ଭାରତରେ ୱାକଫ ସଂଶୋଧନ ବିଲ ପାସ ହେବାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି । ସେତିକି ନୁହେଁ, ପାକିସ୍ତାନର ଏକ ଗୋଷ୍ଠୀ ଏଠାରେ ଥିବା ୱାକଫଡ ବୋର୍ଡ ବିରୋଧରେ ସ୍ୱର ଉଠାଇଛନ୍ତି । କହିବାକୁ ଗଲେ ଏହି ଦେଶରେ ୱାକଫ ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ ହୋଇଗଲାଣି ।
ତଳିପାଦ, ହାତ ପାପୁଲି ଓ ଆଙ୍ଗୁଠି ଝିମଝିମ୍ ହେବା ଅନେକ ଭୋଗିଥିବେ, ଏହାକୁ ପେରିଫେରାଲ୍ ନ୍ୟୁରୋପାଥି କୁହାଯାଏ। କିଛି ଜଣଙ୍କ କ୍ଷେତ୍ରରେ ଏହା ଅଳ୍ପ ଦିନ ପରେ ଆପେ ଆପେ କିମ୍ବା କିଛି ଉପଚାର ପରେ ଦୂର ହୋଇଯାଏ, କିନ୍ତୁ କିଛି ଜଣଙ୍କ ଠାରେ ବାରମ୍ବାର ଓ ଦୀର୍ଘସ୍ଥାୟୀ ହୋଇଥାଏ। ଏହା ସ୍ନାୟୁଗତ କାରଣଠୁ ଆରମ୍ଭ କରି ପୁଷ୍ଟିହୀନତାରୁ ମଧ୍ୟ ହୋଇପାରେ। ତେବେ କାରଣ ଜଣା ପଡିଲେ ହିଁ ଚିକିତ୍ସା ସମ୍ଭବ। ଏହାକୁ ସାଧାରଣ ଭାବି ଅଣଦେଖା କରିବା ଅନୁଚିତ।
ଚୀନକୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିଲେ ସୁଦ୍ଧା ଅଦୃଶ୍ୟ ମହାମାରୀର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଏଭଳି ସ୍ଥିତିରେ ଆଗାମୀ ମହାମାରୀ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବ ଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି । ପରବର୍ତ୍ତୀ ମହାମାରୀ ହୁଏତ ଇବୋଲା ଓ କୋଭିଡ୍ ଭଳି ହୋଇପାରେ ବୋଲି ଅନୁମାନ କରୁଛନ୍ତି ବହୁ ବିଶେଷଜ୍ଞ । ଅର୍ଥାତ୍ ଏହା କୌଣସି ଅନ୍ୟ ଜୀବଜନ୍ତୁ ଠାରୁ ମଣିଷକୁ ବ୍ୟାପିପାରେ ।
ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା । ଆମେରିକା ନାଗରିକଙ୍କ ସୁରକ୍ଷା ମୋର ଦାୟିତ୍ୱ । ଟ୍ରମ୍ପ ଯଦି ଏହି ଫାର୍ମା ଟାରିଫ ଘୋଷଣା କରନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ ।
ଆମର ପିଲାଦିନର ମୁଖ୍ୟ ଜଳଖିଆ ଥିଲା ଚୁଡ଼ା କଦଳୀ ସହ ଦହି ମିଶାଇ ପ୍ରସ୍ତୁତ ଏକ ଚକଟା। ଲୋକମୁଖରେ ବ୍ରାହ୍ମଣ ଭୋଜନ ଭାବେ ଆଦୃତ ଏହି ଚୁଡ଼ା ପାଗ କିନ୍ତୁ ଖରାଦିନେ ପେଟ ଥଣ୍ଡା ରଖିବାର ଏକ ବଢ଼ିଆ ଉପାୟ। ଚୁଡ଼ା, ଦହି, ଛେନା, କଦଳୀ ମିଶାଇ, ସ୍ୱାଦ ପାଇଁ ଅଳ୍ପ ଗୁଡ଼ ଓ ଲୁଣ ଦେଇ ଖାଇଲେ ଆମକୁ ଏକ ସନ୍ତୁଳିତ ଆହାର ମିଳେ।
ଆଇପିଏଲ୍ ୨୦୨୫ରେ ଚହଳ ସୃଷ୍ଟି କରିଛନ୍ତି ଗୁଜରାଟ ଟାଇଟନ୍ସର ପେସର୍ ମହମ୍ମଦ ସିରାଜ । ହ୍ୱାଇଟ୍-ବଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଲିଗ୍ର ୧୮ତମ ସିଜନ୍ ତାଙ୍କ ପାଇଁ ବଡ଼ ସୁଯୋଗ । ଏଥିରେ ସେ ଫିଟ୍ନେସ୍ ସହ ନିରନ୍ତରତା ବଜାୟ ରଖିବା ନିହାତି ଜରୁରୀ ।
ସିଲିଗୁଡ଼ି କରିଡରକୁ ଚିକେନ୍ ନେକ୍ କରିଡର ବୋଲି ମଧ୍ୟ କୁହାଯାଏ। ଏହି ଅଞ୍ଚଳ ୬୦ କିଲୋମିଟର ଲମ୍ବା ଏବଂ ପ୍ରାୟ ୨୨ କିଲୋମିଟର ଚଉଡ଼ା । ଏହା ଦେଶର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହି କରିଡର ଦେଇ ଯାଇଥାଏ । ଏହି କରିଡର କୁକୁଡ଼ାର ବେକ ପରି ପତଳା, ତେଣୁ ଏହାକୁ ଚିକେନ ନେକ କୁହାଯାଏ। ଏହି ଅଞ୍ଚଳକୁ ବହୁତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।
୨୦୦୧ରୁ ୨୦୧୨ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୱକଫ ସମ୍ପତ୍ତି ଘରୋଇ ପ୍ରତିଷ୍ଠାନକୁ ୧୦୦ ବର୍ଷ ପାଇଁ ଲିଜ୍ରେ ଦିଆଯାଇଛି। ଶେଷରେ ବେଙ୍ଗାଲୁରୁରେ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଯାହାଦ୍ୱାରା ୬୦୨ ଏକର ଜମି ଅଧିଗ୍ରହଣକୁ ରୋକା ଯାଇଥିଲା। କଂଗ୍ରେସ ଏହି ବିଲ୍କୁ ଦୃଢ଼ ଭାବେ ବିରୋଧ କରୁଥିଲେ ବି ଦେଶବାସୀଙ୍କ ମଙ୍ଗଳ ପାଇଁ ଏହି ବିଲ୍ ଆଗତ କରାଯାଇଛି। ତେବେ ସମୟ ହିଁ କହିବ, ଏହି ପରିବର୍ତ୍ତିତ ବିଲ୍ ଲୋକଙ୍କ ହିତରେ ଆସୁଛି କି ନାହିଁ।
ଏକ ପଡକାଷ୍ଟରେ ବିଲ ଗେଟ୍ସ କହିଥିଲେ, ତାଙ୍କର ପିଲା ଖୁବ ଉଚ୍ଚ ଶିକ୍ଷିତ । ଖୁବ ଉତ୍ତମ ସଂସ୍କାର ମଧ୍ୟ ପାଇଛନ୍ତି । ହେଲେ ଏବେ ତାଙ୍କୁ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେ ଆହୁରି କହିଥିଲେ, ‘ଏହା କୌଣସି ରାଜବଂଶ ନୁହେଁ । ମୁଁ ସେମାନଙ୍କୁ ମାଇକ୍ରୋସଫ୍ଟ ଚଲାଇବାକୁ କହୁନି । ମୁଁ ତାଙ୍କୁ ରୋଜଗାର କରିବା ପାଇଁ ଏବଂ ସଫଳତା ପାଇବା ଲାଗି ଏକ ସୁଯୋଗ ଦେବାକୁ ଚାହୁଁଛୁ । ପିଲାମାନଙ୍କୁ ଖୁବ ପରିଶ୍ରମ କରି ଆଗକୁ ଯିବାକୁ ପଡିବ ।’
କାହିଁକି ବିନ୍ଧ୍ୟ ଗିରି ସୂର୍ଯ୍ୟ ଚନ୍ଦ୍ରଙ୍କ ରାସ୍ତା ବନ୍ଦ କଲା? କାହିଁକି ଖାଲି ପଡିଥିଲା ଅଗସ୍ତ୍ୟ ଋଷିଙ୍କ ଆଶ୍ରମ? ପାହାଡ଼କୁ କ'ଣ ଆଦେଶ ଦେଇଥିଲେ ଋଷଭ ମୁନି? କେମିତି ଅଭିଶାପ ପାଇ ହରିଣୀ ହୋଇଥିବା ଦେବକନ୍ୟା ବିଭାଣ୍ଡକ ଋଷିଙ୍କ ପୁଅର ମାଆ ହେଲେ? କାହିଁକି ଅଙ୍ଗ ନରେଶ ରୁଷ୍ୟଶୃଙ୍ଗଙ୍କୁ ଆଣିବାକୁ ଡଙ୍ଗା ପଠେଇଥିଲେ? ମହାଭାରତ ପୃଷ୍ଠାରେ ଥିବା ଏମିତି କାହାଣୀ ସବୁକୁ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।
ବ୍ରେନ୍ ରଟ୍ କ'ଣ ? ଡୁମସ୍କ୍ରୋଲିଙ୍ଗ କ'ଣ ? ଏଥିରେ ଆପଣ ଆକ୍ରାନ୍ତ କି ? ଏଥିରୁ ଆପଣ ବାହାରିବେ କିପରି ? ଆଦି ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।
ରାଷ୍ଟ୍ରପତିଙ୍କ ଗାଡିକୁ ଆରଟିଓରେ ରେଜିଷ୍ଟ୍ରେସନ ବି କରାଯାଇ ନଥାଏ । ଅର୍ଥାତ ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ ଏହି ଗାଡିର ପଞ୍ଜୀକରଣ କରାଯାଇ ନ ଥାଏ । ଏହି ଗାଡ଼ିର ରକ୍ଷଣାବେକ୍ଷଣ, ପରିଚାଳନା ରାଷ୍ଟ୍ରପତି ଭବନର ପ୍ରଶାସନିକ ବିଭାଗ ନିୟନ୍ତ୍ରଣରେ ଥାଏ । ଏହି ଗାଡିର ପଞ୍ଜୀକରଣ ସେମାନେ ନିଜ ଶୈଳୀରେ ରାଷ୍ଟ୍ରପତି ଭବନ ରେକର୍ଡ ଅନୁସାରେ କରନ୍ତି । ଏହା କୌଣସି ସମୟରେ ଆରଟିଓ ଅର୍ଥାତ ପରିବହନ ମନ୍ତ୍ରାଳୟ ଅଧୀନରେ ହୋଇନଥାଏ ।
ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଶ୍ରୀ ଜେନା ଓ ଶ୍ରୀ ସାମଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡ଼ି ଏକ ଧର୍ମନିରପେକ୍ଷ ଦଳ ଓ ସଂଶୋଧିତ ବିଲ୍ରେ ସିଧାସଳଖ ସଂଖ୍ୟାଲଘୁମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯାଇଥିବାରୁ ଦଳ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ପ୍ରାୟତଃ ସମସ୍ତେ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ କିମ୍ବା ଫେରିବା ପରେ କିମ୍ବା ବ୍ୟୁଟି ପାର୍ଲର ଯିବା ସମୟରେ ହିଁ ତ୍ବଚାର ଯତ୍ନ ବିଷୟରେ ସଚେତନ ହୋଇ ଉଠନ୍ତି। କିନ୍ତୁ ଜାଣନ୍ତି ରାତିରେ ଶୋଇବା ପୂର୍ବରୁ ତ୍ବଚାର ଯତ୍ନର କେତୋଟି ସରଳ ଉପାୟ ନିୟମିତ ଭାବରେ ପାଳନ କଲେ, ତ୍ବଚା ସୁନ୍ଦର ଏବଂ ଉଜ୍ଜ୍ୱଳ ହେବା ସହ ବୟସ ଜନିତ ପ୍ରଭାବକୁ ମଧ୍ୟ ନିୟନ୍ତ୍ରିତ କରିହେବ। ଏହାକୁ Night Skin Care Routine କୁହାଯାଏ।
Ganga's Descent to Earth:କ'ଣ ପାଇଁ କପିଳ ମୁନି ଅଭିଶାପ ଦେଲେ ସଗରଙ୍କ ପୁଅମାନଙ୍କୁ? କୋଉଠି ଲୁଚିଥିଲା ରାଜାଙ୍କ ଅଶ୍ୱମେଧ ଘୋଡ଼ା? ସ୍ୱର୍ଗରୁ କେମିତି ଆସିଲେ ଗଙ୍ଗା ପୃଥିବୀକୁ? ସଗର ରାଜାଙ୍କ ପୁଅମାନେ କେମିତି ପୁଣି ପାଇଲେ ମୁକ୍ତି? ଗଙ୍ଗାଙ୍କ ଧରାବତରଣ ପାଇଁ କାହିଁକି ଖୋଜା ପଡିଲେ ମହାଦେବ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଏହି ଜନଜାତି ହଜାର ହଜାର ବର୍ଷ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେମାନେ ଆଧୁନିକ ବିଶ୍ୱର ସାଧାରଣ ଭାଇରସ ସହିତ ଲଢ଼ିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଥଣ୍ଡା କିମ୍ବା କାଶ ଭଳି ରୋଗ ଆମ ପାଇଁ ସାଧାରଣ ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଯଦି କୌଣସି ବାହାର ଲୋକ ସଂକ୍ରମଣ ନେଇ ଦ୍ୱୀପକୁ ଆସନ୍ତି, ତେବେ ଏହି ଲୋକମାନଙ୍କ ମଧ୍ୟରେ ରୋଗ ବ୍ୟାପିପାରେ। ସେମାନଙ୍କ ପାଖରେ ନା ଔଷଧ ଅଛି ନା ପରୀକ୍ଷା ନିରୀକ୍ଷା ସୁବିଧା, ଏପରି ପରିସ୍ଥିତିରେ ବାହ୍ୟ ସଂକ୍ରମଣ ଯୋଗୁଁ ସମଗ୍ର ସମ୍ପ୍ରଦାୟ ଧ୍ୱଂସ ପାଇଯିବାର ଆଶଙ୍କା ରହିଛି।
ରାମଙ୍କ ଜନ୍ମ ପରେ ଚନ୍ଦ୍ର ତାଙ୍କୁ ଦେଖା କରିବା ଆଶାରେ ଗଲେ। ମାତ୍ର ମନରେ ତାଙ୍କର ଦୁଃଖଟିଏ ଥିଲା। ଅନ୍ତର୍ଯ୍ୟାମୀ ପ୍ରଭୂ ରାମଚନ୍ଦ୍ରଙ୍କ ଦୁଃଖ ଜାଣିପାରି ପଚାରିଲେ, ତୁମ ମନରେ ଦୁଃଖ କାହିଁକି ମୋତେ ଖୋଲି କୁହ।
ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ତା’ର ବାପା ଏବଂ ଜଣେ ଭାଇ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଜ୍ୟୋତିର ଅନ୍ୟ ଦୁଇ ଭାଇ ବିଜାପୁରର ଏକ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ବେଳେ ବିବାହୀତ ବଡ଼ ଭଉଣୀ ଅନ୍ୟ ଏକ ଗାଁରେ ରହେ ।
ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି ।
ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାକୁ ନେଇ ନାନା କଥା ଶୁଣିବାକୁ ମିଳେ। ରୋଚକ ପୌରାଣିକ କାହାଣୀ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ଅଶୋକାଷ୍ଟମୀରେ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା।
ଯୁବ କ୍ରିକେଟ୍ ତାରକା ଭାରଦ୍ୱାଜ ସାଇ ସୁଦର୍ଶନଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଇପିଏଲ୍ରେ ସେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ଚଳିତ ସିଜନ୍ରେ ତିନି ମ୍ୟାଚ୍ରେ ସଂଗ୍ରହ କରିଛନ୍ତି ୧୮୬ ରନ୍ । ଏଭଳି ପ୍ରଦର୍ଶନ ବଜାୟ ରଖିଲେ, ଆଗାମୀ ଦିନରେ ଭାରତୀୟ ହ୍ୱାଇଟ୍-ବଲ୍ ଟିମ୍ରେ ପୁଣି ସୁଯୋଗ ପାଇପାରନ୍ତି ଏହି ବାମହାତି ବ୍ୟାଟର୍ ।
ଆୟୁର୍ବେଦ ଓ ଭାରତୀୟ ପରମ୍ପରିକ ଚିକିତ୍ସାରେ ଅଶୋକ ବୃକ୍ଷର ଛାଲି, ପତ୍ର ଓ ଫୁଲର ଅନେକ ଔଷଧୀୟ ଗୁଣ ରହିଛି। ମହିଳା ରୋଗ, ତ୍ୱଚା ସଫା ଓ ପ୍ରାକୃତିକ ଉପାୟରେ ଡିଟକ୍ସୀଫିକେସନ ପାଇଁ ଏହା ଏକ ଦୁର୍ଳଭ ଔଷଧ ଭାବରେ ପରିଚିତ।
ଆପଣଙ୍କ ସହ ଏମିତି ବାରମ୍ବାର ହେଉଛି କି, ଯେ ରାତି ୨ଟା-୩ଟା ବେଳକୁ ଝାଳ ବୋହି, ଅଣନିଶ୍ବାସୀ ଲାଗି ନିଦ ଭାଙ୍ଗି ଯାଉଛି? ଯେତେ ଘରୋଇ ଉପଚାର, ଯୋଗ, ଧ୍ୟାନ, ମନ୍ତ୍ରଜପ କିମ୍ବା ଡେଉଁରିଆ ବାନ୍ଧିଲେ ବି ସୁଫଳ ମିଳୁନି? ରାତିରେ ଛାନିଆ ଲାଗୁଛି, ସକାଳକୁ ନିଦ ପୁରା ହେଉନି ଏବଂ ଦିନସାରା ବ୍ୟସ୍ତ ଲାଗୁଛି? ଜାଣନ୍ତି ହୁଏତ ଏହା ପଛରେ ଆପଣଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥାଇ ପାରେ? କେମିତି ପାଇବେ ମୁକ୍ତି ଏ ସମସ୍ୟାରୁ, ଜାଣିବା ପାଇଁ ପଢନ୍ତୁ
କଗ୍ରେଂସ ସଦସ୍ୟମାନଙ୍କ ଉପରେ ଦୃୃୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗୃହରେ ଏକ ପ୍ରକାର ଶାନ୍ତି ଫେରିଲା । ‘ବିରିମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ବିଜେଡ଼ି ସଦସ୍ୟମାନେ ଶାନ୍ତ ପଡ଼ିଗଲେ । ବୋଧହୁଏ ସେମାନେ କେଉଁଠି ନା କେଉଁଠି ଅନୁଭବ କଲେ ଯେ ସରକାରଙ୍କ ସହିତ ଆଉ ମୁକାବିଲାମୂଳକ ପରିସ୍ଥିତିର ସାମ୍ନା କରିପାରିବେ ନାହିଁ ।