ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରେକର୍ଡ ତୃତୀୟ ମୁକୁଟ ହାସଲ କରିଛି ଟିମ୍ ଇଣ୍ଡିଆ । ଟିମ୍ର ଏହି ସଫଳତା ପଛରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳିଙ୍କର ରହିଛି ଯୋଗଦାନ । ତେବେ ଏହାର ପ୍ରକୃତ ସ୍କ୍ରିପ୍ଟ ରାଇଟର୍ ହେଉଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଟିମ୍କୁ ମୁକୁଟ ଜିତାଇ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଗୁରୁ ଗମ୍ଭୀର ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ ଦୁବାଇରେ ଖେଳିଥିଲା । ଆଉ ଆଜି ଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯାଉଛି ।
ବିଦର୍ଭର ଯୁବ କ୍ରିକେଟର୍ ହର୍ଷ ଦୁବେଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ରଣଜୀ ଟ୍ରଫି ୨୦୨୪-୨୫ରେ ସେ ନେଇଥିଲେ ରେକର୍ଡ ୬୯ ୱିକେଟ୍ । ଏହା ସହ ବ୍ୟାଟିଂରେ ରହିଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ତେବେ ଭାରତୀୟ ଟିମ୍ରେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ନେଇପାରିବେ କି ଏହି ଭବିଷ୍ୟତର ତାରକା? ନୂଆ ଟେଷ୍ଟ ଚକ୍ରରେ ତାଙ୍କୁ ମିଳିବ କି ସୁଯୋଗ?
୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ ।
ଟିମ୍ ଇଣ୍ତିଆ ବୋଲ୍ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍ ଇଣ୍ତିଆକୁ ୨୪୨ ରନ୍ର ଟାଗେର୍ଟ ଦେଲା ପାକିସ୍ତାନ।
ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ଦୁବାଇରେ ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟପ୍ରେମୀ । କରାଚିରେ ନ୍ୟୁଜଲ୍ୟାଣ୍ଡଠାରୁ ହାରିଥିବା ପାକିସ୍ତାନ ଟିମ୍ ପାଇଁ ଆଜି କର ବା ମର ସ୍ଥିତି ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ବିଦର୍ଭର ବ୍ୟାଟର୍ କରୁଣ ନାୟର। ବିଜୟ ହଜାରେ ଟ୍ରଫିରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଚୟନ ପାଇଁ ଯଥେଷ୍ଟ ହୋଇ ନାହିଁ ।
ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?
ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍?
ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।
ମେଲ୍ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?
୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।
ପର୍ଥ ବିଜୟ ପରେ ଆଡିଲେଡ୍ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଡବ୍ଲ୍ୟୁଟିସି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଗାବା ମ୍ୟାଚ୍ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ?
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଫର୍ମକୁ ଫେରିବେ କି ରୋହିତ ଶର୍ମା? ପୁଣି ଥରେ ଦେଖିବାକୁ ମିଳିବ କି ହିଟ୍ମ୍ୟାନ୍ଙ୍କ ଚମକ?
ଆଡିଲେଡ୍ ଠାରେ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଯାଉଛି ‘ପିଙ୍କ୍ ବଲ୍’ ଟେଷ୍ଟ । ପର୍ଥ ପରେ ଆଡିଲେଡ୍ ଚାଲେଞ୍ଜ୍ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ? ପୁଣି ଥରେ କମାଲ୍ କରିବେ କି ଭାରତୀୟ ବ୍ୟାଟର୍-ବୋଲର୍?
ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି ଚାଲେଞ୍ଜ୍ ।
ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହେବ, ତା’ହେଲେ ଗୌତମ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ । ଏହାପରେ ଏନ୍ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ ଟିମ୍ର ନୂଆ କୋଚ୍ । ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା ।
ଟେଷ୍ଟ କ୍ରିକେଟ୍ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍କୁ ଆହୁରି ଆଠ ମାସ ବାକି ଥିବା ବେଳେ ଏବେ ଠାରୁ କିଏ ଫାଇନାଲ୍କୁ ଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଦମ୍ଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ’ଣ କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପହଞ୍ଚିପାରିବ? ରୋହିତ ସେନା କ’ଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ?
ଟି-୨୦ ବିଶ୍ୱକପ୍ ବିଜୟ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରୁ ଅବସର ନେବା ଫଳରେ ଭାରତୀୟ ଟିମ୍ରେ ଶୂନ୍ୟସ୍ଥାନ ସୃଷ୍ଟି ହେବା ଭଳି ଅନୁଭୂତ ହେଉଛି। ଏବେ ପ୍ରଶ୍ନ ଉଠୁଛି ଯେ ଏହି ଦୁଇ ପୁରୁଖାଙ୍କ ବିନା ଆଗକୁ ବଢ଼ିପାରିବ କି ଟି-୨୦ ଟିମ୍? ପୁଣି ଜିତିପାରିବ କି ଆଇସିସି ଟ୍ରଫି?
୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍ସୋର୍ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।