ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ । ଏଠି ବି ହୁଏ ମହାପ୍ରଭୁଙ୍କ ରଥଯାତ୍ରା । କରାଯାଏ ସ୍ୱତନ୍ତ୍ର ନୀତିକାନ୍ତି । ହେଲେ ଏଠି ବିଗ୍ରହକୁ ନେଇ ରହିଛି କିଛି ରୋଚକ ଘଟଣା । ଜାଣନ୍ତୁ...
ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି।
'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'
କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି ।
ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।
ବଡ଼ଦାଣ୍ଡରେ ସରିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦର ଫେରିଲେ ନୀଳମଣି।
ଦୀର୍ଘ ୧୧ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା।
ନୀଳାଦ୍ରିବିଜେରେ ଆଜି ରତ୍ନବେଦୀରେ ବିରାଜିବେ ମହାପ୍ରଭୁ । ବଡ଼ଦାଣ୍ଡ ଛାଡି ବଡ଼ଦେଉଳରେ ପ୍ରବେଶ କରିବେ ଶ୍ରୀଜିଉ ।
ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା।
ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼
ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।
କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ଆଜି ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଈଶ୍ବର... ମହଣ ମହଣ ସୁବର୍ଣ୍ଣର ଅଳଙ୍କାରରେ ଶୋଭାପାଉଛି ଶ୍ରୀ ଅଙ୍ଗ।
ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ। ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର।
ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ । ଏବର୍ଷ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ବେଳେ ଏକାଧିକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା । ହେଲେ ବାହୁଡ଼ାରେ କିନ୍ତୁ, ସେ ବିଲକ୍ଷଣ ଓ ବିଶୃଙ୍ଖଳାକୁ ଯେମିତି ଆଦୌ ପ୍ରଶ୍ରୟ ଦେଇନି ଶ୍ରୀମନ୍ଦିର ପ୍ରଶାସନ।
ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ବିପୁଳ ଭକ୍ତଙ୍କର ସମାଗମ ।
ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ ।
ବିନା ବଡ଼ ବିଲକ୍ଷଣ ଓ ବିଶୃଙ୍ଖଳାରେ ରଥଟଣା । ରଥରୁ ଅଣସେବାୟତଙ୍କୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ପ୍ରଶାସକ ।
ସରିଲା ଜନ୍ମବେଦିରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ଜନ ସମୁଦ୍ର ବଡ଼ଦାଣ୍ଡ ।
ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ବଡ଼ଦାଣ୍ଡରେ ପୁଣି
ଆଜି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସିବେ କାଳିଆ ସାଆନ୍ତ। ପୁରୀ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।