ୟୁକ୍ରେନ ଉପରେ ଋଷିଆ ଏହାର ଆକ୍ରମଣ ଜାରି ରଖିଛି। ୟୁକ୍ରେନର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ ସହର ସୁମି ଉପରେ ଋଷିଆ ଏକ ବାଲିଷ୍ଟିକ ମିସାଇଲ ମାଡ କରିଛି। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୮୩ ଜଣ ଆହତ ହୋଇଥିବା ବେଳେ ଏହା ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି।
ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।
ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁକ୍ରେନର ସୈନିକଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରିଛନ୍ତି। ଫଳରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଛି। ୧୪୦ରୁ ଅଧିକ ଦେଶ ରୁଷ୍ର ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯୁଦ୍ଧ କାହାପାଇଁ ବି ଭଲ ନୁହେଁ। ଏହା ଦ୍ବାରା ଅର୍ଥନୀତି ବିଗିଡ଼ିବା ସହିତ ଜନଜୀବନ ହାନି ଉଭୟ ରାଷ୍ଟ୍ରର ହେଉଛି।
ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ଯାହା କହିଥିଲେ, ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ଜୟଶଙ୍କର ଟ୍ରମ୍ପଙ୍କୁ କହିଥିଲେ ସେ ଜଣେ ‘ଆମେରିକାକ ରାଷ୍ଟ୍ରବାଦୀ’ ନେତା, ଯିଏ କେବଳ ନିଜ ଦେଶର ହିତକୁ ସର୍ବାଗ୍ରେ ପ୍ରାଥମିକତା ଦେଇଥାନ୍ତି । ଏଥସହିତ ଅନାବଶ୍ୟକ ବିଦେଶୀ ଖର୍ଚ୍ଚକୁ ନେଇ ମଧ୍ୟ ସେ ବହୁତ ସତର୍କ ଏବଂ ସଚେତନ ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରଂପ ପ୍ରଶାସନ କହିଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ୬୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଆସିଛି ଆମେରିକା।
ହ୍ବାଇଟ୍ ହାଉସରେ ହାଇଡ୍ରାମା । ଟ୍ରମ୍ପ-ଜେଲେନସ୍କି ପ୍ରବଳ ଯୁକ୍ତିତର୍କ। ଖଣିଜ ଚୁକ୍ତିରେ ସ୍ବାକ୍ଷର ପୂର୍ବରୁ । ଜେଲେନସ୍କି ଦାବି କଲେ ସୁରକ୍ଷା ଗ୍ୟାରେଣ୍ଟି। ଚିହିଁକି ଉଠି ଟ୍ରମ୍ପ କହିଲେ ଷ୍ଟୁପିଡ୍ ପ୍ରେସିଡେଣ୍ଟ। ବୈଠକ ଛାଡ଼ି ପଳେଇଲେ ଜେଲେନସ୍କି। ଅଧୁରା ରହିଗଲା ୟୁକ୍ରେନ୍-ଆମେରିକା ଖଣିଜ ଚୁକ୍ତି ।
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁକ୍ରେନର ମହତ୍ତ୍ୱପୂର୍ଣ୍ଣ ଭାଗ ରୁଷ୍କୁ ମିଳିବା ଉଚିତ୍।
ଅହଂକାର ନୁହେଁ, ଶାନ୍ତି ପାଇଁ ସମାଧାନ ଜରୁରୀ। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ।
୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କୀମାନେ ଯେଉଁଭଳି ଭାବେ ଆମେରିକାସ୍ଥିତ ୱାଲ୍ଡ ଟ୍ରେଡ୍ ସେଣ୍ଟରରେ ବିମାନ ଧକ୍କା କରାଇଥିଲେ, ଆଜି କାଜାନ୍ ଉପରେ ୟୁକ୍ରେନ ଡ୍ରୋନ୍ ଆଟାକର ଦୃଶ୍ୟ ବି କିଛି ସେହିଭଳି ଦେଖାଯାଉଛି। ୮ଟି ଡ୍ରୋନରୁ ୬ଟି ଡ୍ରୋନ୍ ଆବାସିକ କୋଠାରେ ଓ ଗୋଟିଏ ଶିଳ୍ପାଞ୍ଚଳରେ ମାଡ଼ ହୋଇଥିବା ବେଳେ, ଗୋଟିଏ ଡ୍ରୋନ୍ ନଦୀରେ ଖସିଛି ।
କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି।
ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।
୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି ବି କରିଛନ୍ତି ନିମନ୍ତ୍ରଣ ।
ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।
ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କୋଭାଲସ୍କି କହିଛନ୍ତି, ଋଷ ଜାଣୁ ୟୁକ୍ରେନବାସୀ କ’ଣ କରିପାରନ୍ତି । ଘରେ ବସି ସେମାନେ ଆମକୁ ଡରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କୋଭାଲସ୍କି ।
ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ
ଦକ୍ଷିଣ ୟୁକ୍ରେନର ଏହି ଅଞ୍ଚଳ ପ୍ରାୟ ବର୍ଷେ ହେବ ରୁଷ କବଜାରେ ରହିଛି। ଡ୍ୟାମ ମଧ୍ୟ ରୁଷିଆ ସୈନ୍ୟଙ୍କ ଅକ୍ତିଆରରେ ଥିଲା ବୋଲି କୁହାଯାଉଛି । ତେବେ ଡ୍ୟାମ ଭୁଶୁଡ଼ିବା ପରେ ତଳିଆ ଅଞ୍ଚଳକୁ ପାଣି ମାଡ଼ିଯିବା ଫଳରେ ପ୍ରାୟ ଦେଢ଼ ହଜାର ଲୋକ ପରିବାର ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ଘରଛାଡ଼ି ଅନ୍ୟତ୍ର ପଳାଇଛନ୍ତି
ଖାଲି ସେତିକି ନୁହେଁ, ୟୁକ୍ରେନ୍ର ରାଜଧାନୀ କିଭ୍ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । କ୍ରେମଲିନର ଏକ ଗମ୍ବୁଜ ଉପରେ କ୍ରାସ୍ ହେଲା ଡ୍ରୋନ୍ ।
ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଲା ରୁଷିଆ ।
ମା କାଳୀଙ୍କ ଆପତ୍ତିଜନକ ଫଟୋ ଟ୍ୱିଟ୍ କରି ଅଡ଼ୁଆରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ବିରୋଧ ପରେ ପୋଷ୍ଟ ହଟାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।
ୟୁକ୍ରେନର ସୈନିକମାନେ ବର୍ତ୍ତମାନ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବଂଶ ବଢିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ଏପରି ଏକ ନିଆରା ପନ୍ଥା ଆପଣେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ବଂଶ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆଗକୁ ବଢିପାରିବ।
ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ ।
ପୁଟିନ୍ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।
ମୋଦି-ଜେଲେନସ୍କି ଆଲୋଚନା, ଆଲୋଚନା ଓ କୁଟନୈତିକ ସ୍ତରରେ ବିବାଦର ସମାଧାନ ହେବା ଜରୁରୀ ।