Advertisment

NTPC Green Energy Recruitment: ପୂରଣ ହେବ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ପଦବୀ

NTPC ରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NTPC Green Energy Recruitment

NTPC Green Energy Recruitment

ନାସ୍‌ନାଲ୍ ଥର୍ମାଲ ପାୱାର୍ କର୍ପୋରେସନ (NTPC) ଗ୍ରୀନ୍ ଏନର୍ଜି ଲିମିଟେଡ୍ (NGEL) ନେଇ ଆସିଛି ଚାକିରି ସୁଯୋଗ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।  ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଞ୍ଜିନିୟରିଂ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୮୨ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବ୍‌ସାଇଟ୍‌ ngel.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NTPC Green Energy Recruitment 2025 apply for 182 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଏପ୍ରିଲ୍ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ମେ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଇଞ୍ଜିନିୟର (RE-Civil) – ୪୦ଟି ପୋଷ୍ଟ୍‌
  • ଇଞ୍ଜିନିୟର (RE-Electrical) – ୮୦ଟି ପୋଷ୍ଟ୍‌
  • ଇଞ୍ଜିନିୟର(RE- ମେକାନିକାଲ୍) – ୧୫ଟି ପୋଷ୍ଟ୍‌
  • ଇଞ୍ଜିନିୟର RE-IT) – ୦୪ଟି ପୋଷ୍ଟ୍‌
  • ଇଞ୍ଜିନିୟର(RE-C & M) – ୧୦ଟି ପୋଷ୍ଟ୍‌
  • କାର୍ଯ୍ୟନିର୍ବାହୀ (RE-HR) – ୦୭ଟି ପୋଷ୍ଟ୍‌
  • କାର୍ଯ୍ୟନିର୍ବାହୀ (RE-Finance) –୨୬ଟି ପୋଷ୍ଟ୍‌
  • ମୋଟ – ୧୮୨ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଇଞ୍ଜିନିୟର ପଦବୀ ପାଇଁ, ପ୍ରାର୍ଥୀ ସମ୍ପୃକ୍ତ କ୍ଷେତ୍ରରେ BE / B.Tech ଡିଗ୍ରୀ ହାସଲ କରିବା ଉଚିତ
  • କାର୍ଯ୍ୟନିର୍ବାହୀ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି
  • ୧ରୁ ୩ବର୍ଷର କାର୍ଯ୍ୟ ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବାର୍ଷିକ ଦରମା – ୧୧ ଲକ୍ଷ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦୦ଟଙ୍କା
  • ମହିଳା/SC/ST/PwBD/ESM – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ngel.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Apply ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

Govt Jobs Job Search NTPC Recruitment NTPC Jobs Job Seekers
Advertisment
Advertisment