏମିତି ଅନେକ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ସମସ୍ତ କୌରବମାନଙ୍କର ଶେଷକୃତ୍ୟ ଏପରି ଜଣେ ବ୍ୟକ୍ତି ଦ୍ୱାରା କରାଯାଇଥିଲା, ସିଏ ମଧ୍ୟ ଜଣରେ କୌରବ ଥିଲେ କିନ୍ତୁ ତାଙ୍କୁ ସେମାନେ ସାରା ଜୀବନ ଘୃଣା କରୁଥିଲେ। ଏହି କାରଣରୁ ସେ ପାଣ୍ଡବମାନଙ୍କ ଶିବିରକୁ ଯାଇଥିଲେ। ତା’ପରେ ସେ ସେମାନଙ୍କ ପକ୍ଷରୁ ମଧ୍ୟ ଲଢ଼ିଥିଲେ।
କେମିତି ଆସେ ପ୍ରଳୟ? କେଉଁ ଯୁଗ କେତେ ବର୍ଷ ଭୋଗ ହୁଏ? କିଏ ସେହି ବିଶାଳ ମାଛ ଯିଏ ମନୁଙ୍କ ଡଙ୍ଗାକୁ ଟାଣି ଟାଣି ନେଲା? ମାର୍କଣ୍ଡେୟ କଳି ଯୁଗର କ'ଣ ବର୍ଣ୍ଣନା କଲେ? ବଟ ପତ୍ର ଉପରେ ଶୋଇଥିବା ପିଲାଟି କିଏ? ସୃଷ୍ଟି ଓ ପ୍ରଳୟ ବିଷୟରେ ଆହୁରି ଅନେକ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ମାର୍କଣ୍ଡ ଋଷି ପୁରାଣର କାହାଣୀ ସବୁ ପାଣ୍ଡବମାନଙ୍କୁ କହିଲେ? କ'ଣ ଥିଲା ସେ କାହାଣୀମାନଙ୍କର ବିଷୟ? ମରିଯାଇଥିବା ଋଷି ପୁତ୍ର ଜୀବନ୍ୟାସ ପାଇଲେ କେମିତି? କାହିଁକି ଗୋଟେ ଛୋଟ ମାଛ ମନୁଙ୍କୁ ଅନୁରୋଧ କଲା ତାକୁ ନଦୀରୁ ଉଦ୍ଧାର କରିବାକୁ? ମହାକାବ୍ୟ ମହାଭାରତ ଭିତରୁ ଏମିତି ଆହୁରି କିଛି ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଆପଣ ଭଲ ଭାବରେ ଜାଣିଥିବେ ଯେ ମହାଭାରତ ଏବଂ ରାମାୟଣ ଯୁଦ୍ଧ ଦିନରେ ହିଁ ହୋଇଥିଲା। ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଯୁଦ୍ଧ ବନ୍ଦ ହେଉଥିଲା। ତେବେ ଆପଣ କ’ଣ କେବେ ଭାବିଛନ୍ତି କି ଏହା କାହିଁକି ହେଉଥିଲା?
ଶେଷରେ ଭୀମ ପଦ୍ମବନର ସନ୍ଧାନ ପାଇଲେ କେମିତି ? କାହିଁକି ପଦ୍ମ ବନର ଜଗୁଆଳି ରାକ୍ଷସ ମାନଙ୍କୁ ଭୀମ ମରି ଗୋଡ଼େଇଲେ? କାହିଁକି ପୁଣି ଘୋର ଜଙ୍ଗଲରେ ଭୀମଙ୍କୁ ସାପ କବଳିତ କଲା ? କିଏ ସେଇ ସାପ ? ଏମିତି ଆହୁରି ଅନେକ ନୂଆ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ନିଜକୁ ଅତୁଳ ପରାକ୍ରମୀ ଭାବୁଥିବା ଭୀମସେନ ଶେଷରେ ଗୋଟେ ବୁଢ଼ା ବାନରର ସାମାନ୍ୟ ଲାଞ୍ଜକୁ ଉଠେଇ ପାରିଲେନି କାହିଁକି? କିଏ ସେହି ବୁଢା ବାନର? କ'ଣ ତାଙ୍କର ପରିଚୟ? ଦୁହେଁ ଦୁହିଁଙ୍କ ପରିଚୟ ପାଇଲା ପରେ ଭୀମଙ୍କୁ କ'ଣ ଉପଦେଶ ଦେଲେ ସେ? ଏଇ ସବୁ କଥାର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ମହାଭାରତ ଯୁଗର ଅନେକ ମହିଳାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରାଯାଏ କିନ୍ତୁ ଯେତେବେଳେ ଦ୍ରୌପଦୀଙ୍କ କଥା ଆସେ, ସେତେବେଳେ ମତ ଏକ ହୋଇଯାଏ ଯେ ଦ୍ରୌପଦୀଙ୍କ ପରି ସୁନ୍ଦରୀ ଆଉ କେହି ନଥିଲେ। ତେବେ ଆସନ୍ତୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ଜାଣିନେବା।
କଠୋର ଅଧ୍ୟୟନ ଓ ଅଧ୍ୟବସାୟ ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ । ଜ୍ଞାନ ପ୍ରାପ୍ତି ପାଇଁ କୌଣସି ସରଳ ସହଜ ରାସ୍ତା ନାହିଁ । ଏଇ କଥାଟି ବୁଝିନପାରି କେଉଁ ସହଜ ରାସ୍ତା ଧରିଥିଲେ ଋଷିପୁତ୍ର? କ'ଣ ହେଲା ତା'ର ଶେଷ ପରିଣାମ? କାହିଁକି ଜଣେ ବୁଢାଲୋକ ଗଙ୍ଗା ନଦୀରେ ବାଲି ମୁଠା ପକାଉଥିଲେ? ଏମିତି ଆହୁରି ଅନେକ ପ୍ରଶ୍ନ ପଛର କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ବିନା ଅଧ୍ୟବସାୟ ଓ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ । ଦେବତାଙ୍କ ଠାରୁ ବର ପାଇ ଅସମ୍ଭବକୁ ସମ୍ଭବ କରିଥିବା ଜଣେ ଋଷିପୁତ୍ର ନିଜର ବିନାଶ ଡାକି ଆଣିଲେ।ଆଉ ଜଣେ ବିଜ୍ଞ ଋଷି ପୁତ୍ର କାମନାରେ ପୀଡିତ ହୋଇ ଅବିବେକୀ କାମ କଲେ । ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା ପାପରେ ଦୋଷୀ ହେଲେ । କ'ଣ ହେଲା ସେ ଋଷି ପୁତ୍ରମାନଙ୍କର? ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ଜନକ ରାଜାଙ୍କ ଯଜ୍ଞ ସ୍ଥଳକୁ ଯିବାକୁ ଚାହୁଁ ଥିଲେ ଅଷ୍ଟାବକ୍ର ? କାହିଁକି ଦ୍ୱାରପାଳ ତାଙ୍କୁ ଭିତରକୁ ଯିବାକୁ ଦେଉନଥିଲେ ? ସଭାରେ କ'ଣ ଥିଲା ଦୁଇ ଜ୍ଞାନୀ ମଣିଷଙ୍କ ତର୍କର ବିଷୟ ? ତର୍କରେ ହରି ଜଳ ସମାଧି ନେଇଥିବା ବ୍ରାହ୍ମଣମାନେ ଥିଲେ କୋଉଠି ? ଏଇ ସବୁ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଧର୍ମ ଅଧର୍ମ ଓ ପାପ ପୁଣ୍ୟର ବିଚାର ବଡ ବିଚିତ୍ର। କାହିଁକି ଜଣେ ରାଜା ଶହେ ପୁଅ ଆଶାରେ ନିଜର ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ବଳି ଦେଲେ? ତାପରେ ରାଜା ଶହେ ପୁଅ ପାଇଲେ ନା ନାହିଁ? କାହିଁକି ଇନ୍ଦ୍ରଦେବ ଓ ଅଗ୍ନିଦେବ ପକ୍ଷୀରୂପ ଧରି ଜଣେ ରାଜାଙ୍କ ଦରବାରକୁ ଆସିଥିଲେ? ଏମିତି ଆହୁରି ଅନେକ ଅଜଣା ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ଇନ୍ଦ୍ରଙ୍କର ହାତକୁ ଅକାମି କରିଦେଲେ ଚ୍ୟବନ ଋଷି। ଯଜ୍ଞ କୁଣ୍ଡରୁ ସୃଷ୍ଟି କଲେ ମଦ ନାମକ ଏକ ବିଶାଳ ରାକ୍ଷସ। ହେଲେ କାହିଁକି ରାଗିଲେ ଋଷି? ରାଜା କେମିତି ହେଲେ ଗର୍ଭବାନ? ରାଜା ଯୁବନାଶ୍ୱଙ୍କ ଗର୍ଭରୁ ପୁଣି କେମିତି ଜନ୍ମ ହେଲା ପୁଅଟିଏ? ପୁଅର ନାମ ମାନ୍ଧାତା କାହିଁକି ରଖାଗଲା? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।
ତପସ୍ୟାରେ ବସିଥିବା ଋଷିଙ୍କ ଉପରେ ଉଇହୁଙ୍କା ମାଡି ଯାଇଥିଲା । ଦିନେ କୌତୁହଳରେ ରାଜକୁମାରୀ କଣ୍ଟାରେ ହୁଙ୍କାକୁ ଫୁଟାଇଲେ ଯେ ଋଷି ଅନ୍ଧ ହେଇଗଲେ । କଣ ହେଲା ତାପରେ? ରାଜକୁମାରୀଙ୍କୁ କ୍ଷମା କଲେ ଋଷି ନା ଅଭିଶାପ ଦେଲେ? କେମିତି କଲେ ରାଜକୁମାରୀ ପ୍ରାୟଶ୍ଚିତ? ସେସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
Mahabharat Story: ପିତାଙ୍କ ଆଦେଶରେ କିଏ ନିଜ ଜନ୍ମକଲା ମାଆକୁ ହତ୍ୟା କରିଥିଲେ? କୋଉ ଦୋଷ କରିଥିଲେ ଋଷି ପତ୍ନୀ ଯେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା? କାହିଁକି ହଜାରେ ହାତ ଥିବା ରାଜାକୁ ଜଣେ ତପସ୍ୱୀ ହତ୍ୟା କଲେ? କାହିଁକି ଏକୋଇଶି ଥର ପୃଥିବୀରୁ କ୍ଷତ୍ରୀୟମାନଙ୍କୁ ଲୋପ କଲେ ସେ? ଏମିତି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ବିନ୍ଧ୍ୟ ଗିରି ସୂର୍ଯ୍ୟ ଚନ୍ଦ୍ରଙ୍କ ରାସ୍ତା ବନ୍ଦ କଲା? କାହିଁକି ଖାଲି ପଡିଥିଲା ଅଗସ୍ତ୍ୟ ଋଷିଙ୍କ ଆଶ୍ରମ? ପାହାଡ଼କୁ କ'ଣ ଆଦେଶ ଦେଇଥିଲେ ଋଷଭ ମୁନି? କେମିତି ଅଭିଶାପ ପାଇ ହରିଣୀ ହୋଇଥିବା ଦେବକନ୍ୟା ବିଭାଣ୍ଡକ ଋଷିଙ୍କ ପୁଅର ମାଆ ହେଲେ? କାହିଁକି ଅଙ୍ଗ ନରେଶ ରୁଷ୍ୟଶୃଙ୍ଗଙ୍କୁ ଆଣିବାକୁ ଡଙ୍ଗା ପଠେଇଥିଲେ? ମହାଭାରତ ପୃଷ୍ଠାରେ ଥିବା ଏମିତି କାହାଣୀ ସବୁକୁ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
Ganga's Descent to Earth:କ'ଣ ପାଇଁ କପିଳ ମୁନି ଅଭିଶାପ ଦେଲେ ସଗରଙ୍କ ପୁଅମାନଙ୍କୁ? କୋଉଠି ଲୁଚିଥିଲା ରାଜାଙ୍କ ଅଶ୍ୱମେଧ ଘୋଡ଼ା? ସ୍ୱର୍ଗରୁ କେମିତି ଆସିଲେ ଗଙ୍ଗା ପୃଥିବୀକୁ? ସଗର ରାଜାଙ୍କ ପୁଅମାନେ କେମିତି ପୁଣି ପାଇଲେ ମୁକ୍ତି? ଗଙ୍ଗାଙ୍କ ଧରାବତରଣ ପାଇଁ କାହିଁକି ଖୋଜା ପଡିଲେ ମହାଦେବ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ନିଜ ସାନ ଭାଇକୁ ମେଣ୍ଢା ରୂପରେ ମାରି ଅତିଥିଙ୍କୁ କାହିଁକି ଖାଇବାକୁ ଦେଉଥିଲା ଜଣେ ରାଜା ? ସାନ ଭାଇ ତା'ର ପୁଣି ଜୀବନ୍ୟାସ ପାଉଥିଲା କେମିତି ? ସମୁଦ୍ର ପାଣି ତଳେ କୋଉ ଦାନବମାନେ ଲୁଚି ରହୁଥୁଲେ ? ସମୁଦ୍ରର ପୁରା ପାଣିକୁ କେମିତି ଓ କାହିଁକି ପିଇ ଦେଲେ ଜଣେ ଋଷି ? ଆଉ ଥରେ ସେ ଶୁଖିଲା ସମୁଦ୍ରରେ ପାଣି ଭରା ହେଲା ନା ନାହିଁ ? ଏମିତି ଆହୁରି ଅନେକ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କିଏ ଆସି ପାଣ୍ଡବ ଭାଇମାନଙ୍କୁ ଅର୍ଜୁନଙ୍କ ଖବର ଦେଲେ? କାହିଁକି ତୀର୍ଥ ଯାତ୍ରାରେ ବାହାରିଲେ ପାଣ୍ଡବ ଭାଇମାନେ? ଋଷି ଅଗସ୍ତ୍ୟଙ୍କ ପିତୃ ପୁରୁଷମାନେ କାହିଁକି ନର୍କରେ ଥିଲେ? ରାଜାଙ୍କୁ ଝିଅଟିଏ ହେବାର ଆଶୀର୍ବାଦ ଦେଇ କୋଉ ଅଜବ ସର୍ତ୍ତ ରଖିଲେ ଋଷି ଅଗସ୍ତ୍ୟ? କାହିଁକି ପୁଣି ରାଜାମାନଙ୍କୁ ଅର୍ଥ ଭିକ୍ଷା କରିବାକୁ ବାହାରିଲେ ଋଷି? ଏଇ ସବୁ ଅଜବ ପ୍ରଶ୍ନର ଉତ୍ତର ପାଇବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ରାଜା କେମିତି ଗଣି ପାରିଲେ ଗଛ ଗୋଟାକର ପତ୍ର ଓ ଫଳ? ବିବାହିତ ରାଜକୁମାରୀ କାହିଁକି ଆଉଥରେ ସ୍ୱୟଂବର ପାଇଁ ଯୋଜନା କଲେ? ଅଯୋଧ୍ୟା ରାଜା ମାତ୍ର ଗୋଟେ ଦିନରେ କେମିତି ପହଞ୍ଚିଲେ ବିଦର୍ଭ? ଦମୟନ୍ତୀ କେମିତି ଚିହ୍ନିଲେ ନଳଙ୍କୁ? କୁରୂପ ନଳ ଶେଷରେ କେମିତି ତାଙ୍କ ପୂର୍ବ ରୂପ ଓ ନିଜ ସିଂହାସନ ଫେରିପାଇଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ମହାଭାରତ ଯୁଦ୍ଧ ପରେ ନୂଆ ପରିସ୍ଥିତିରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ନିଜକୁ ଅବହେଳିତ ଅନୁଭବ କରିବା ଆରମ୍ଭ କଲେ। ଭୀମ ତ ସେମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ମଧ୍ୟ କରୁଥିଲେ। ତେବେ ଆସନ୍ତୁ ଜାଣିବା ସେମାନେ କେଉଁଠି ରହିଲେ, କିପରି ବଞ୍ଚିଲେ ଓ କେଉଁ ବୟସରେ ସେମାନଙ୍କ ମୃତ୍ୟୁ ହେଲା।
କାହିଁକି ସାହାଯ୍ୟ ପାଇଲା ପରେ ବି ନଳଙ୍କୁ କର୍କୋଟକ ନାଗ ଦଂଶନ କଲା? କାହିଁକି ପାଗଳୀ ପ୍ରାୟ ଦିଶୁଥିବା ଦମୟନ୍ତୀକୁ ରାଜମାତା ଆଶ୍ରୟ ଦେଲେ? ହଜି ଯାଇଥିବା ଦମୟନ୍ତୀଙ୍କୁ କେମିତି ଖୋଜି ପାଇଲେ ଜଣେ ବ୍ରାହ୍ମଣ ? ଦଂଶନ ପରେ ନଳଙ୍କୁ କ'ଣ କ'ଣ ଉପଦେଶ ଦେଲେ ନାଗରାଜ? ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ଘୋର ଜଙ୍ଗଲ ଭିତରେ ନିଜ ରାଣୀଙ୍କୁ ଅସହାୟ କରି ଏକା ଛାଡି ରାଜା ଚାଲିଗଲେ ? କାହିଁକି ଖଣ୍ଡିଏ ମାତ୍ର ଲୁଗାକୁ ବାଣ୍ଟି ପିନ୍ଧିଲେ ରାଜା ରାଣୀ ? ସୁନା ରଙ୍ଗର ଚଢେଇମାନେ କ'ଣ କହିଲେ ରାଜାଙ୍କୁ ? କ'ଣ ପାଇଁ ପୁଣି ଆଶ୍ରୟ ଦେଇଥିବା ବଣିକ ଦଳଙ୍କ ପାଖରୁ ରାଣୀ ଅନ୍ଧାର ରାତିରେ ଲୁଚି ପଳେଇଲେ ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଅନେକ ଦେଶର ରାଜା ଓ ରାଜକୁମାରମାନେ ଆସି ପହଞ୍ଚିଲେ । ଚାରି ଦେବତା ଓ ରାଜା ନଳ ବି ଆସିଲେ । କିନ୍ତୁ ଦେବତାମାନେ ରାଜା ନଳଙ୍କ ବେଶ ଧରି ଆସିଥାନ୍ତି । ଦମୟନ୍ତୀ ସ୍ୱୟଂବର ସଭାରେ ଆସି ଦେଖନ୍ତି ଅନ୍ୟ ରାଜାମାନଙ୍କ ସହ ପାଞ୍ଚଜଣ ନଳ ବସିଛନ୍ତି । ସେ ବୁଝିଗଲେ ପାଞ୍ଚ ଜଣରେ ଜଣେ ପ୍ରକୃତ ନଳ ଓ ଅନ୍ୟ ଚାରିଜଣ ଦେବତା ନଳଙ୍କ ରୂପ ଧାରଣ କରି ବସିଛନ୍ତି । ସେ ଏବେ ପ୍ରକୃତ ନଳଙ୍କୁ ବାଛିବେ କେମିତି? ବିଦୂଷୀ ଦମୟନ୍ତୀ କିଛି କ୍ଷଣ ଚିନ୍ତା କଲେ ଓ ଆଉଥରେ ନିରୀକ୍ଷଣ କଲେ । ସେ ଜାଣିଥିଲେ, ଦେବତାମାନଙ୍କର କୌଣସି ମାନବୀୟ ବିକାର ନଥାଏ । ସେ ଜାଣିଥିଲେ, ଦେବତାମାନଙ୍କର ଛାଇ ପଡେନି । ଆଖିର ପଲକ ସ୍ଥିର ରୁହେ । ଦେହରୁ ଝାଳ ବୁହେନି ।