ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ ଦୁବାଇରେ ଖେଳିଥିଲା । ଆଉ ଆଜି ଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯାଉଛି ।
ସୁପରସଣ୍ଡେରେ ସୁପର ସୋ | ପୁଣି ଏକ ରବିବାର ହାଇଭୋଲଟେଜ୍ ମ୍ୟାଚ | ଏଥର କିନ୍ତୁ ଫାଇନାଲ୍ ଫାଇଟ୍ ପାଇଁ ଲାଗିଛି ବାଜି । ଟାଇଟଲ ହାସଲ ଲାଗି ଜି ଜାନ୍ ଲଗାଇ ଲଢ଼େଇ କରିବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ |
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ରୋହିତ ସେନା? ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ?
ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ କରିଛନ୍ତି। ଫାଇନାଲରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ।
ଭାରତୀୟ ଦଳ ପାଇଁ ହେଡଙ୍କୁ ସବୁଠୁ ବିପଦଜ୍ଜନକ ଖେଳାଳି କୁହାଯାଏ। ଆଉ ତାଙ୍କ ଆଉଟ୍ ପରେ ବିରାଟ କୋହଲି ନିଜର ଖୁସି ଲୁଚାଇ ପାରି ନ ଥିଲେ। ଉତ୍ସବ ପାଳନ କରିବାକୁ ଯାଇ ପଡ଼ିଆରେ କୋହଲି ଭାଙ୍ଗଡ଼ା ନାଚିବାରେ ଲାଗିଥିଲେ।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍ ନେଇଥିବା ବେଳେ କୁଲ୍ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର ୭୯ ରନ କରିଥିବା ବେଳେ ଭାରତ ୯ ଉଇକେଟ ହରାଇ ୨୪୯ କରିଛି। ଭାରତ ଏହି ମ୍ୟାଚରେ ୪ ସ୍ପିନରଙ୍କ ସହ ଓହ୍ଲାଇଥିଲା। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା।
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳ ଗୋଟିଏ ବି ବିଜୟ ହାସଲ କରି ନଥିବା ବେଳେ ବିଦାୟ ନେଇଛି। ନ୍ୟୁଜିଲାଣ୍ଡ ଓ ଭାରତ ନିକଟରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମରୁ ବିଦାୟ ନେଇ ସାରିଥିଲା।
ଆଫଗାନିସ୍ତାନକୁ ଏକ ଦୁର୍ବଳ ଦଳ ଭାବରେ ଗଣାଯାଏ। ତେବେ ନିକଟ ଅତୀତରେ ଏହି ଦଳର ପ୍ରଦର୍ଶନକୁ ଦେଖିଲେ ଏହାକୁ ଡାର୍କ ହର୍ସ ବା ଅଣ୍ଡରଡଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପରାସ୍ତ କରି ବିଦା କରି ସାରିଥିବା ବେଳେ ଶେଷ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଜିତିଲେ ଆଫଗାନିସ୍ତାନ ନିକଟରେ ସେମି ଫାଇନାଲ ପ୍ରବେଶ କରିବାର ସୁଯୋଗ ରହିଛି।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅପରାଜିତ ଶତକୀୟ ଇନିଂସ୍ ଖେଳି ଟିମ୍ ଇଣ୍ଡିଆକୁ ଦମ୍ଦାର ଢଙ୍ଗରେ ଜିତାଇଛନ୍ତି ସିନିଅର୍ ବ୍ୟାଟର୍ ବିରାଟ କୋହଲି । ତାଙ୍କର ଏହି ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କାହିଁକି ତାଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ, ଏହି ମ୍ୟାଚ୍ ତା’ର ବଡ଼ ପ୍ରମାଣ ।
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆୟୋଜକ ଦଳ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସୋମବାର ନ୍ୟୁଜିଲାଣ୍ଡ ୫ ଉଇକଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ଏମିତି କିଛି ଘଟିଲା ଯାହାକୁ ନେଇ ଫ୍ୟାନମାନେ ଚକିତ ହୋଇଯାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ଗାନ କରାଯିବାର ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ଲାଗିଲା ।
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ପାଲଟିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଆଲାନ ବର୍ଡର ପୁରସ୍କାର ହାସଲ କରିଛନ୍ତି।
ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟର ଅନଲାଇନ ବିକ୍ରି ଜାନୁଆରୀ ୨୮ରୁ ଆରମ୍ଭ ହୋଇସାରିଛି । ଏବେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆଜି (୩ ଫେବୃଆରୀ) ଠାରୁ ଆରମ୍ଭ ହୋଇଛି ।
ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।
ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ।
BCCIର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ। ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ। ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଦାୟିତ୍ବ ମିଳିଛି।
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମରୁ ଭାରତ ଖେଳିବାକୁ ଯିବା ପାଇଁ ମନା କରିବା ପରେ ଟୁର୍ନାମେଣ୍ଟ ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ ରାଜି ହେବା ପରଠାରୁ ଏହି ଆଶଙ୍କା ଦୂର ହୋଇଥିଲା। ତେବେ ଆଉଥରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ଦେଖା ଦେଇଛି।
ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୨ ପ୍ରୋଭିଜନାଲ ଦଳ ଘୋଷଣାର ଶେଷ ତାରିଖ ରହିଛି। ଅନ୍ୟ ପକ୍ଷରେ ଦଳରେ କୌଣସି ପରିବର୍ତ୍ତନ ପାଇଁ ଫେବୃୟାରୀ ୧୩ ଶେଷ ତାରିଖ ରହିଛି। ସେହିପରି ଦିନିକିଆ ଦଳର ଉପ ଅଧିନାୟକ ହେବାର ଲକ୍ଷ୍ୟ ରଖିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡିବ।
ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଭାରତ-ପାକିସ୍ତାନ ବିବାଦ ପାଇଁ ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ ତେବେ ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଉପରେ ଏହା ଆର୍ଥିକ ପ୍ରଭାବ ପକାଇପାରେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ ।