Advertisment

Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ

ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଦାନ କରିବାରେ ରେକର୍ଡ

ଦାନ କରିବାରେ ରେକର୍ଡ

ହିନ୍ଦୁ ଧର୍ମରେ ଦାନର ପୁରୁଣା ପରମ୍ପରା ରହିଛି । ବିଶ୍ବର ବିଭିନ୍ନ ସଂପ୍ରଦାୟର ଧର୍ମଗୁରୁ, ମହାପୁରୁଷ, ବୈଜ୍ଞାନିକ କୌଣସି ନା କୌଣସି କ୍ଷେତ୍ରରେ ନିଜ ସାଧନା ଦ୍ୱାରା ଜୀବନର ଶ୍ରେଷ୍ଠତ୍ବକୁ ଦାନକରି ଅମର ହୋଇଛନ୍ତି । କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହବହି ଦେବତା ହେଲେହେଁ ମରଇ । ମୃତ୍ୟୁ ଆଗରେ ଧନୀ ଗରିବ ସମସ୍ତେ ସମାନ। ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ । ଏ ନସ୍ୱ ଶରୀର ଦିନେ ନା ଦିନେ ମାଟିରେ ମିଶିଯିବ । ସେଥିପାଇଁ ଜୀବନ ଥାଉ ଥାଉ ଦାନଧର୍ମ କରି କିଛି ପୂଣ୍ୟ ଅର୍ଜନ କରିବା ଆବଶ୍ୟକ । ଦୁନିଆରେ ଧନୀ ଲୋକଙ୍କ ସଂଖ୍ୟା କମ ନାହିଁ, କିନ୍ତୁ ଧନୀ ହେବା ସହିତ କେତେ ଜଣ ପରୋପକାରୀ ତଥା ଦାନୀ ବ୍ୟକ୍ତି ଅଛନ୍ତି ।

Advertisment

ଆଜିକାଲି ଦାତାପଣ ପଛରେ ଏକ କାମନା, ବାସନା ରହିଥାଏ। ବିନା କୌଣସି ସ୍ୱାର୍ଥରେ ଦାନ କରିବା ଖୁବ କମ ଦେଖିବାକୁ ମିଳେ । ଶିକ୍ଷାଦାନ କରି ଶିକ୍ଷକ ପାଉଣା ପାଏ। ମାସିକ ପାଉଣା ପାଇବାରେ ବିଳମ୍ବ ହେଲେ ଶ୍ରେଣୀରେ ତା’ର ପ୍ରତିଫଳନ ପ୍ରକାଶ ପାଇଥାଏ । ଯେଉଁ ସବୁ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ଗଢିଉଠିଛି ସମସ୍ତଙ୍କ ଲକ୍ଷ୍ୟ ଜନ ସେବା କରିବା। ଏହି ସେବା ପଛରେ ରାଜନୈତିକ ଦଳର କ୍ଷମତା ହାସଲ ଥାଏ ତ ସାମାଜିକ ଅନୁଷ୍ଠାନର ଅର୍ଥ ସଂଗ୍ରହ। ସେପରି ଡାକ୍ତରଙ୍କ ସେବା ହେଉ କି ପୋଲିସର ସୁରକ୍ଷା, ସବୁ ପଛରେ ଅସଲ କଥା ହେଲା ପାଉଣା। ପରୋପକାରୀ ହେବା ସହଜ କଥା ନୁହେଁ। ନିଜ ରୋଗିଣା ପୁଅକୁ ଛାଡି ବନ୍ୟା ପୀଡିତଙ୍କ ସେବା ଗୋପବନ୍ଧୁଙ୍କ ପରି ମହାମାନବ ହିଁ କରିପାରନ୍ତି ।

ତେବେ ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।

Advertisment

ଶିବ ନାଦର ଦେଶର ସବୁଠାରୁ ବଡ଼ ଶିଳ୍ପପତିଙ୍କ ମଧ୍ୟରୁ ଜଣେ । ଶିବ ନାଦର ଏବଂ ତାଙ୍କ ପରିବାରର ଏଚସିଏଲ ଟେକରେ ପ୍ରମୋଟର ଗ୍ରୁପ ଜରିଆରେ ୬୧% ଅଂଶଧନ ରହିଛି । ଏହି କମ୍ପାନୀର ମାର୍କେଟ କ୍ୟାପ୍ ହେଉଛି ୪୨୦,୪୨୮.୧୩ କୋଟି ଟଙ୍କା । ଏହା ସହିତ ନାଦର ଏବଂ ତାଙ୍କ ପରିବାରର ଏଚସିଏଲ ଇନଫୋସିଷ୍ଟମରେ ମଧ୍ୟ ୬୩% ଅଂଶଧନ ଅଛି ।

କେତେ ଦାନ ଦେଇଛନ୍ତି ଶିବ ନାଦର ?

ଭାରତର ସବୁଠାରୁ ବଡ଼ ଦାନବୀର ଶିବ ନାଦର ୨୦୨୪ ମସିହାରେ ୨,୧୫୩ କୋଟି ଟଙ୍କା ଦାନ କରିଥିଲେ। ଅନେକ ସମୟରେ ଯେଉଁଠି କର୍ମଚାରୀମାନେ ଦରମା କିମ୍ବା ବୋନସକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି, ସେତେବେଳେ ଶିବ ନାଦରଙ୍କ କମ୍ପାନୀ କିନ୍ତୁ ଲୋକଙ୍କ ଦୁଃଖ ବୁଝେ । ଦୀପାବଳିରେ ତାଙ୍କ କର୍ମଚାରୀମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଶିବ ନାଦର ଜଣାଶୁଣା । କୌଣସି ପର୍ବପର୍ବାଣୀ ପଡ଼ିଲେ ହାତଖୋଲି ଖର୍ଚ୍ଚ କରନ୍ତି ଶିବ ନାଦର । ସେ ତାଙ୍କ କର୍ମଚାରୀଙ୍କୁ କାର, ଘର, ବିଦେଶୀ ଯାତ୍ରା ପରି ଅନେକ ମହଙ୍ଗା ଉପହାର ଦିଅନ୍ତି, ଯାହା ସାରା ବିଶ୍ୱରେ ଚର୍ଚ୍ଚିତ ।

ଶିବ ନାଦର କିଏ ?

୧୪ ଜୁଲାଇ ୧୯୪୫ ରେ ତାମିଲନାଡୁର ଏକ ଛୋଟ ଗାଁରେ ଶିବ ନାଦରଙ୍କ ଜନ୍ମ । ତାଙ୍କ ବାପା ଜଣେ ଜିଲ୍ଲା ଜଜ୍ ଥିଲେ ଏବଂ ଚାକିରୀ ହେତୁ ସେ ପୂରା ଦକ୍ଷିଣ ଭାରତ ଭ୍ରମଣ କରୁଥିଲେ। ତେଣୁ ତାଙ୍କ ପିଲାଦିନ ବିଭିନ୍ନ ସ୍ଥାନରେ ବିତିଥିଲା । ସେ କୋଏମ୍ବାଟୁର ପିଏସଜି କଲେଜରୁ ଇଲେକ୍ଟ୍ରିକ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ୧୯୬୭ ରେ ସେ ପୁଣେର ୱାଲଚାଣ୍ଡ ଗ୍ରୁପ୍ ଅଫ୍ ଇଞ୍ଜିନିୟରିଂ କଲେଜରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ପ୍ରଥମେ ସେ ଦିଲ୍ଲୀର ଡିସିଏମ୍ ଗ୍ରୁପ୍ ସହିତ କମ୍ପ୍ୟୁଟର ପ୍ରୋଗ୍ରାମର୍ ଭାବରେ କାର୍ଯ୍ୟ କରିଥିଲେ କିନ୍ତୁ ଚାକିରି ପ୍ରତି ମୂଳରୁ ତାଙ୍କର ଆଗ୍ରହ ନଥିଲା । କିଛି ବଡ଼ କରିବା ଲକ୍ଷ୍ୟରେ ୧୯୭୬ ମସିହାରେ ତାଙ୍କର କିଛି ବନ୍ଧୁଙ୍କ ସହ ସେ ଏଚସିଏଲ କମ୍ପାନୀ ପ୍ରତିଷ୍ଠା କରିଥିଲେ।

କିପରି ଆରମ୍ଭ ହୋଇଥିଲା କମ୍ପାନୀ ?

ହିନ୍ଦୁସ୍ତାନ କମ୍ପ୍ୟୁଟର ଲିମିଟେଡ୍ (ଏଚସିଏଲ) ଏକ ଗ୍ୟାରେଜରୁ ଆରମ୍ଭ ହୋଇଥିଲା । ନାଦରଙ୍କ ନେତୃତ୍ୱରେ କମ୍ପାନୀ ଅଭୁତପୂର୍ବ ସଫଳତା ହାସଲ କରିଥିଲା ଏବଂ ଶୀଘ୍ର ଏକ ବିଶ୍ୱ ଆଇଟି ସେବା କମ୍ପାନୀ ଭାବରେ ଉଭା ହୋଇଥିଲା । ଆଜି ଏଚସିଏଲ ୬୦ରୁ ଅଧିକ ଦେଶରେ ଅଛି ଏବଂ ଏ କମ୍ପାନୀରେ ୨,୨୨,୦୦୦ ରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଜୁଲାଇ ୨୦୨୦ରେ ଶିବ ନାଦର କମ୍ପାନୀର ଚେୟାରମ୍ୟାନ୍ ପଦ ଛାଡି ଝିଅ ରୋଶନୀ ନାଦର ମଲହୋତ୍ରାଙ୍କ ଉପରେ ନ୍ୟସ୍ତ କରିଥିଲେ । ନାଦର ଏବେ କମ୍ପାନୀର ଚେୟାରମ୍ୟାନ୍ ଏମିରିଟସ୍ ଏବଂ ଷ୍ଟ୍ରାଟେଜିକ୍ ଆଡଭାଇଜର ଅଛନ୍ତି ।

ଶିବ ନାଦରଙ୍କ ମୋଟ ସମ୍ପତ୍ତି

ଶିବ ନାଦର ଦିଲ୍ଲୀର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ଏହା ସହିତ ଶିବ ନାଦର ମୋଟ ୩୫.୯ ବିଲିୟନ ଡଲାର ସମ୍ପତ୍ତି ସହ ଭାରତର ତୃତୀୟ ବୃହତ୍ତମ ଧନୀ ବ୍ୟକ୍ତି ଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ଝିଅ ରୋଶନୀ ନାଦର । ଅଦାନୀଙ୍କ ପରେ ରୋଶନୀ ନାଦର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ନିକଟରେ ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ସୁନ୍ଦରୀ ଇନଭେଷ୍ଟମେଣ୍ଟ (ଭାମା ଦିଲ୍ଲୀ) ରେ ଥିବା ତାଙ୍କ ୪୭ ପ୍ରତିଶତ ସେୟାର ଝିଅ ରୋଶନୀ ନାଦର ମଲହୋତ୍ରାଙ୍କୁ ହସ୍ତାନ୍ତର କରିଛନ୍ତି । ରୋଶନୀ ନାଦର ଏଚସିଏଲ ଟେକ୍ନୋଲୋଜି ଏବଂଏଚସିଏଲ ଇନଫୋସିଷ୍ଟମର ସବୁଠାରୁ ବଡ ଅଂଶୀଦାର ଅଛନ୍ତି ।

ସେ ମାତ୍ର ୨୮ ବର୍ଷ ବୟସରେ ଏଚସିଏଲର ସିଇଓ ହୋଇଥିଲେ। ଏଚସିଏଲର ସିଇଓ ହେବା ପୂର୍ବରୁ ରୋଶନୀ ମିଡିଆରେ କାମ କରୁଥିଲେ। ରୋଶନୀ ଦିଲ୍ଲୀର ବସନ୍ତ ଭ୍ୟାଲି ସ୍କୁଲରେ ପାଠ ପଢ଼ା ଶେଷ କରିବା ପରେ ଉତ୍ତର ଆମେରିକାର ବିଶ୍ୱବିଦ୍ୟାଳୟରେ ମାସ୍ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ଏଚସିଏଲରେ ଯୋଗଦେବା ପୂର୍ବରୁ ରୋଶନୀ ଅନ୍ୟ କମ୍ପାନୀରେ ମଧ୍ୟ କାମ କରୁଥିଲେ। ବର୍ତ୍ତମାନ ରୋଶନୀ ଏଚସିଏଲ ଫାଉଣ୍ଡେଶନର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଏବଂ ସିଇଓ। ଏଚସିଏଲର ସମସ୍ତ ଦାୟିତ୍ୱ ବାପା ଶିବ ନାଦର ତାଙ୍କୁ ଦେଇଛନ୍ତି। ରୋଶନୀ ଜଣେ ତାଲିମପ୍ରାପ୍ତ ପତ୍ରକାର। ଏଥିସହ ସେ ଦେଶ ଦୁନିଆ ବିଷୟରେ ସମସ୍ତ ଖବର ରଖିଥାନ୍ତି। ରୋଶନୀ ଜଣେ ଭଲ ବକ୍ତା। ସେ ହେଉଛନ୍ତି ବାପା ଶିବ ନାଦରଙ୍କର କୋଟି କୋଟି ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ।

ନାଦର ଝିଅ ରୋଶନୀଙ୍କୁ ବହୁତ ଭଲ ପାଆନ୍ତି। ସେ ଅଧିକାଂଶ ସମୟ ଝିଅ ସହ ବିତାଇବାକୁ ଚାହିଁଥାନ୍ତି। ରୋଶନୀଙ୍କ ସ୍ବାମୀ ଶିଖର ମଲହୋତ୍ରା ଏଚସିଏଲ ହେଲ୍ଥକେୟାରର ଉପାଧ୍ୟକ୍ଷ। ତାଙ୍କର ୨ ପୁଅ ଅରମାନ ଏବଂ ଜହାନ ଅଛନ୍ତି। 'ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ' ଅନୁଯାୟୀ ରୋଶନି ବର୍ତ୍ତମାନ ତୃତୀୟ ଧନୀ ଭାରତୀୟ ତଥା ଦେଶର ସବୁଠାରୁ ଧନୀ ମହିଳା । ତାଙ୍କର ମୋଟ ସମ୍ପତ୍ତିର ୩.୧୩ ଲକ୍ଷ କୋଟି ଟଙ୍କା ।

Donates New Year Gift Diwali Gift HCL Technologies Human Interest Story Human Interest
Advertisment
Advertisment