ଭାରତ ସ୍ପଷ୍ଟ କରିଛି ସେ ଆମେରିକା ଚାପରେ ଆସିବ ନାହିଁ । ଏବଂ ଶସ୍ତା ଦାମରେ ତୈଳ କିଣିବା ଜାରି ରଖିବ । ଭାରତକୁ ଯେଉଁଠି ଶସ୍ତା ମିଳିବ, ସେଇଠୁ ତୈଳ ଆମଦାନୀ କରିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଯଦି ରୁଷ ୫୦ ଦିନ ଭିତରେ ଯୁଦ୍ଧ ବିରତି ନ କରେ, ତାହାଲେ ରୁଷ ଉପରେ ଆମେରିକା ୧୦୦ ପ୍ରତିଶତ ଟାରିଫ୍ ଲଗାଇବ । ୟୁକ୍ରେନକୁ ପାଟ୍ରିଅଟ କ୍ଷେପଣାସ୍ତ୍ର ପଠାଇବ ଆମେରିକା ।
ଏହି ଅଞ୍ଚଳ ଭୂସ୍ଖଳନ ପ୍ରବଣ ଏବଂ ବିଷାକ୍ତ ସାପ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ରହୁଛନ୍ତି । ଗୁମ୍ଫାରେ ପାଣି, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ଥିବା ସତ୍ତ୍ୱେ ନୀନା ଏବଂ ତାଙ୍କ ଝିଅମାନେ ଗୁମ୍ଫାରେ ଏକ ଅସ୍ଥାୟୀ ବାସସ୍ଥାନ ନିର୍ମାଣ କରି ରହୁଥିଲେ।
ଋଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋୟଟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପଦରୁ ବହିଷ୍କାର କରିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି ।
ଯୁଦ୍ଧ_ବନ୍ଦ_ପାଇଁ_ବଡ଼_ସର୍ତ୍ତ କେବେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ ? ବିନା ସର୍ତ୍ତରେ ଅସ୍ତ୍ରବିରତ ପାଇଁ ଅରାଜି ଋଷ। ୟୁକ୍ରେନ ମଧ୍ୟ ନିଜ ଜିଦରେ ରହିଛି ଅଟଳ ।
କେବେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ ? ବିନା ସର୍ତ୍ତରେ ଅସ୍ତ୍ରବିରତ ପାଇଁ ଅରାଜି ଋଷ। ୟୁକ୍ରେନ ମଧ୍ୟ ନିଜ ଜିଦରେ ରହିଛି ଅଟଳ ।
ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ବୈଠକ ବସିଛି । ଏହି ବୈଠକରେ ଋଷ ୟୁକ୍ରେନକୁ ୪ଟି ଅଞ୍ଚଳରୁ ଦଖଲ ପ୍ରତ୍ୟାହାର କରିବାକୁ ଦାବି ରଖିଥିଲା । ହେଲେ ଋଷର ଦାବିକୁ ମାନିନଥିଲା ୟୁକ୍ରେନ ।
ବିଳମ୍ବିତ ରାତିରେ ୟୁକ୍ରେନ ୟୁକ୍ରେନ ଉପରକୁ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି ଋଷିଆ । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଆମେରିକା ଓ ଅନ୍ୟ ଦେଶର ଚୁପ୍ ରହିବା ଋଷିଆକୁ ଉତ୍ସାହିତ କରୁଛି କହିଲେ ଜେଲେନସ୍କି । ଏହି ଏୟାରଷ୍ଟ୍ରାଇକକୁ କଡା ନିନ୍ଦା କରି ଋଷିଆର ପତନ ଆରମ୍ଭ ହେଉଛି କହିଲେ ଟ୍ରମ୍ପ ।
ଚୀନ-ପାକିସ୍ତାନର ବନ୍ଧୁତାକୁ ମଧ୍ୟ ସମସ୍ତେ ଜାଣନ୍ତି । ରୁଷ ବି ଭାରତର ବହୁ ପରୀକ୍ଷିତ ବନ୍ଧୁ । ହେଲେ ଏଥର ରୁଷ ପ୍ରତିକ୍ରିୟା ପୂର୍ବ ପରି ନ ଥିଲା । ରୁଷ ଖୋଲାଖୋଲି ଭାରତକୁ ସମର୍ଥନ କରିବା ବଦଳରେ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଏବଂ ମଧ୍ୟସ୍ଥତା କରିବା ପାଇଁ କହିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିବା ସହିତ ଭାରତର ଆତଙ୍କବାଦୀ ବିରୋଧି ଅଭିଯାନରେ ଋଷ ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ରୁଷିଆ ଗସ୍ତ ବାତିଲ କରିଛନ୍ତି। ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଯିବାର କାର୍ଯ୍ୟକ୍ରମ ରହିଥିଲା। ରୁଷିଆ ଯାଇ ମୋଦି ଭିକ୍ଟ୍ରି ଡେ ପରେଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ବାତିଲ କରାଯାଇଥିବା ନେଇ କ୍ରେମଲିନର ମୁଖପାତ୍ର ପେସକୋଭ ସୂଚନା ଦେଇଛନ୍ତି।
ୟୁକ୍ରେନ ଉପରେ ଋଷିଆ ଏହାର ଆକ୍ରମଣ ଜାରି ରଖିଛି। ୟୁକ୍ରେନର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ ସହର ସୁମି ଉପରେ ଋଷିଆ ଏକ ବାଲିଷ୍ଟିକ ମିସାଇଲ ମାଡ କରିଛି। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୮୩ ଜଣ ଆହତ ହୋଇଥିବା ବେଳେ ଏହା ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି।
ପୁଟିନଙ୍କ ସୁରକ୍ଷା ହେଉ ବା ସ୍ୱାସ୍ଥ୍ୟାବସ୍ଥା, ସବୁବେଳେ ଏହାକୁ ନେଇ ଚର୍ଚ୍ଚା ହେଉଥାଏ । ସୋସିଆଲ ମିଡିଆରେ ଦୀର୍ଘଦିନ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଏବଂ ସେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ବୋଲି ଖବର ଉଡି ବୁଲୁଛି । ଏବେ ପୁଣି ଖବର ମିଳିଛି ଯେ, ପୁଟିନ ପାର୍କିଂସନ ନାମକ ଏକ ନ୍ୟୁରୋଲୋଜିକାଲ ରୋଗରେ ପୀଡିତ । ତାଙ୍କୁ ନିକଟରେ ହାର୍ଟ ଆଟାକ ହୋଇଥିଲା ଏବଂ ଏକାଧିକ ପ୍ରକାର କ୍ୟାନ୍ସର ସହ ଲଢୁଛନ୍ତି । ପାଶ୍ଚାତ୍ୟ ମିଡିଆରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏପରି ଅନେକ ଖବର ଶୁଣିବାକୁ ମିଳୁଛି ।
ପୁଟିନଙ୍କ ଏହି ଗସ୍ତ ବିଭନ୍ନ କ୍ଷେତ୍ର ପାଇଁ ରହିଥିବା କୁହାଯାଉଛି । ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବେ ପୁଟିନ୍ । ଖାଲି ଏତିକି ନୁହେଁ, ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ କରିବେ ଏହି ଦୁଇ ଦେଶର ମୁଖିଆ ।
ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁକ୍ରେନର ସୈନିକଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରିଛନ୍ତି। ଫଳରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଛି। ୧୪୦ରୁ ଅଧିକ ଦେଶ ରୁଷ୍ର ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯୁଦ୍ଧ କାହାପାଇଁ ବି ଭଲ ନୁହେଁ। ଏହା ଦ୍ବାରା ଅର୍ଥନୀତି ବିଗିଡ଼ିବା ସହିତ ଜନଜୀବନ ହାନି ଉଭୟ ରାଷ୍ଟ୍ରର ହେଉଛି।
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁକ୍ରେନର ମହତ୍ତ୍ୱପୂର୍ଣ୍ଣ ଭାଗ ରୁଷ୍କୁ ମିଳିବା ଉଚିତ୍।
ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ ।
ସେଲଫି ଉଠାଇବା ପାଇଁ ମହିଳା ଜଣଙ୍କ ଚାର୍ଜ କରୁଛନ୍ତି ୧୦୦ ଟଙ୍କା। ଆଉ ଅନେକ ଲୋକ ପଇସା ଦେଇ ସାଙ୍ଗରେ ସେଲଫି ମଧ୍ୟ ଉଠାଉଛନ୍ତି।
ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ଅଧିକ ହେବ ବୋଲି ଅନୁମାନ କରୁଛନ୍ତି ।
ଅହଂକାର ନୁହେଁ, ଶାନ୍ତି ପାଇଁ ସମାଧାନ ଜରୁରୀ। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ।
୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା ବେଳେ, ଗୋଟିଏ ଡ୍ରୋନ୍ ନଦୀରେ ଖସିଛି ।
କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି।
୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା ଉପରେ କାମ କରୁଛନ୍ତି।
ଆଷ୍ଟ୍ରଏଡ୍ ଋଷର ଆକାଶରେ ବେଶ୍ କିଛି ସମୟ ଧରି ଦୃଶ୍ୟମାନ ହୋଇଥିଲା। ଆକାଶରେ ଏକ ଜ୍ୱଳନ୍ତ ଫାୟାର ବଲ୍ର ଭ୍ରମ ସୃଷ୍ଟି କରିଥିଲା।