ଆଇପିଏଲ୍ ୨୦୨୫ ସିଜନ୍ରେ ମ୍ୟାଚ୍ ସମୟରେ ବ୍ୟାଟ୍ ଯାଞ୍ଚକୁ ନେଇ ଏବେ ବେଶ୍ ଚର୍ଚ୍ଚା । ବ୍ୟାଟିଂ ପାଇଁ କ୍ରିଜ୍କୁ ଆସୁଥିବା ବ୍ୟାଟର୍ଙ୍କ ବ୍ୟାଟ୍ ସାଇଜ୍କୁ ଯାଞ୍ଚ କରୁଛନ୍ତି ଅମ୍ପାୟାର୍ । ତେବେ କାହିଁକି ହେଉଛି ବ୍ୟାଟ୍ ଯାଞ୍ଚ? କ’ଣ ରହିଛି ଏହା ପଛର ଉଦ୍ଦେଶ୍ୟ?
ବଡ଼ ଖୁଲାସା କରିଛନ୍ତି ସଞ୍ଜୟ ବାଙ୍ଗରଙ୍କ କନ୍ୟା ଅନାୟା ବାଙ୍ଗର । ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ, କିଛି କ୍ରିକେଟର ମୋତେ ନ ପଚାରି ସେମାନଙ୍କର ନଗ୍ନ ଫଟୋ ପଠାଉଥିଲେ ।
ଚମକ ହରାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ । ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ଖେଳି ନାହାନ୍ତି ଆନ୍ତର୍ଜାତିକ କ୍ରିକେଟ୍ । ଏବେ ଆଇପିଏଲ୍ରେ ବି ନିରାଶ କରୁଛନ୍ତି ଲିଗ୍ ଇତିହାସର ଏହି ସର୍ବଶ୍ରେଷ୍ଠ ବୋଲର୍ ।
‘ରିଟାୟର୍ଡ ଆଉଟ୍’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟି-୨୦ କ୍ରିକେଟ୍ରେ ରଣନୈତିକ ଅସ୍ତ୍ର ହୋଇଛି ଏହି କ୍ରିକେଟ୍ ନିୟମ । ତେବେ ‘ରିଟାୟର୍ଡ ଆଉଟ୍’ ନିୟମ କ’ଣ? ‘ରିଟାୟର୍ଡ ନଟ୍ଆଉଟ୍’ ଏହାଠାରୁ କେତେ ଭିନ୍ନ?
ଆଇପିଏଲ୍ ୨୦୨୫ରେ ଚହଳ ସୃଷ୍ଟି କରିଛନ୍ତି ଗୁଜରାଟ ଟାଇଟନ୍ସର ପେସର୍ ମହମ୍ମଦ ସିରାଜ । ହ୍ୱାଇଟ୍-ବଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଲିଗ୍ର ୧୮ତମ ସିଜନ୍ ତାଙ୍କ ପାଇଁ ବଡ଼ ସୁଯୋଗ । ଏଥିରେ ସେ ଫିଟ୍ନେସ୍ ସହ ନିରନ୍ତରତା ବଜାୟ ରଖିବା ନିହାତି ଜରୁରୀ ।
ଯୁବ କ୍ରିକେଟ୍ ତାରକା ଭାରଦ୍ୱାଜ ସାଇ ସୁଦର୍ଶନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଇପିଏଲ୍ରେ ସେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ଚଳିତ ସିଜନ୍ରେ ତିନି ମ୍ୟାଚ୍ରେ ସଂଗ୍ରହ କରିଛନ୍ତି ୧୮୬ ରନ୍ । ଏଭଳି ପ୍ରଦର୍ଶନ ବଜାୟ ରଖିଲେ, ଆଗାମୀ ଦିନରେ ଭାରତୀୟ ହ୍ୱାଇଟ୍-ବଲ୍ ଟିମ୍ରେ ପୁଣି ସୁଯୋଗ ପାଇପାରନ୍ତି ଏହି ବାମହାତି ବ୍ୟାଟର୍ ।
ରଣଜୀ ଟ୍ରଫି ୨୦୨୪-୨୫ ପରେ ଚଳିତ ଆଇପିଏଲ୍ ସିଜନ୍ରେ ବି ଚମକପ୍ରଦ ପ୍ରଦର୍ଶନ ଜରୁଛନ୍ତି ଶାର୍ଦ୍ଦୁଳ ଠାକୁର । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟେଷ୍ଟ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ? ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମ ବିଚାରକୁ ନେବେ କି ଚୟନକାରୀ ?
ଆଇପିଏଲ୍ ୨୦୨୫ରେ ନୂଆ ଫିନିଶର୍ ଭାବେ ଉଭା ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଆଶୁତୋଷ ଶର୍ମା । ଲକ୍ଷ୍ନୌ ବିପକ୍ଷ ଟିମ୍ର ପ୍ରଥମ ମ୍ୟାଚ୍ରେ ୩୧ ବଲ୍ରୁ ଅପରାଜିତ ୬୬ ରନ୍ର ମ୍ୟାଚ୍-ବିଜୟୀ ଇନିଂସ୍ ଖେଳିଥିଲେ ଏହି ପ୍ରତିଭାଶାଳୀ ବ୍ୟାଟର୍ । ଆଗାମୀ ଦିନରେ ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ?
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ହାସଲ କରିଛି ଟିମ୍ ଇଣ୍ଡିଆ । ଟିମ୍ର ଏହି ସଫଳତା ପଛରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳିଙ୍କର ରହିଛି ଯୋଗଦାନ । ତେବେ ଏହାର ପ୍ରକୃତ ସ୍କ୍ରିପ୍ଟ ରାଇଟର୍ ହେଉଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଟିମ୍କୁ ମୁକୁଟ ଜିତାଇ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଗୁରୁ ଗମ୍ଭୀର ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅପରାଜିତ ଶତକୀୟ ଇନିଂସ୍ ଖେଳି ଟିମ୍ ଇଣ୍ଡିଆକୁ ଦମ୍ଦାର ଢଙ୍ଗରେ ଜିତାଇଛନ୍ତି ସିନିଅର୍ ବ୍ୟାଟର୍ ବିରାଟ କୋହଲି । ତାଙ୍କର ଏହି ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କାହିଁକି ତାଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ, ଏହି ମ୍ୟାଚ୍ ତା’ର ବଡ଼ ପ୍ରମାଣ ।
ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଦୁର୍ବଳ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଇଂଲଣ୍ଡ ଟିମ୍ର ‘ବାଜ୍ବଲ୍’ ଦୃଷ୍ଟିକୋଣର ଅନ୍ତ ଘଟାଇବ? ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ‘ବାଜ୍ବଲ୍’ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । କ୍ରିକେଟ୍ ଜଗତରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ପାକିସ୍ତାନ ଓ ୟୁଏଇର ଦୁବାଇ ଠାରେ ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରାଙ୍କ ବିନା ରେକର୍ଡ ତୃତୀୟ ଥର ଏହି ଆଇସିସି ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ? ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ କି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର?
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ହାସଲ ପାଇଁ ଏହା ଖେଳାଳିଙ୍କ ଲାଗି ଶେଷ ସୁଯୋଗ ।
ଦିନିକିଆରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍ରେ ସ୍ଥାନ ପାଇଛନ୍ତି ବାମହାତି ପେସର୍ ଅର୍ଶଦୀପ ସିଂହ ।ଏହି ବଡ଼ ସୁଯୋଗ ଜରିଆରେ ସେ ଟି-୨୦ ଭଳି ଦିନିକିଆ ଫର୍ମାଟ୍ରେ ବି ନିଜକୁ ସ୍ଥାପିତ କରିପାରିବେ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ବିଦର୍ଭର ବ୍ୟାଟର୍ କରୁଣ ନାୟର। ବିଜୟ ହଜାରେ ଟ୍ରଫିରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଚୟନ ପାଇଁ ଯଥେଷ୍ଟ ହୋଇ ନାହିଁ ।
ବଦଳିଯିବ କି ଟେଷ୍ଟ କ୍ରିକେଟ୍ର ରୂପରେଖ? ୨୦୨୭ରୁ ପାରମ୍ପରିକ ଫର୍ମାଟ୍ରେ ଲାଗୁ ହେବ କି ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଆରମ୍ଭ ହୋଇଯାଇଛି ବିତର୍କ।
ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?
ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।
ବିନୋଦ କାମ୍ବଲିଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ବିବାଦ ଘେରରେ ରହିଛି। ଦୁଇ ଦୁଇ ଥର ବିବାହ କରିଥିଲେ ମଧ୍ୟ ଉଭୟ ଥର ଏହା ବିଫଳ ହୋଇଥିଲା। ୧୯୯୮ରେ କାମ୍ବଲି ନୋଏଲା ଲୁଇସଙ୍କୁ ବିବାହ କରିଥିଲେ। କାମ୍ବଲିଙ୍କୁ ବିବାହ କରିବା ଆଗରୁ ନୋଏଲା ପୁଣେର ବ୍ଲୁ ଡାଏମଣ୍ଡ ହୋଟେଲରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ତେବେ କାମ୍ବଲିଙ୍କ ନିଶା ଅଭ୍ୟାସ କାରଣରୁ ଏହି ସମ୍ପର୍କ ଅଧିକ ଦିନ ଚାଲି ନଥିଲା। ୨୦୦୦ ମସିହାରେ ନୋଏଲା ତାଙ୍କୁ ଡିଭୋର୍ସ ଦେଇଥିଲେ।
୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।
ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ।
ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।
ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଚାନକ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି ଭାରତର ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ । ଏବେ କ୍ରିକେଟ୍ ଜଗତରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।