Advertisment

Yoga: ଶୀର୍ଷାସନରେ ବାଳକୃଷ୍ଣ, କଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ

ବାଳକୃଷ୍ଣ ନିଜେ ଯୋଗ କରିବା ସହ ଗାନ୍ଧିନଗର ସମେତ ବହୁ ଅଂଚଳରେ ଯୋଗ ଶିକ୍ଷା ଦିଅନ୍ତି । ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଆସି ଯୋଗ ଶିକ୍ଷା ନିଅନ୍ତି । ୬୫ବର୍ଷ ବୟସରେ ବାଳକୃଷ୍ଣଙ୍କ ଶୀର୍ଷାସନ ଓ ସେହି ଅବସ୍ଥାରେ ପଦ୍ମାସନ ଦେଖି ସତରେ ଯେକେହି ଆଶ୍ଚର୍ଯ୍ୟ ହେବ ।

author-image
Prasan Subudhi
ଅଦ୍ୟତନ ହୋଇଛି
ଯୋଗ କରି ରେକର୍ଡ

ଯୋଗ କରି ରେକର୍ଡ

ଶୀର୍ଷାସନରେ ବାଳକୃଷ୍ଣ । ଏହି ଯୋଗ ପାଇଁ ସେ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ । ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳର ଏ.ବାଳକୃଷ୍ଣ ପାତ୍ର ଶୀର୍ଷାସନ ଯୋଗ କରି ସାରା ଭାରତରେ ଅନନ୍ୟ ପରିଚୟ ପାଇଛନ୍ତି । ବାଳକୃଷ୍ଣ ଜଣେ ଆୟୁବେର୍ଦିକ ଡାକ୍ତର । ପୂର୍ବରୁ ସେ ଜିଲ୍ଲା ଆୟୁବେର୍ଦିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଶୀର୍ଷାସନରେ ରହି ୫ମିନିଟ୍ ମଧ୍ୟରେ ୭୪ରୁ ଊର୍ଦ୍ଧ୍ୱ ଥର ପଦ୍ମାସନ କରିବା ନିଶ୍ଚିତ ଭାବେ ବିରଳ । ଏଣୁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପକ୍ଷରୁ ସମ୍ମାନିତ କରାଯାଇଛି । 

Advertisment

ବାଳକୃଷ୍ଣ ନିଜେ ଯୋଗ କରିବା ସହ ଗାନ୍ଧିନଗର ସମେତ ବହୁ ଅଂଚଳରେ ଯୋଗ ଶିକ୍ଷା ଦିଅନ୍ତି । ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ମାନେ ଆସି ଯୋଗ ଶିକ୍ଷା ନିଅନ୍ତି । ୬୫ବର୍ଷ ବୟସରେ ବାଳକୃଷ୍ଣଙ୍କ ଶୀର୍ଷାସନ ଓ ସେହି ଅବସ୍ଥାରେ ପଦ୍ମାସନ ଦେଖି ସତରେ ଯେକେହି ଆଶ୍ଚର୍ଯ୍ୟ। ହେବ। ତେବେ ତାଙ୍କ ଭଳି ସ୍ଥାନୀୟ ଅଂଚଳର କାଳୁ ସୁବୁଦ୍ଧି ମଧ୍ୟ ୭୨ବର୍ଷ ସମୟରେ ଶୀର୍ଷାସନ କରନ୍ତି । ଯୋଗ ଯୋଗୁଁ ହିଁ ଏହି ପରିଣତ ବୟସରେ ସେମାନଙ୍କ ପାଖରେ ଯୁବ ସୁଲଭ ଚପଳତା ରହିବା ସହ ସମସ୍ତ ପ୍ରକାର ରୋଗରୁ ଦୂରରେ ରହିଥିବା କହିଛନ୍ତି । 

ତେବେ ବାଳକୃଷ୍ଣଙ୍କ ଏହି ଯୋଗ ଖାଲି ବାଳକୃଷ୍ଣ ନୁହଁନ୍ତି, ଏ ଅଞ୍ଚଳକୁ ମଧ୍ୟ ପରିଚୟ ଦେଇଛି। ଇଣ୍ଡିଆ ବୁକ୍ ରେକର୍ଡ ମିଳିବା ପରେ ତାଙ୍କ ପାଖରେ ଏବେ ଲୋକଙ୍କ ଭିଡ଼ ଜମୁଛି। ଆଗରୁ ସେ ଯୋଗ ଶିକ୍ଷା ଦେଉଥିଲେ ମଧ୍ୟ ଏବେ ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତାଙ୍କ କହିବା କଥା, ଆମେ ଆମ ସ୍ୱାସ୍ଥ୍ୟ ପାଇଁ କେବଳ ଔଷଧ ଉପରେ ନିର୍ଭରଶୀଳ । ଯାହା କିଛି ହେଲେ ତୁରନ୍ତ ଗୋଟେ ବଟିକା ଗିଳିଦେଉଛୁ। କିନ୍ତୁ ଏହା ଦ୍ୱାରା ସାମୟିକ ଭାବେ ରୋଗରୁ ମୁକ୍ତି ମିଳୁଥିଲେ ମଧ୍ୟ ଏହା ନୂଆ ରଘ ତିଆରି କରୁଛି। କିନ୍ତୁ ଆମେ ଯଦି ନିୟମିତ ଯୋଗ କରିବା ତେବେ ରୋଗ ଆମ ପାଖ ମାଡ଼ିବନି। 

Advertisment

ବାଳକୃଷ୍ଣଙ୍କ ବୟସ ଏବେ ୬୫। କିନ୍ତୁ ଏବେ ବି ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି । ଏହାର କାରଣ ହେଉଛି ଯୋଗ। ଏ ବୟସରେ ସେ ଯେଭଳି ଯୋଗ କରୁଛନ୍ତି, ଅନ୍ୟମାନେ ଏଥିରୁ ନିଶ୍ଚୟ କିଛି ଶିକ୍ଷା ଲାଭ କରିବା ଉଚିତ୍।     

Yogasana India Book Of Record
Advertisment
Advertisment