ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା କପିଲ ମିଶ୍ରା ଦିଲ୍ଲୀର ଝଣ୍ଡେୱାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଏବଂ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।
ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବୁଧବାର ବିଜେପି ବିଧାୟକ ଦଳର ବୈଠକ ପରେ ରେଖାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି।
ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ବିଧାୟକ ଦଳ ବୈଠକରେ ସିଏମ୍ ନାଁରେ ବାଜିବ ମୋହର । ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ ।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ଦିଲ୍ଲୀ ନିର୍ବାଚନରେ ଆପର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ସର୍ବକନିଷ୍ଠ ନେତ୍ରୀ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ସ୍ୱାଧୀନ ଭାରତର ସପ୍ତଦଶ ମହିଳା ଭାବେ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।
ଶୀଲା ଦିକ୍ଷୀତ ଓ ସୁଷମା ସ୍ୱରାଜଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶି । ପୂର୍ବରୁ ଶିକ୍ଷା, ପୂର୍ତ୍ତ, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁକୁ ମୋହର ଲାଗିଛି ।
କେଜ୍ରିୱାଲଙ୍କ ଗିରଫଦାରି ପରେ ଆତିଶି ଆପ ସରକାରର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତାଙ୍କ ହାତରେ ଏବେ ଗୁରୁତ୍ବପୂର୍ଣ୍ଣ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସମେତ ୧୪ଟି ବିଭାଗ ରହିଛି ।
ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ।
ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା।
ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।
ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି। ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି।
ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।
କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ହୋଇଥିବା ଏକ ପ୍ରଶ୍ନରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ।
ଏହା ପୂର୍ବରୁ ଯେତେବେଳେ ଇଡି BRS ନେତା କେ. କବିତାଙ୍କୁ ଗିରଫ କରିଥିଲା ସେତେବେଳେ ମଧ୍ୟ ସୁକେଶ ଏମିତି ଏକ ମେସେଜ୍ ଦେଇଥିଲା । ଏହା ମାର୍ଚ୍ଚ ୧୧ ତାରିଖର ଘଟଣା ।
୨୧ ମାର୍ଚ୍ଚରେ ହାଜର ହେବାକୁ ନବମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି ।
ମୁଁ ଯେଉଁ ପରିସ୍ଥିତିରେ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଉପରାଜ୍ୟପାଳଙ୍କ କଥା ଶୁଣୁଛନ୍ତି...
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।