୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦାବି କରିଛି । ବନ୍ଦୀ ଅଦଳବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା କରିଥିବା କହିଛି BLA। ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ସମୂହ ହତ୍ୟା କରାଯାଇଥିବା ଦାବି କରିଛି ଆତଙ୍କୀ ସଙ୍ଗଠନ।
ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।
ଜାଫର୍ ଟ୍ରେନ ହାଇଜାକ ଘଟଣା । ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ସେନା କହୁଥିବାବେଳେ ଏବେ ୧୫୦ରୁ ଅଧିକ ସୈନିକ ପଣବନ୍ଦୀ ଥିବା ଦାବି କଲା ବିଏଲ୍ଏ । ପାକିସ୍ତାନ ନିଜ ପରାଜୟ ଲୁଚାଇବାକୁ ଏମିତି ମିଛ କହୁଥିବା ବିଏଲ୍ଏ ଦାବି କରିଛି ।
ଟନେଲ ଭିତରେ ଟ୍ରେନ୍ ଉପରେ କଲେ କବ୍ଜା। ଯାତ୍ରୀଙ୍କୁ ବନ୍ଧକ ବନାଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଲେ ଆତଙ୍କୀ।
ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି BLA । ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି ।
ପାକିସ୍ତାନର ଜାଫର ଏକ୍ସପ୍ରେସକୁ ହାଇଜାକ କରିଛନ୍ତି ଆତଙ୍କବାଦୀ । ଟ୍ରେନରେ ୪ ଶହରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।
ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ସମ୍ପୂର୍ଣ୍ଣ ଟ୍ରେନକୁ ନିୟନ୍ତ୍ରଣରେ ରଖିଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି। ସେହିପରି ଟ୍ରେନକୁ ନିୟନ୍ତ୍ରଣକୁ ନେବା ବେଳେ ପାକିସ୍ତାନର ୬ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ। ବିଏଲଏ ପକ୍ଷରୁ କୁହାଯାଇଛି କି ଏହି ଘଟଣାରେ ବିଏଲଏ ମଜିଦ ବିଗ୍ରେଡ ଫତେହ ଓ ଏସଟିଓସ ଅନ୍ତର୍ଭୁକ୍ତ ଥିଲେ।