• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରୁ ବାସ୍ତୁଶାସ୍ତ୍ର ଅନ୍ୟତମ । ଆମର ପ୍ରାଚୀନ ବେଦ ଓ ପୁରାଣରୁ ଏହି ସମ୍ପର୍କରେ ସୂଚନା ମିଳେ । ବାସ୍ତୁ ସିଦ୍ଧାନ୍ତର ଅନୁସରଣ ଏବଂ ପାଳନ ମାନବର ଜୀବନକୁ ସୁଖମୟ କରିଥାଏ । ବାସ୍ତୁ କେବଳ ଭବନ ବା ବାସଗୃହ ନିର୍ମାଣର କଳା ଭିତରେ ସିମୀତ ନୁହେଁ । ଏହା ଆହୁରି ଅଧିକ ବ୍ୟାପକ ଏବଂ ବିସ୍ତୃତ । ଏହା ଏକ ଚମତ୍କାରୀ ବିଦ୍ୟା । ସଂସ୍କୃତରେ ‘ବାସ୍ତୁ‘ ଅର୍ଥ ଦେବତା ଓ ମାନବମାନଙ୍କର ନିବାସ ସ୍ଥଳୀ । ଏଣୁ ଆମ୍ଭେ ଯେଉଁ ଘରେ ନିବାସ କରୁଛେ ସେଠାରେ ମନୁଷ୍ୟମାନେ ରହିବା ସହିତ ଦେବାଦେବୀମାନଙ୍କୁ ମଧ୍ୟ ଗୃହ ମଧ୍ୟରେ ପୂଜାଗୃହଟିଏ କରିକି ସ୍ଥାପନା କରୁଛେ ।

ଏଣୁ ଯଦି ଗୃହଟି ବାସ୍ତୁ ଅନୁଯାୟୀ ହୋଇନଥିବ ସେହିଘରେ ଦେବାଦେବୀଙ୍କ ଶକ୍ତି ବାସ କରିବ ନାହିଁ । ଏଣୁ ଯେଉଁ ଘରେ ଦେବାଦେବୀଙ୍କ କୃପା ନ ରହିବ ସେହି ଘରେ ମଣିଷ ସୁଖଶାନ୍ତିରେ କଦାପି ରହିପାରିବ ନାହିଁ । ସେଥିପାଇଁ ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ, ଗୃହ ନିର୍ମାଣ କରିବା ନିହାତି ଆବଶ୍ୟକ । ସେଥିପାଇଁ ଯେଉଁମାନଙ୍କର ଗୃହ ବାସ୍ତୁ ନିୟମରେ ହୋଇଛି, ସେହି ଗୃହରେ ଦେବାଦେବୀଙ୍କୁ ଯେତେ ପୂଜାପାଠ କରାଯିବ ସେହି ଗୃହରେ ସେତେ ସୁଖ ଶାନ୍ତି ମିଳିବ । ଆହୁରି ବହୁତ ଗୃହରେ ଦେଖିବେ ସେ ଗୃହରେ ଯେତେ

ପୂଜାପାଠ କଲେ ବି ଶୁଭଫଳ ମିଳେନାହିଁ । ଏହାର ଏକମାତ୍ର କାରଣ ବାସ୍ତୁ ଦୋଷ । 

ବାସ୍ତୁରେ ଡ୍ରେନ୍‌ର ସଠିକ୍ ନିୟମ:

ଗୃହ ମଧ୍ୟରେ ସବୁବେଳେ ପାଣିର ବ୍ୟବହାର ହୋଇଥାଏ ଏବଂ ଏହି ପାଣିର ବ୍ୟବହାର ପରେ ଅପରିଷ୍କାର ପାଣିର ନିଷ୍କାସନ ମଧ୍ୟ ଦରକାର ହୋଇଥାଏ । ଆମେ ପାଇଖାନା ପାଇଁ ଯେଉଁ ଡ୍ରେନ୍‌ର ବ୍ୟବସ୍ଥା ଅଲଗା କରିଥାଉ ତାହା ସେପ୍ଟିକ୍ ଟାଙ୍କି, ସୋକପି୍‌ଟ ଏବଂ ସରକାରଙ୍କ ଦ୍ୱାରା ନିର୍ମିତ Sewarage Line ଦ୍ୱାରା ଅପରିଷ୍କାର ଜଳର ନିଷ୍କାସନ ହୋଇଥାଏ । ଏହାଛଡ଼ା ରୋଷେଇ ଘରେ ବ୍ୟବହୃତ ଜଳ ଏବଂ ଗାଧୁଆ ଘରେ ବ୍ୟବହୃତ ଜଳର ବ୍ୟବହାର ପରେ ଅପରିଷ୍କାର ଜଳର ନିଷ୍କାସନର ବ୍ୟବସ୍ଥା ଗୃହ ମଧ୍ୟଦେଇ ଦୁଆରରେ ଥିବା ଡ୍ରେନ୍‌

ଦ୍ୱାରା ବ୍ୟବସ୍ଥା କରାଯାଇଥାଏ । ଏହି ଡ୍ରେନ୍ ବିଭିନ୍ନ ମୁଖୀ ଭବନ ବା ଗୃହ ପାଇଁ ଭିନ୍ନ ହୋଇଥାଏ । ଆସନ୍ତୁ ଜାଣିବା-

୧. ପୂର୍ବମୁଖୀ ଗୃହ- ଯଦି ଗୃହର ମୁଖ୍ୟ ରାସ୍ତା ପୂର୍ବ ପଟକୁ ରହିଛି ତେବେ ସେହି ଗୃହ ହେଉଛି ପୂର୍ବମୁଖୀ ଗୃହ । ଏଣୁ ଏହି ଗୃହର ଗାଧୁଆ ଘର ଏବଂ ରୋଷେଇ ଗୃହର ବ୍ୟବହୃତ ଜଳ ନିଷ୍କାସନ ପାଇପ୍ ବା ଡ୍ରେନ୍ ପାଇପ୍‌ ଉତ୍ତର-ପୂର୍ବ କୋଣ (ଐଶାନ୍ୟ କୋଣ)ର ପୂର୍ବପଟକୁ କରିବା ଶୁଭ ।

୨. ଦକ୍ଷିଣମୁଖୀ ଗୃହ: ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣ ଦିଗକୁ ଥାଏ, ତେବେ ସେହି ଗୃହକୁ ଦକ୍ଷିଣ ମୁଖୀ ଗୃହ କହିବା । ଏଣୁ ଏହିପରି ଗୃହରେ ଗାଧୁଆ ଏବଂ ରୋଷେଇ ଗୃହର ଜଳ ନିଷ୍କାସନର ବ୍ୟବସ୍ଥା ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣର ପୂର୍ବ ପଟକୁ କରିବା ଶୁଭ ।

ଅଧିକ ପଢ଼ନ୍ତୁ: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା

୩. ପଶ୍ଚିମମୁଖୀ ଗୃହ : ଯଦି ଗୃହର ମୁଖ୍ୟ ରାସ୍ତା ପଶ୍ଚିମ ପଟକୁ ଥାଏ, ତେବେ ସେହି ଗୃହକୁ ପଶ୍ଚିମ ମୁଖୀ ଗୃହ କୁହାଯାଏ । ଏଣୁ ଏହିପରି ଗୃହର ରୋଷେଇ ଏବଂ ଗାଧୁଆ ଘରର ବ୍ୟବହୃତ ଜଳର ନିଷ୍କାସନ ବ୍ୟବସ୍ଥା ଉତ୍ତର-ପଶ୍ଚିମ ବା ବାୟବ୍ୟ କୋଣର ପଶ୍ଚିମ କିମ୍ବା ଉତ୍ତର ପଟକୁ କରାଯାଇ ପାରିଲେ ଶୁଭଫଳ ମିଳେ ।

୪. ଉତ୍ତରମୁଖୀ ଗୃହ: ଯଦି ଗୃହର ମୁଖ୍ୟ ରାସ୍ତା ଉତ୍ତର ପଟକୁ ଥାଏ, ତେବେ ସେହି ପ୍ରକାର ଗୃହକୁ ଉତ୍ତର ମୁଖୀ ଗୃହ କୁହାଯାଏ । ଏହି ଗୃହରେ ରୋଷେଇ ଏବଂ ଗାଧୁଆ ଘରର ବ୍ୟବହୃତ ଜଳର ନିଷ୍କାସନ ବ୍ୟବସ୍ଥା ଉତ୍ତର-ପଶ୍ଚିମ ବା ବାୟବ୍ୟ କୋଣର ପଶ୍ଚିମକୁ କରିଲେ ଶୁଭଫଳ ଦେଇଥାଏ ।

ଏଣୁ ଏହିପରି ଭାବରେ ଗୃହରେ ଡ୍ରେନ୍‌ର ବ୍ୟବସ୍ଥା କଲେ ଶୁଭଫଳ ମିଳିଥାଏ । ଯଦି ଏହାର ବ୍ୟତିକ୍ରମ ହୋଇଥାଏ ତେବେ ବାସ୍ତୁବିତ୍‌ଙ୍କର ପରାମର୍ଶ ନେଇ ପ୍ରତିକାର କରିବା ଦରକାର ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ 

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରେ ବାସ୍ତୁଦୋଷ ନାହିଁ ତ… ଜାଣିବା ପାଇଁ ୪ଟି ଉପାୟ

OTV is now on Whatsapp

Join and get latest news update delivered to you via whatsapp

Join Now