• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

ମହାଭାରତ କଥା
Mahabharat Story: କୃଷ୍ଣଙ୍କ ଅଧା କୋଳି ଭୋଜନ ଓ ଶହେ ବ୍ରାହ୍ମଣଙ୍କ ପେଟ ପୂରିବା କଥା

ପାଖରେ କିଛି ନଥାଇ ବି ଏତେ ଲୋକଙ୍କୁ କେମିତି ପେଟ ପୁରା ଖାଇବାକୁ ଦେଲେ ଦ୍ରୌପଦୀ ? ଅଧା ଖଣ୍ଡିଆ କୋଳିରେ କେମିତି ପେଟ ପୁରିଲା କୃଷଙ୍କର ? କାହିଁକି ଶେଷ ମୁହୂର୍ତ୍ତରେ ପାଣ୍ଡବମାନଙ୍କୁ ବଣରେ ଆକ୍ରମଣ କରିବାର ଯୋଜନା ବାତିଲ କଲେ ଦୁର୍ଯ୍ୟୋଧନ ? କାହିଁକି କୌରବଙ୍କ ଉପରେ ବିରକ୍ତ ହେଲେ ବ୍ୟାସ ଓ ମୈତ୍ରେୟ ମୁନି ? ଏମିତି ମହାଭାରତର ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

history and mythology behind odia holo festival dola purnima
Dola Purnima 2025: ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ, ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି

ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।

Recruitment
Mohan Government: ନିଯୁକ୍ତି ବିଭ୍ରାଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଯୋଗ୍ୟ ଆଶାୟୀଙ୍କ ବିଶ୍ୱାସ ଜିତି ପାରିବେ କି?

Mohan Government: ଯଦିଓ ପରବର୍ତ୍ତୀ ପରୀକ୍ଷାର ଦିନାଙ୍କ ଧାର୍ଯ୍ୟ କରାଯାଇନାହିଁ, ତଥାପି ବର୍ତ୍ତମାନର ସରକାର ବିନା ପକ୍ଷପାତିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା କରିବାର ପ୍ରୟାସ ଦେଖାଇଥିବା ଆବେଦନକାରୀଙ୍କ ଭିତରେ ଧାରଣାକୁ ଦୃଢୀଭୂତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପରୀକ୍ଷା ସ୍ଥଗିତ କରିବାକୁ ପଡିଲା?

Vastu Shastra
Vastu Tips: ଘର ପାଇଁ ଶୁଭ, ଏଇପଟେ ହେଲେ ଜଳ ନିଷ୍କାସନ

ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣ ଦିଗକୁ ଥାଏ, ତେବେ ସେହି ଗୃହକୁ ଦକ୍ଷିଣ ମୁଖୀ ଗୃହ କହିବା । ଏଣୁ ଏହିପରି ଗୃହରେ ଗାଧୁଆ ଏବଂ ରୋଷେଇ ଗୃହର ଜଳ ନିଷ୍କାସନର ବ୍ୟବସ୍ଥା ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣର ପୂର୍ବ ପଟକୁ କରିବା ଶୁଭ ।

History of olakana melana of kendrapada odisha
Olakana Melana: ଓଡ଼ିଶାର ଏହି ସ୍ଥାନରେ ଭକ୍ତ ବିଦୂରଙ୍କ ସହ ଭେଟ ହୋଇଥିଲେ ଶ୍ରୀକୃଷ୍ଣ, ବିନା ନିମନ୍ତ୍ରଣରେ ଆସି ତଳେ ବସିଥାନ୍ତି ଠାକୁର

ପୌରାଣିତ କିମ୍ବଦନ୍ତୀ ଅନୁଯାୟୀ, ଓଡ଼ିଶାର ଏହି ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଭକ୍ତ ବିଦୂରଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ଭକ୍ତ ବିଦୁର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗଭାତ ଦେଇ ଖୁବ୍ ଚର୍ଚ୍ଚା କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ ଭକ୍ତ ବିଦୂରଙ୍କୁ କହିଥିଲେ। ବିଦୂର ଏମିତି ବର ମାଗିଥିଲେ ଯେ, ସେବେଠାରୁ ଏହି ମେଳଣ ଚାଲିଆସିଛି।

ଦାନ କରିବାରେ ରେକର୍ଡ
Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ

ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।

ଆଖି ଉପରେ ଅତ୍ୟାଚାର
Tips for Dry Eyes: ସ୍କ୍ରିନ ଉପରେ କାମ କରି କରି ଥକି ଯାଉଛି କି ଆଖି ? ଜାଣନ୍ତୁ, କେମିତି କରିବେ ପ୍ରତିକାର ?

୪୫ ବର୍ଷୀୟ ଶ୍ରୁତି ଏମିତି ଘଣ୍ଟାଘଣ୍ଟା ଧରି ଲାପଟପ ଏବଂ ମୋବାଇଲରେ କାମ କରନ୍ତି । ହେଲେ ତାଙ୍କୁ ଜଣା ନ ଥିଲା ଯେ ନିର୍ଦ୍ଧିଷ୍ଟ ସମୟାନ୍ତରରେ ଉଷୁମ ପାଣିରେ ଆଖି ଧୋଇବା, ଅତିକମରେ୨୦ ସେକେଣ୍ଡ ଆଖ୍‌ ପତା ବ୍ଲିଙ୍କ କରିବା ଆଖି ପାଇଁ କେତେ ଜରୁରୀ । ଏସବୁ ନ କରିବା  କାରଣରୁ  ଆଇ ଡ୍ରପ ପକାଇବା ସତ୍ତ୍ୱେ ତାଙ୍କର ଆଖିର ଯନ୍ତ୍ରଣା ବଢିବାକୁ ଲାଗିଲା । ପରୀକ୍ଷା କରିବା ପରେ ଜଣାପଡ଼ିଲା ତାଙ୍କର ଆଖି ‘ଡ୍ରାଏ ଆଇ ଡିଜିଜ’ ବା DED ରୋଗରେ ଆକ୍ରାନ୍ତ ।

ଖରାଦିନିଆ ପାନୀୟ
Health Tips: ଖରାଦିନେ କେଉଁ ପାନୀୟ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ

ଆଖୁ ହେଉଛି ପ୍ରାକୃତିକ ଶର୍କରାର ଉତ୍ସ। ଏହା ଯକୃତ କାର୍ଯ୍ୟକାରିତା ବଢ଼ାଇବା ସହ ପାଟିର ଗନ୍ଧ କମ୍ କରି ଦାନ୍ତ କ୍ଷୟ ହେବା କମାଏ। ଖରାଦିନେ ଆଖୁରସରୁ ଏକ ଗ୍ଲାସ୍ ପିଇବା ଦ୍ୱାରା ତ୍ୱରିତ ଶକ୍ତି ବା ଇନଷ୍ଟାଣ୍ଟ ଏନର୍ଜି ମିଳେ। ଏଥିରେ ଥିବା ପଲିଫେନଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ପୋଷକ ଏହାକୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପାଇଁ ଅନୁକୂଳ କରିଥାଏ। ଏହା ପ୍ରାକୃତିକ ଶର୍କରା ହୋଇଥିବାରୁ ଡାଇବେଟିସ୍ ଥିବା ବ୍ୟକ୍ତି ମଧ୍ୟ ଅଳ୍ପ ପରିମାଣରେ ଏହାକୁ ପିଇ ପାରିବେ।

ଗୁରୁଙ୍କୁ ସଫଳତା
Sports: ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ହାସଲ କରିଛି ଟିମ୍ ଇଣ୍ଡିଆ । ଟିମ୍‌ର ଏହି ସଫଳତା ପଛରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳିଙ୍କର ରହିଛି ଯୋଗଦାନ । ତେବେ ଏହାର ପ୍ରକୃତ ସ୍କ୍ରିପ୍ଟ ରାଇଟର୍ ହେଉଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଟିମ୍‌କୁ ମୁକୁଟ ଜିତାଇ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଗୁରୁ ଗମ୍ଭୀର ।  

mythological story behind Maa Tarini Brata initiated by devee parvati
Maa Tarini Brata: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ନେହୁରା ହେଉଥିଲେ ବ୍ରାହ୍ମଣ, ସହି ପାରିଲେ ନାହିଁ ମାତା ପାର୍ବତୀ, ତା ପରେ...

ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ।

ବଦଳିଗଲା ଗାଁର ଚିତ୍ର
Success Story: ଗାଁକୁ ନୂଆ ପରିଚୟ ଦେଲେ ଝିଅ : ଦିନେ ଯେଉଁଠି ବନ୍ଧୁକ ଗର୍ଜୁଥିଲା, ଆଜି ସେଠି ମାଳ ମାଳ ପ୍ରତିଭା

ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।

ଟ୍ରମ୍ପଙ୍କ ଧମକ
Russia- Ukraine War: ରୁଷ୍‌ର ପକ୍ଷ ନେଲେ ଆମେରିକା, ଭାରତ : ସଙ୍କଟରେ ୟୁକ୍ରେନ୍‌

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁକ୍ରେନର ସୈନିକଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରିଛନ୍ତି। ଫଳରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଛି। ୧୪୦ରୁ ଅଧିକ ଦେଶ ରୁଷ୍‌ର ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯୁଦ୍ଧ କାହାପାଇଁ ବି ଭଲ ନୁହେଁ। ଏହା ଦ୍ବାରା ଅର୍ଥନୀତି ବିଗିଡ଼ିବା ସହିତ ଜନଜୀବନ ହାନି ଉଭୟ ରାଷ୍ଟ୍ରର ହେଉଛି।

ପ୍ଲାଷ୍ଟିକ୍ ପ୍ରଦୂଷଣ
New Polythene: ଆସିଲା ନୂଆ ପଲିଥିନ, ପାଣିରେ ପକାଇଲେ ୧୦ ମିନିଟରେ ମିଳାଇ ଯିବ; ମାଟିରେ ପଡ଼ିଲେ ଉର୍ବରତା ବଢ଼ିବ

ଏହି ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ମାଟିରେ ମାତ୍ର ୧୦ ମିନିଟ ମଧ୍ୟରେ ମିଶି ଯାଇଥାଏ । ସେତିକି ନୁହେଁ, ବିଘଟନ ପ୍ରକ୍ରିୟା ସମୟରେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୋଇଥାଏ । ପ୍ଲାଷ୍ଟିକ ଯେତିକି ଯେତିକି ମାଟିରେ ମିଶୁଥାଏ ଏହା ଜୈବିକ ପଦାର୍ଥରେ ବଦଳି ଯାଇଥାଏ । ଏହା ମାଟିକୁ ଆବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ କରିଥାଏ । ମାଟିର କାର୍ବନ ସାମଗ୍ରୀକୁ ପୁନଃସ୍ଥାପିତ କରିଥାଏ ।

ମହାଭାରତ କଥା
Mahabharat Story: ବନବାସ ଆରମ୍ଭ ଓ କୃଷ୍ଣଙ୍କ ଆଗମନ କଥା 

କାହିଁକି ବନବାସରେ ଯାଉଥିବା ପାଣ୍ଡବମାନଙ୍କୁ ପ୍ରଜାମାନେ ଅନୁସରଣ କଲେ? କାହିଁକି କୃଷ୍ଣ ପଶା ଖେଳ ବେଳେ ପାଣ୍ଡବଙ୍କ ପାଖରେ ପହଞ୍ଚି ପାରିନଥିଲେ? ବିଦୁରଙ୍କୁ ଦେଖି କାହିଁକି ଯୁଧିଷ୍ଠିର ଆଶଙ୍କାରେ ପଡିଲେ? ବନବାସରେ କୋଉ ଜଙ୍ଗଲରେ ରହିଲେ ପାଣ୍ଡବମାନେ? ମହାଭାରତ ପୃଷ୍ଠାର ଆହୁରି ଏମିତି ଅନେକ କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ସମୁଦ୍ରରେ ଆସେନି ବନ୍ୟା
Flood in Ocean: ବର୍ଷା ଆସିଲେ କୂଳ ଲଂଘେ ନଦୀ, ସୃଷ୍ଟି ହୁଏ ଜଳପ୍ରଳୟ: ହେଲେ ସମୁଦ୍ରରେ କାହିଁକି ଆସେନି ବନ୍ୟା ?

ଅଧିକାଂଶ ନଦୀର ପାଣି ସମୁଦ୍ରରେ ମିଶିଥାଏ । ପୃଥିବୀ ପୃଷ୍ଠର ପାଖାପାଖି ୭୧ ପ୍ରତିଶତ ଭାଗ ସମୁଦ୍ର । ମାତ୍ର ୨୯ ପ୍ରତିଶତ ସ୍ଥଳଭାଗ । ସେହିପରି ସମୁଦ୍ରର ଗଭୀରତା ୩,୬୮୮ ମିଟର ଅର୍ଥାତ ୧୨, ୧୦୦ ଫୁଟ । କହିବାକୁ ଗଲେ, ନଦୀଠାରୁ କାହିଁ କେତେ ଗୁଣା ଅଧିକ ଗଭୀର ସମୁଦ୍ରର ଗଭୀରତା । ସମୁଦ୍ର ଏତେ ବିଶାଳ ପରିମାଣର ପାଣିକୁ ନିଜ ଗର୍ଭରେ ଧାରଣ କରିପାରେ ଯେ, ଜୋର ବର୍ଷା କିମ୍ବା ନଦୀର ଅତିରିକ୍ତ ପାଣି ତା ଉପରେ ବିଶେଷ ପ୍ରଭାବ ପକାଇ ପାରେନାହିଁ ।

ଡିପ୍‌ସିକ୍ ପରେ ମାନୁସ୍ ଏଆଇ
New AI of China: ଚୀନର ନୂଆ ଏଆଇ କ୍ରାନ୍ତି : DeepSeek ପରେ ଚହଳ ପକାଇଲା Manus

ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ମାନୁସକୁ ଡିଜାଇନ୍ କରାଯାଇଛି । ଥରେ କୌଣସି ଉପଭୋକ୍ତା ମାନୁସ ଉପରେ କାର୍ଯ୍ୟ ନ୍ୟସ୍ତ କଲେ, କ୍ଲାଉଡରେ ଏହାର ପ୍ରୋସେସିଂ ଜାରି ରଖେ । ୟୁଜର ଡିଭାଇସକୁ ଡିସକନେକ୍ଟ କଲେ ସୁଦ୍ଧା କାମ କରୁଥାଏ ମାନୁସ । ଅନ୍ୟ ଏଆଇ ପ୍ଲାଟଫର୍ମ ଗୁଡ଼ିକ ପରି ମାନୁସରେ ମଧ୍ୟ ସମୟ ସହିତ ୟୁଜର୍ସଙ୍କ କଥାବାର୍ତ୍ତାରୁ ଶିଖିବାର ସୁବିଧା ଅଛି ।

କିଶୋର ଅବସ୍ଥାରେ ଡିହାଇଡ୍ରେସନ
Health Tips: କିଶୋର ଅବସ୍ଥାରେ ଡିହାଇଡ୍ରେସନ୍: ଚିହ୍ନଟ ଓ ପ୍ରତିରୋଧ

ଖରାଦିନ ଆସିଲା ମାନେ ସବୁ ସ୍କୁଲ ଛୁଆଙ୍କ ମନ ଖୁସି ହୋଇଯାଏ। ସକାଳୁଆ ଅଧା ଦିନ ସ୍କୁଲ ସାଙ୍ଗକୁ ଲମ୍ବା ଦିନ, ଖେଳିବା ପାଇଁ ଅଧିକ ସମୟ ମିଳିଯାଏ। କିନ୍ତୁ ଖରା, ତାତି ସାଙ୍ଗକୁ ଅଧିକ ସମୟ ଖେଳାଖେଳି କରିବା ଅନେକ ସମୟରେ କିଶୋର ମାନଙ୍କ ଠାରେ ଡିହାଇଡ୍ରେସନ୍ ର କାରଣ ହୋଇଥାଏ। ଯଦିଓ ସାଧାରଣ ଡିହାଇଡ୍ରେସନ୍ ଘରେ ମ୍ୟାନେଜ୍ ହୋଇଯାଏ କିନ୍ତୁ ଅତ୍ୟଧିକ ଡିହାଇଡ୍ରେସନ୍ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିପାରେ।

ସେ ଆଜି ମରି ବି ଅମର
Plasma Donor: ତାଙ୍କ ରକ୍ତରେ ଥିଲା ଅଦ୍ଭୁତ ଶକ୍ତି, ବଞ୍ଚାଇ ପାରିଥିଲେ ୨୪ ଲକ୍ଷ ଶିଶୁଙ୍କ ଜୀବନ

ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ହାରିସନ ଏବଂ ଅନ୍ୟ ପ୍ଲାଜମାଦାତା ମାନଙ୍କ ରକ୍ତ ବ୍ୟବହାର କରି ଲ୍ୟାବରେ ଆଣ୍ଟି-ଡି ଆଣ୍ଟିବଡି ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି। ରେଡକ୍ରସ୍ ଏହି ପ୍ରକ୍ରିୟାକୁ " ଜେମ୍ସ ଇନ୍ ଏ ଜାର୍" ନାମ ଦେଇଛି । ଏହି ପ୍ରୟାସ ସଫଳ ହେଲେ ବିଶ୍ୱର ଅଗଣିତ ପରିବାରକୁ ସାହାଯ୍ୟ ମିଳିବ ବୋଲି ଆଶା ରହିଛି । ରକ୍ତଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା ଜେମ୍ସ ହାରିସନ ଆଜି ଦୁନିଆରେ ନାହାନ୍ତି ସତ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ ।

ଅନ୍ୟକୁ ଶୁଣିବା ଜରୁରୀ
Listen to Others: ଆଜିର କୋଳାହଳମୟ ଦୁନିଆରେ ଅନ୍ୟକୁ ଶୁଣିବା କାହିଁକି ଜରୁରୀ ?

ସମସ୍ୟାର ସମାଧାନ କରିବା ପାଇଁ ହଜାରେ ରାସ୍ତା ଥାଇପାରେ କିନ୍ତୁ ତା'ର ପ୍ରଥମ ଦରଜା ହେଉଛି ସେ ସମ୍ପର୍କରେ କାହା ନା କାହା ସହ ଆଲୋଚନା କରିବା ଓ ନିଜ ମନ ଖୋଲି ବିନା ଦ୍ୱିଧାରେ ସବୁ କଥା କହିଦେବା । କହିବା ଭିତରେ ଅଧା ସମସ୍ୟାର ସମାଧାନ ହୋଇଯାଏ । ବର୍ତ୍ତମାନ ସମୟରେ ଅନ୍ୟକୁ ଶୁଣିବା କାହିଁକି ଦରକାର, ଏହା ଦ୍ୱାରା କ'ଣ କ'ଣ ଲାଭ ହୁଏ ଓ ଏ ସମ୍ପର୍କରେ କେମିତି ସଚେତନତା ସୃଷ୍ଟି କରିହେବ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

ମାନବ ଜାତିକୁ ବଞ୍ଚାଇବ ଏହି ମିଶନ
Don’t Die: ଆମେରିକା କୋଟିପତିଙ୍କ ନୂଆ ମିଶନ... AI ସହ ସାମିଲ ହୋଇ ସମୃଦ୍ଧ ହେବ ମାନବ ଜାତି

କୋଟିପତି ବ୍ରାୟନ କହିଛନ୍ତି, ବହୁ ବର୍ଷ ପୂର୍ବେ, ମୁଁ ନିଜକୁ 25ତମ ଶତାବ୍ଦୀର ଲୋକଙ୍କ ଉପସ୍ଥିତିରେ ରହିବାର କଳ୍ପନା କରି ଏକ ବିଚାରଧାରାର ପ୍ରୟୋଗ କରିଥିଲି । "ଏହି ପ୍ରୟୋଗରୁ ସ୍ପଷ୍ଟ ଜଣା ପଡିଥିଲା, ସେତେବେଳର ମଣିଷ କହିବେ Don’t Die ଏମିତି ଏକ ବ୍ୟବସ୍ଥା ଯାହା ସାହାଯ୍ୟରେ ମଣିଷ ଜାତି ନିଜକୁ ରକ୍ଷା କରିପାରିବ ଏବଂ ଏଆଇ ସହ ନିଜକୁ ସାମିଲ କରି ପାରିବ ।

ମହାଭାରତ କଥା
Mahabharat Story: ଆତଙ୍କିତ ରାଜା ଓ ଭୟାତୁର ଯୁବରାଜଙ୍କ କଥା 

କଲା କର୍ମର ଫଳ ନିଶ୍ଚୟ ଭୋଗିବାକୁ ହେବ । ବିଧିର ବିଧାନକୁ ଏଡାଇ ହେବନି । କ'ଣ କହିଲେ ମହର୍ଷି ନାରଦ ଯେ ରାଜା ଆତଙ୍କିତ ହେଇଗଲେ? କାହିଁକି ପାଣ୍ଡବ ପାଞ୍ଚ ଭାଇଙ୍କୁ ବନବାସରେ ପଠାଇଲା ପରେ ବି ଧୃତରାଷ୍ଟ ଓ ଦୁର୍ଯ୍ୟୋଧନ ଆତଙ୍କିତ ହୋଇ ଅଶାନ୍ତି ଭୋଗୁଥିଲେ? କାହିଁକି ପୁଣି ବିଦୂର ରାଜପ୍ରାସାଦ ଛାଡି ଜଙ୍ଗଲ ପଳେଇଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।

team india
India vs Newzealand: ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ଟିମ୍ ଇଣ୍ଡିଆ

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା । ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ରୋହିତ ସେନା? ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ?

Alexander Graham Bell
Bell: ଆଲେକଜାଣ୍ଡର୍ ବେଲଙ୍କର ଟେଲିଫୋନ ଉଦ୍ଭାବନ ଓ ବୈଜ୍ଞାନିକ ସଫଳତାର ଐତିହାସିକ କାହାଣୀ, ଜିରୋରୁ ହିରୋ

ଯେତେବେଳେ ତାଙ୍କୁ କୋଡ଼ିଏ ବର୍ଷ ସେତେବେଳେ ତାଙ୍କର ଦୁଇ ଭାଇ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିଲେ । ବେଲଙ୍କ ଶିକ୍ଷା ଘରେ ଆରମ୍ଭ ହୋଇଥିଲା । ବେଲ ପାଠପଢ଼ାରେ ବିଚକ୍ଷଣ ନଥିଲେ,କିନ୍ତୁ ସେ କମ ବୟସରୁ ହିଁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ୧୨ ବର୍ଷ ବୟସରେ ଘୂର୍ଣ୍ଣନ କରୁଥିବା ପେଡାଲ ଓ କଣ୍ଟାଯୁକ୍ତ ବ୍ରସର ଉଦ୍ଭାବନ କରିଥିଲେ । ଏହାଦ୍ୱାରା ଚାଷୀଭାଇଙ୍କୁ ସାହାଯ୍ୟ ମିଳିଥିଲା, ଗହମ ଦାନାରୁ କୁଟାକୁ ଶୀଘ୍ର ହଟାଇ ହେଉଥିଲା ।

ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି
Tourist in North Korea: ଅନୁମତି ଦେଲେ କିମ୍ ଜଙ୍ଗ, ହେଲେ ଉତ୍ତରକୋରିଆ ଯିବାକୁ କାହିଁକି ଡରୁଛନ୍ତି ପର୍ଯ୍ୟଟକ ?

ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ଼ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ ଆସିଥିବା ଦେଶ ସହ ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟଙ୍କର ହୋଇପାରେ ।

ଶବର ଗୋଡ଼ କାଟିଦେଲେ
Crime Story: ମଣିଷ ଶବକୁ କୁକୁର ଶବ କହି ଖସିଯାଉଥିଲେ ହତ୍ୟାକାରୀ...ଧରାପଡ଼ିବା ପରେ ସାମ୍ନାକୁ ଆସିଲା ସତ

ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ ଭଡା ଘରେ ୪୦ ଘଣ୍ଟାରୁ ଅଧିକ ସମୟ ପାଇଁ ପଡ଼ି ରହିଥିଲା। ସେମାନେ ଏହାକୁ ଫିଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ମା ଏବଂ ଝିଅ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସେଥିରେ ପଶିନଥିଲା।