Advertisment

Sikandar: 'ସିକନ୍ଦର' ପାଇଁ ରହିଛି କ୍ରେଜ୍; ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ କଲା ରୋଜଗାର

'ସିକନ୍ଦର' ପ୍ରଥମ ଦିନରେ ଆଶା ଠାରୁ କମ୍ ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ କିନ୍ତୁ ଏହା ଦମ ଦେଖାଇଛି। ଏହାକୁ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan movie sikandar close to 100 crore club in 2 days

Salman Khan movie sikandar close to 100 crore club in 2 days

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର' ରବିବାର ରିଲିଜ୍‌ ହୋଇଥିବା ବେଳେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଜମୁଛି। ଆର୍ ମୁରୁଗାଦାସ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ଆଶା ଠାରୁ କମ୍ ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ କିନ୍ତୁ ଏହା ଦମ ଦେଖାଇଛି। ଏହାକୁ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳୁଛି।

Advertisment

ରବିବାର ୩୫.୪୭ କୋଟି ଟଙ୍କା ରୋଜଗାର କରିବା ପରେ ସାଜିଦ୍ ନାଡିଆଡୱାଲାଙ୍କ ବ୍ୟାନର ତଳେ ନିର୍ମିତ ସଲମାନ ଖାନଙ୍କ ‘ସିକନ୍ଦର’ ଭଲ ଆରମ୍ଭ କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଫିଲ୍ମ ରବିବାର ଦିନ ୨୬.୫୦ କୋଟିରୁ ୨୭.୫୦ କୋଟି ଟଙ୍କା ସଂଗ୍ରହ କରିଥିଲା ବୋଲି କୁହାଯାଉଥିଲା।

ତେବେ ନିର୍ମାତା ସୋସିଆଲ ମିଡିଆ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ‘ସିକନ୍ଦର’ ପ୍ରଥମ ଦିନରେ ସାରା ଦେଶରେ ୩୫.୪୭ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ଦ୍ୱିତୀୟ ଦିନରେ ଅର୍ଥାତ୍ ସୋମବାର (୩୧ ମାର୍ଚ୍ଚ) ମଧ୍ୟ ଭଲ ପ୍ରତିକ୍ରିୟା ପାଇଛି।

Advertisment

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

ଯଦି ଆମେ ସୈକ୍ନିଲ୍କରେ ଦିଆଯାଇଥିବା ପ୍ରାରମ୍ଭିକ ତଥ୍ୟକୁ ବିଶ୍ୱାସ କରିବା, ତେବେ ଭାଇଜାନଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ପ୍ରାୟ ୨୯ କୋଟି ଟଙ୍କା ଛୁଇଁଛି। ଏହି ସଂଖ୍ୟା ମଧ୍ୟ ଅଧିକ ହୋଇପାରେ। ପରେ ଏହା ସ୍ପଷ୍ଟ ହୋଇଯିବ।

ତେବେ ‘ସିକନ୍ଦର’ ପାଇଁ ପ୍ରକୃତ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେବ ଯେତେବେଳେ ସବୁ ବଜାର ଇଦ୍ ଛୁଟିଦିନର ମୋଡରୁ ବାହାରି ଆସିବ ଏବଂ ସାଧାରଣ ଭାବରେ କାମ କରିବ। ତେବେ ୩୫.୪୭ କୋଟି ଟଙ୍କାରେ ଖାତା ଖୋଲିବା ପରେ, ‘ସିକନ୍ଦର’ର ଇଦ୍ ରୋଜଗାର ଖୁବ ଶୀଘ୍ର ୧୦୦କୋଟି ଟଙ୍କା କ୍ଲବରେ ଯୋଗ ଦେବାର ସଂଭାବନା ରହିଛି।

ସମୀକ୍ଷା ବିଷୟରେ କହିବାକୁ ଗଲେ, ‘ସିକନ୍ଦର’କୁ ଏତେ ପ୍ରଶଂସା ମିଳି ନାହିଁ ଏବଂ ଗତ ଦୁଇ ଦିନ ଧରି ସଲମାନଙ୍କ କୋର୍ ଫ୍ୟାନ୍ ହେଉଛନ୍ତି ବ୍ୟବସାୟର ମୂଳ ଉତ୍ସ।

କୋଭିଡ୍‌ ପରଠାରୁ, ବଜାରରେ ଦର୍ଶକଙ୍କ ପାଇଁ କଣ୍ଟେଣ୍ଟକୁ ନେଇ ଏକ ପରିବର୍ତ୍ତନ ଆସିଛି ଏବଂ ସଲମାନ ଖାନ ମଧ୍ୟ ସେହି ଅନୁଯାୟୀ ଆଡପ୍ଟ ହେବା ଆବଶ୍ୟକ। ଇଦ୍ ଉତ୍ସବ ହେବା ପରେ ଫିଲ୍ମର ରୋଜଗାର ପ୍ରଭାବିତ ହୋଇପାରେ ଏବଂ ଏବେ ଦେଖିବାକୁ ବାକି ରହିଲା ଫିଲ୍ମଟି ଭାରତର ୧୦୦ କୋଟି ଟଙ୍କା କ୍ଲବ ଆଡକୁ ଯାଉଛି କି ନାହିଁ।

ଅଧିକ ପଢ଼ନ୍ତୁ: ନିରାଶ କରୁଛି କି ସିକନ୍ଦର; ଜଣେ କହିଲେ, ମୁଁ ଦେଖିଥିବା ସବୁଠାରୁ ଖରାପ ଫିଲ୍ମ

Salman Khan Bolywood Salman Khan Films Sikandar
Advertisment
Advertisment