Advertisment

Tips for Dry Eyes: ସ୍କ୍ରିନ ଉପରେ କାମ କରି କରି ଥକି ଯାଉଛି କି ଆଖି ? ଜାଣନ୍ତୁ, କେମିତି କରିବେ ପ୍ରତିକାର ?

୪୫ ବର୍ଷୀୟ ଶ୍ରୁତି ଏମିତି ଘଣ୍ଟାଘଣ୍ଟା ଧରି ଲାପଟପ ଏବଂ ମୋବାଇଲରେ କାମ କରନ୍ତି । ହେଲେ ତାଙ୍କୁ ଜଣା ନ ଥିଲା ଯେ ନିର୍ଦ୍ଧିଷ୍ଟ ସମୟାନ୍ତରରେ ଉଷୁମ ପାଣିରେ ଆଖି ଧୋଇବା, ଅତିକମରେ୨୦ ସେକେଣ୍ଡ ଆଖ୍‌ ପତା ବ୍ଲିଙ୍କ କରିବା ଆଖି ପାଇଁ କେତେ ଜରୁରୀ । ଏସବୁ ନ କରିବା  କାରଣରୁ  ଆଇ ଡ୍ରପ ପକାଇବା ସତ୍ତ୍ୱେ ତାଙ୍କର ଆଖିର ଯନ୍ତ୍ରଣା ବଢିବାକୁ ଲାଗିଲା । ପରୀକ୍ଷା କରିବା ପରେ ଜଣାପଡ଼ିଲା ତାଙ୍କର ଆଖି ‘ଡ୍ରାଏ ଆଇ ଡିଜିଜ’ ବା DED ରୋଗରେ ଆକ୍ରାନ୍ତ ।

author-image
Minati Mishra
ଅଦ୍ୟତନ ହୋଇଛି
ଆଖି ଉପରେ ଅତ୍ୟାଚାର

ଆଖି ଉପରେ ଅତ୍ୟାଚାର

ଆଖି ପାଇଁ ସୁନ୍ଦର ଏ ପୃଥିବୀ..ସୁନ୍ଦର ଏ ଜୀବନ । ଆଖି..କାହାପାଇଁ ସାଇତି ରଖିଥାଏ ଲୁହର ଝରଣା ତ ସମ୍ମୋହନ ଶକ୍ତିରେ କାହାକୁ କରିଦିଏ ବାଟବଣା । କେତେବେଳେ କାହାର ଉଦାସ ମନକୁ ଆନମନା କରି ଦିଏ ତ କେତେବେଳେ କାହା ଲାଗି ସ୍ୱପ୍ନକୁ ସାଇତି ରଖିଥାଏ । ଆଖି ବିନା ଜୀବନ ଅନ୍ଧାର । ହେଲେ ଆଖି ପରି ବହୁମୂଲ୍ୟ ଅଙ୍ଗ ଉପରେ ଆମେ ଏକପ୍ରକାର ଅତ୍ୟାଚାର କରି ଚାଲିଛୁ ।  ଆଜିକାଲିର କାମ କରିବାର ଶୈଳୀ ଏପରି  ଅତ୍ୟାଚାର କରିବାକୁ ଆମକୁ ବାଧ୍ୟ କରୁଛି । ଦିନ ରାତି ମୋବାଇଲ ଡିଭାଇସ କିମ୍ବା ଲପାଟପ, ଡେକ୍ସ ଟପ ଉପରେ ଆଖି । ଘଣ୍ଟା ଘଣ୍ଟା ଧରି ଚାଲିଛି କାମ  । ଏହା ଭିତରେ କେତେବେଳେ ଆଖି ଟିକେ ବିରାମ ଖୋଜୁଛି ଆମେ ଜାଣିପାରୁନୁ । ଆଉ ଯେତେବେଳେ ଜାଣୁଛୁ ସେତେବେଳେ ଆଖି ରୋଗାକ୍ରାନ୍ତ ହୋଇପଡୁଛି । ଆଜିକାଲିର ଯୁବପିଢି ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Advertisment

୪୫ ବର୍ଷୀୟ ଶ୍ରୁତି ଏମିତି ଘଣ୍ଟାଘଣ୍ଟା ଧରି ଲାପଟପ ଏବଂ ମୋବାଇଲରେ କାମ କରନ୍ତି । ହେଲେ ତାଙ୍କୁ ଜଣା ନ ଥିଲା ଯେ ନିର୍ଦ୍ଧିଷ୍ଟ ସମୟାନ୍ତରରେ ଉଷୁମ ପାଣିରେ ଆଖି ଧୋଇବା, ଅତିକମରେ୨୦ ସେକେଣ୍ଡ ଆଖ୍‌ ପତା ବ୍ଲିଙ୍କ କରିବା ଆଖି ପାଇଁ କେତେ ଜରୁରୀ । ଏସବୁ ନ କିରବା  କାରଣରୁ  ଆଇ ଡ୍ରପ ପକାଇବା ସତ୍ତ୍ୱେ ତାଙ୍କର ଆଖିର ଯନ୍ତ୍ରଣା ବଢିବାକୁ ଲାଗିଲା । ପରୀକ୍ଷା କରିବା ପରେ ଜଣାପଡ଼ିଲା ତାଙ୍କର ଆଖି ‘ଡ୍ରାଏ ଆଇ ଡିଜିଜ’ ବା DED ରୋଗରେ ଆକ୍ରାନ୍ତ ।

‘ଡ୍ରାଏ ଆଇ ଡିଜିଜ’ ଏପରି ଏକ ରୋଗ ଯଦ୍ୱାରା ଆଖିରେ ଯଥେଷ୍ଟ ପରିମାଣର ଲୁହ ପ୍ରସ୍ତୁତ ହୋଇ ପାରେନି । ଫଳରେ ଆଖି ଶୁଖିଯାଏ । କ୍ରମଶଃ ଆଖି ଯନ୍ତ୍ରଣା ବଢିବାକୁ ଲାଗେ । ଆଖି ଲାଲ ପଡ଼ିବା, ପୋଡିବା ସହ କୁଣ୍ଡାଇ ହେବା ସହ ଆଲୋକକୁ ଦେଖିଲେ କଷ୍ଟ ଅନୁଭବ ହୁଏ । ଆଖିର ଥକ୍କାପଣ ବଢିଯାଏ । ଶ୍ରୁତିଙ୍କର ମଧ୍ୟ ଏମିତି ସବୁ ଲକ୍ଷଣ ଦେଖାଦେଲା । ଦିନକୁ ଦିନ ଏହା ଏତେ ଯନ୍ତଣାଦାୟକ ହେଲା ଯେ ସେ ବାଧ୍ୟ ହୋଇ ଡାକ୍ତରଙ୍କ ପରାମର୍ଶ ନେଲେ । ପୁନେ ସ୍ଥିତ କମ୍ୟୁନିଟି ଆଇ କେୟାର ହସ୍ପିଟାଲର ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ଦେଖାଇଥିଲେ । ଏବେ ଶ୍ରୁତି ଆଖି ପାଇଁ ଭିଟାମିନ ଖାଇବା ସହ ଆଖିୂର ଯତ୍ନ ନେବା ଆରମ୍ଭ କରିଛନ୍ତି । କାମ ମଝିରେ ବ୍ରେକ ନେଉଛନ୍ତି । ଆଖିର ବ୍ୟାୟାମ କରୁଛନ୍ତି । ପ୍ରଚୁର ପାଣି ମଧ୍ୟ ପିଉଛନ୍ତି ।

Advertisment

ଡାକ୍ତରଙ୍କ କହିବା ଅନୁଯାୟୀ, ଶ୍ରୁତିଙ୍କ ପରି ଅନେକ ଯୁବଗୋଷ୍ଠୀ ଯିଏ କି ମୋବାଇଲ, ଲାପଟପ, ଡେସ୍କଟପରେ କାମ କରୁଛନ୍ତି, ସେମାନେ  ଶୁଷ୍କ ନେତ୍ର ରୋଗରେ ପୀଡିତ । ବିଶେଷ କରି ଏମାନେ ମୋବାଇଲ, ଲାପଟପ, ଡେକ୍ସଟପ ପରି ଡିଭାଇସ ଉପରେ ଅଧିକ ନିର୍ଭର କରିବା ସହ ଅଧିକ ସମୟ ଏୟାର କଣ୍ଡିସନ ରୁମରେ ରୁହନ୍ତି । ଅନେକ ସମୟରେ ଆଖି ରୋଗରେ ଆକ୍ରାନ୍ତ ବୋଲି ବି ଏମାନେ ଜାଣି ବି ପାରନ୍ତି ନାହିଁ  । କାରଣ ଏହାର ଲକ୍ଷଣ ଏତେ ସ୍ପଷ୍ଟ ଭାବେ ଜଣାପଡେ ନାହିଁ ।

ବେଳେବେଳେ ଡେଡ ବା ଶୁଷ୍କ ଆଖି ରୋଗର ଲକ୍ଷର ଅନ୍ୟ ରୋଗର ଲକ୍ଷଣ ସହ ସମାନ ଥିବାରୁ ଏହା ସ୍ପଷ୍ଟ ଜଣାପଡେନି । ଯେମିତି ଆ୍‌ଖିରୁ ପାଣି ବାହାରିବା କିମ୍ବା ନାଲି ପଡିବା ଇତ୍ୟାଦି । ବେଳେବେଳେ ଆଲର୍ଜିକ କାରଣରୁ ଆଖିରୁ ପାଣି ବାହାରେ  । ହେଲେ ଏହି ପାଣିରେ ଲୁହର ଆବଶ୍ୟକୀୟ ଉପାଦାନ ନ ଥାଏ ଯାହା ଆଖିକୁ ଓଦାଳିଆ ରଖିବା ସହ ଆଖିକୁ ସୁରକ୍ଷିତ ରଖିଥାଏ । ଏହି  ରୋଗ ଉପରେ ଇଟାଲିରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି, ଶୁଷ୍କ ଆଖି ରୋଗକୁ ଅଣଦେଖା କରାଯାଉଥିବାରୁ ଏହାର ଚିକିତ୍ସା କଷ୍ଟସାଧ୍ୟ ହୋଇପଡୁଛି । ଏହି ଶୁଷ୍କ ଆଖି ରୋଗ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।

ଆଖି ଶୁଷ୍କ ହେବାର କାରଣ କ‘ଣ ?

ଆଖି ଶୁଷ୍କ ହେବା ବା ଆଖିରୁ ଲୁହ କମିଯିବା ପଛରେ ଅନେକ କାରଣ ରହିଛି । ଏଥିମଧ୍ୟରୁ   ହରମୋନରେ ପରିବର୍ତ୍ତନ, ଅଟୋ ଇମ୍ୟୁନ ରୋଗ, ଆଲର୍ଜି ସମ୍ପର୍କିତ ରୋଗ, କମ ଲୁହ ବାହାରିବା ଏବଂ ଦ୍ରୁତ ଗତିରେ ଲୁହ ଶୁଖିଯିବା ଇତ୍ୟାଦି ଗୋଟିଏ ଗୋଟିଏ କାରଣ । ଭିଟାମିନ ଏ, ବି ୧୨ ଏବଂ ଭିଟାମିନ ଡି’ର ଅଭାବ ହେଲେ ଆଖି ସାଧାରଣତଃ  ଶୁଖି ଯାଇଥାଏ । ପୁନେର ଚକ୍ଷୁରୋଗ ବିଶେଷଜ୍ଞ ଡା.ପରିକ୍ଷିତ ଗୋଗଟେଙ୍କ କହିବା ଅନୁଯାୟୀ, ନିୟମିତ ବ୍ୟବହାର କରୁଥିବା ଔଷଧ ଯେମିତି ରକ୍ତଚାପ ପାଇଁ ଖାଉଥିବା ଔଷଧ, ଷ୍ଟ୍ରେସ ରିଲିଫ ଔଷଧ, ଆଣ୍ଟି  ଆଲର୍ଜିକ ଔଷଧ, ଆଣ୍ଟି ଡିପ୍ରେସମେଣ୍ଟ ଔଷଧ, ଆଇ ଡ୍ରପର ଅଧିକ ବ୍ୟବହାର ଶୁଷ୍ପ ଆଖି ରୋଗକୁ ବଢାଇ ଦେଇଥାଏ ।   

ପୁଣେସ୍ଥିତ ଡାଡା ଆଇ ଲେଜର ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ତଥା ଆଇ ସର୍ଜନ ଡା.ଜୀବନ ଲାଡି କହିଛନ୍ତି, ‘ଯୁବପିଢିଙ୍କ ପାଖରେ ଏହି ରୋଗ ବେଶି ବୃଦ୍ଧି ପାଇବାର କାରଣ ହେଉଛି ଆଖି ପତା ସମ୍ପୂର୍ଣ୍ଣ ଭାବେ ବ୍ଲିଙ୍କ ନ କରିବା କାରଣରୁ ତେଲଗ୍ରନ୍ଥିର ଉତ୍ତେଜନା ହ୍ରାସ ପାଉଛି । ଯାହାଫଳରେ ଲୁହ ପରଦାରେ ପ୍ରଭାବ ପଡୁଛି ଏବଂ ଆଖି ଶୁଷ୍କ ହେବା ଆରମ୍ଭ କରୁଛି।’

ଆଖି ଶୁଷ୍କ ହେବାକୁ କେମିତି ରୋକିବେ

ଆଖି ଉପରେ ସିଧାସଳଖ ପବନ ମାଡ ହେବାକୁ ଦିଅନ୍ତୁ ନାହିଁ  କିମ୍ବା ଫ୍ୟାନ ସାମ୍ନାରୁ  ଦୂରେଇ ରୁହନ୍ତୁ । ସ୍କ୍ରିନ ଉପରୁ ନିର୍ଦ୍ଦିଷ୍ଟ ସମୟାନ୍ତରରେ ବ୍ରେକ ନିଅନ୍ତୁ । ଏସବୁ ଆଖି ଶୁଷ୍କ ହେବାରୁ ଆପଣଙ୍କୁ ସୁରକ୍ଷା ଦେଇ ପାରେ । ଏହାବ୍ୟତୀତ ଡା. ଲାଡି କହିଛନ୍ତି, ଅନ୍ଧାରରେ ଦୀର୍ଘ ସମୟ ଧରି ମୋବାଇଲ ଦେଖିବା ଦ୍ୱାରା ଆଖିର ଛୋଟ ଛୋଟ ମାଂସପେଶୀ ଥକି ପଡନ୍ତି । ଏହାଦ୍ୱାରା ମୁଣ୍ଡ ବିନ୍ଧିବା ସହ ଚିଡଚିଡାପଣ ବଢିଥାଏ । ସେଥିପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି, ଆପଣଙ୍କର କମ୍ପ୍ୟୁଟର ସ୍କ୍ରିନକୁ ସବୁବେଳେ ଆଖିର ସ୍ତରରୁ ତଳେ ରଖିବା ଦରକାର । ଏପରି କରିବା ଦ୍ୱାରା ଆଖିକୁ ବେଶି ଖୋଲିବାକୁ ପଡି ନ ଥାଏ । ଏହାଦ୍ୱାରା ଆଖି ପତା ପକାଇବା କ୍ଷଣି ଏହା ଲୁହ ବାଷ୍ପୀକରଣ ପ୍ରକ୍ରିୟାକୁ କମାଇବାରେ ସାହାଯ୍ୟ କରେ ।

କେମିତି କରିବେ ଉପଚାର

ଡା.ଲାଡିଙ୍କ କହିବା ଅନୁଯାୟୀ, ଏଥି ପାଇଁ ନୂଆ ଲୁବ୍ରିକାଣ୍ଟ ଏବଂ ସାଇକ୍ଲୋସ୍ପୋରିନ ଆଇ ଡ୍ରପ ଆଖି ପାଇଁ ବେଶ ଉପକାରୀ । ଡା. ଗୋଗେଟଙ୍କ କହିବା ଅନୁଯାୟୀ, ଏହି ରୋଗର ଉପଶମ ପାଇଁ ସ୍ଥାନୀୟ ଲୁବ୍ରିକାଣ୍ଟ ଆଇ ଡ୍ରପ,ଅକୁଲାର ଲୁବ୍ରିକାଣ୍ଟ ଆଦି ଆଖିରେ ପକାଇ ପାରିବା । ଗରମ ସେକ ଏବଂ ସ୍କ୍ରବିଂ କରି ଆଖି ପତାକୁ ସୁସ୍ଥ ରଖିବା । ସପ୍ଲିମେଣ୍ଟ ଆକାରରେ ବିଭିନ୍ନ ପୋଷକ ଗ୍ରହଣ କରି ପାରିବା । ଏହା ଦ୍ୱାରା ଶୁଷ୍କ ଆଖି ରୋଗର ସମାଧାନ କିଛି ମାତ୍ରାରେ ହୋଇପାରିବ । ଉଭୟ ଡାକ୍ତର ଏକଥା କହି ଆଶ୍ୱାସନା ଦେଇଛନ୍ତି ଯେ, ଯଦି ଏସବୁ  କାମ ନ କରେ ତେବେ ପ୍ରିଜରଭେଟିଭ ମୁକ୍ତ ଲୁବ୍ରିକାଣ୍ଟ, ଟିଅର ଡକ୍ଟ ପ୍ଲଗ ପରି ଡ୍ରପ ରହିଛି ଯାହା ଆଖିରେ ଲୁହକୁ ସୃଷ୍ଟି କରିବା ସହ ଆଖିକୁ ଓଦା ରଖିଥାଏ । ତେଣୁ ଏହାକୁ ମଧ୍ୟ ଆମେ ବ୍ୟବହାର କରିପାରିବା ।

Eye Disease Declining Eyesight Eye Condition
Advertisment
Advertisment