• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ଚାଇନିଜ ଷ୍ଟାର୍ଟଅପ DeepSeek ଆପ୍ ବିଗତ ଦିନରେ ସାରା ବିଶ୍ୱରେ ଚହଳ ପକାଇଥିଲା । ବର୍ତ୍ତମାନ ଚୀନର ଆଉ ଏକ ଏଆଇ ମଡେଲ ଟେକ୍ ଇଣ୍ଡଷ୍ଟ୍ରିରେ ହଲଚଲ ସୃଷ୍ଟି କରିଛି, ଯାହାର ନାମ ମାନୁସ । ଅନ୍ୟ ଏକ ଷ୍ଟାର୍ଟଅପ୍ ମୋନିକା ମାନୁସ ନାମକ ଏକ ଶକ୍ତିଶାଳୀ ଏଆଇ ଏଜେଣ୍ଟ ଲଞ୍ଚ କରିଛି, ଯାହା ସ୍ୱାଧୀନ ଭାବରେ ଚିନ୍ତା କରିବାର ଏବଂ କାର୍ଯ୍ୟ କରିବାର କ୍ଷମତା ପାଇଁ ଚର୍ଚ୍ଚାରେ ରହିଛି । ଏହାକୁ ଗୁଗୁଲ୍ ଜେମିନି ଏବଂ ଚାଟ୍ ଜିପିଟି ପରି ଏଆର ମଡେଲ୍ ସହିତ ତୁଳନା କରାଯାଉଛି, ଯାହାକୁ ସର୍ବୋତ୍ତମ ଏଜେଣ୍ଟିକ୍ ମଡେଲ୍ ଭାବରେ ବିବେଚନା କରାଯାଏ । ମାନୁସ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି ।

Manus କ’ଣ ?

ଚୀନର ଷ୍ଟାଟଅପ କମ୍ପାନୀ ମୋନିକା ପ୍ରସ୍ତୁତ କରିଛି ମାନୁସ । ଏହାର ଡେଭଲପରଙ୍କ ଅନୁଯାୟୀ, ଏହି ନୂତନ ଏଆଇ ଏଜେଣ୍ଟ ବାସ୍ତବ ଦୁନିଆର କାର୍ଯ୍ୟଗୁଡ଼ିକୁ ଯୋଜନା କରିବା ସହ କାର୍ଯ୍ୟକାରୀ କରିପାରିବ । ୱେବସାଇଟ୍ ତିଆରି କରିବା ଠାରୁ ଆରମ୍ଭ କରି ଟ୍ରିପ ପ୍ଲାନ କରିବା ଏବଂ ଷ୍ଟକ୍ ବିଶ୍ଳେଷଣ କରିବା ପର୍ଯ୍ୟନ୍ତ ସବୁକିଛି ଖୁବ ସହଜରେ କରିପାରିବେ । ଏହାକୁ ବ୍ୟବହାର କରିବାକୁ ଉପଭୋକ୍ତାଙ୍କୁ କେବଳ ଏକ ପ୍ରମ୍ପ୍ଟ ଦେବାକୁ ପଡ଼ିବ ।

୬ ମାର୍ଚ୍ଚରେ ଲଂଚ ହୋଇଥିଲା ମାନୁସ ଏବଂ ଲଂଚ ହେବାର କିଛି ଦିନ ମଧ୍ୟରେ ହିଁ ଏହା ଖୁବ ଲୋକପ୍ରିୟ ହୋଇପାରିଛି । ଅନେକ ଲୋକ ଏହାକୁ କିଛି ସପ୍ତାହ ପୂର୍ବରୁ ଡିପସିକର ଆରୱାନ ମଡେଲ ସହିତ ତୁଳନା କରୁଛନ୍ତି । ବାସ୍ତବରେ, ଏହାର ସୃଷ୍ଟିକର୍ତ୍ତାଙ୍କ ଅନୁଯାୟୀ, ମାନସ ଏଆଇ ମାନଦଣ୍ଡ ଉପରେ OpenAIର ଗଭୀର ଅନୁସନ୍ଧାନ ଠାରୁ ଭଲ ପ୍ରଦର୍ଶନ କରେ ।

କିପରି କାମ କରେ Manus ?

ମାନୁସ ହେଉଛି ଏକ ସାଧାରଣ ଏଆଇ ଏଜେଣ୍ଟ ଯାହା ବିଭିନ୍ନ କ୍ଷେତ୍ରରେ ଜଟିଳ ଏବଂ ବାସ୍ତବିକ ଦୁନିଆର କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିପାରେ । ରେଗୁଲାର ଏଆଇ ଚାଟବୋଟର ବିପରୀତ ମାନୁସ ଏକ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ବ୍ୟବସ୍ଥା । ପ୍ଲାନିଂ କରିବା, କାର୍ଯ୍ୟକାରୀ କରିବା ଏବଂ ପରିଣାମ ଦେବାରେ ଏହା ସକ୍ଷମ ଅଟେ ।

ମାନୁସର ସ୍ୱତନ୍ତ୍ରତା

ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ମାନୁସକୁ ଡିଜାଇନ୍ କରାଯାଇଛି । ଥରେ କୌଣସି ଉପଭୋକ୍ତା ମାନୁସ ଉପରେ କାର୍ଯ୍ୟ ନ୍ୟସ୍ତ କଲେ, କ୍ଲାଉଡରେ ଏହାର ପ୍ରୋସେସିଂ ଜାରି ରଖେ । ୟୁଜର ଡିଭାଇସକୁ ଡିସକନେକ୍ଟ କଲେ ସୁଦ୍ଧା କାମ କରୁଥାଏ ମାନୁସ । ଅନ୍ୟ ଏଆଇ ପ୍ଲାଟଫର୍ମ ଗୁଡ଼ିକ ପରି ମାନୁସରେ ମଧ୍ୟ ସମୟ ସହିତ ୟୁଜର୍ସଙ୍କ କଥାବାର୍ତ୍ତାରୁ ଶିଖିବାର ସୁବିଧା ଅଛି ।

ଜଟିଳ କାର୍ଯ୍ୟ କରିବାର ଦକ୍ଷତା

ମାନୁସ ଏଆଇ ବିଭିନ୍ନ ଶିଳ୍ପରେ ସ୍ୱୟଂଚାଳିତ ଭାବରେ ଜଟିଳ କାର୍ଯ୍ୟ କରିପାରିବ ବୋଲି ଦାବି କରାଯାଉଛି। ଏଥିରେ ସ୍ୱତନ୍ତ୍ର ଫିଚର ପ୍ରଦାନ କରାଯାଇଛି । ଏଥିରେ କ୍ଲାଉଡ୍ ଆଧାରିତ ଫଙ୍କସନ ବ୍ୟବହୃତ ହୋଇଛି । ବାସ୍ତବ ଦୁନିଆର ଜଟିଳ କାର୍ଯ୍ୟଗୁଡ଼ିକର ସମାଧାନର ଦକ୍ଷତା ରହିଛି ମାନୁସ ପାଖରେ ।

ମାନୁସ କେବଳ ଟେକ୍ସଟ ଜେନେରେଟ କରେନି, ଏହା ୱେବ୍ ବ୍ରାଉଜ୍ କରେ, ଲାଇଭ୍ ୱେବ୍ ପୃଷ୍ଠାଗୁଡ଼ିକ ସହିତ ଯୋଗାଯୋଗ କରେ ଏବଂ ପରବର୍ତ୍ତୀ ସମୀକ୍ଷା ପାଇଁ ସ୍କ୍ରିନସଟ କିମ୍ବା ବ୍ରାଉଜିଙ୍ଗ କାର୍ଯ୍ୟକଳାପକୁ ରେକର୍ଡ କରେ । ଅତିରିକ୍ତ ଭାବରେ ଏହା ଉପଭୋକ୍ତା ଅନୁରୋଧ ଆଧାରରେ ଫାଇଲ୍ ତିଆରି କରିପାରିବ, ଯେପରିକି ପିଡିଏଫ୍‌, ସ୍ପ୍ରେଡସିଟ୍ କିମ୍ବା ଉପସ୍ଥାପନା କରିବା । କମ୍ପାନୀ ଏହାର ଅଫିସିଆଲ୍ ୱେବସାଇଟ୍ manus.imରେ ଏଆଇ ଏଜେଣ୍ଟର ଏକ ଡେମୋ ଭିଡିଓ ସେୟାର କରିଛି । ଏହାର ପ୍ରିଭ୍ୟୁ ଆରମ୍ଭ ହେବାର ୨୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଇଛି ।

ମାନୁସ ଏଆଇର ଉପଲବ୍ଧତା

ବର୍ତ୍ତମାନ ପାଇଁ ମାନୁସ କେବଳ invitation on Web preview ରୂପରେ ଉପଲବ୍ଧ । ଏହାର ଅର୍ଥ ଆପଣଙ୍କୁ ଏହାର ଆକ୍ସେସ ପାଇଁ ରିକ୍ୱେଷ୍ଟ କରିବାକୁ ପଡ଼ିବ । କମ୍ପାନୀ ଏପର୍ଯ୍ୟନ୍ତ ଏହାର ସାର୍ବଜନୀନ ପ୍ରକାଶନ ତାରିଖ ଘୋଷଣା କରିନାହିଁ। ତେବେ ଆସନ୍ତା ସପ୍ତାହରେ ଏହା ସମସ୍ତଙ୍କ ନିକଟରେ ପହଞ୍ଚି ବୋଲି ଆଶା କରାଯାଉଛି। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଆସନ୍ତା ମାସରେ ସେମାନେ ମଡେଲର ଓପନ ସୋର୍ସ କରିବେ, ଯଦ୍ୱାରା ଡେଭଲପର୍ସ ଟିୟର ୱର୍କ ପାଇଁ ଏଆଇ ଏଜେଣ୍ଟକୁ ବ୍ୟବହାର କରିପାରିବେ।

ଏଆଇ ବିଶେଷଜ୍ଞଙ୍କ ଅନୁସାରେ, ଓପନ ଏଆଇ ପରି ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ନୂତନ ଆହ୍ୱାନ ସୃଷ୍ଟି କରିପାରେ ମାନୁସ ଏଆଇ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାନୁସ ଏଆଇକୁ ଡିପସିକ ଲଂଚ କରିବାର ତୁରନ୍ତ ପରେ ଉପସ୍ଥାପନ କରାଯାଇଛି । ଏହାକୁ ଆମେରିକାର ଏଆଇ ବିକାଶ ପାଇଁ Sputnik Moment କୁହାଯାଉଥିଲା । ବର୍ତ୍ତମାନ ମାନୁସ ଏଆଇ ପ୍ରମାଣ କରିଛି, ଚୀନ୍ ମଧ୍ୟ ଅତି କମ୍ ମୂଲ୍ୟରେ ତଥା ବିନା ସହାୟତାରେ ଉନ୍ନତ ମାନର ଏଆଇ ପ୍ରସ୍ତୁତ କରିପାରିବ ।

ମାନୁସ ଏଆଇର ପ୍ରଦର୍ଶନ ଭିଡିଓକୁ ୩୩ ବର୍ଷିୟ ଚୀନର ବୈଷୟିକ ଉଦ୍ୟୋଗୀ ତଥା ମାମୋଥ୍ ମୋବାଇଲ୍ ବ୍ରାଉଜରର ନିର୍ମାତା ଜି ୟିଚାଓ ହୋଷ୍ଟ କରିଛନ୍ତି। ଜି ୟିଚାଓ ଆମେରିକା ସ୍ଥିତ ପିକ ଲ୍ୟାବର ପ୍ରତିଷ୍ଠାତା ଏବଂ ବର୍ତ୍ତମାନ ମାନୁସର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ କହିଛନ୍ତି, ମାନୁସ ଏଆଇ କେବଳ ଏକ ଚାଟବୋଟ ନୁହେଁ, ଏହା ଏକ ଜେନେରାଲ ପର୍ପସ ଏଆଇ ଏଜେଣ୍ଟ, ଯାହା ଚିନ୍ତା କରିବା ସହିତ ପରିଣାମ ପ୍ରଦାନ କରିପାରେ । କଳ୍ପନା ଏବଂ କାର୍ଯ୍ୟକାରିତା ମଧ୍ୟରେ ବ୍ୟବଧାନକୁ ଦୂର କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି ।
 
ଚୀନ୍ ଏବଂ ଆମେରିକା ମଧ୍ୟରେ ରେସ ଚାଲିଛି

ସାରା ବିଶ୍ୱରେ ଏଆର ମଡେଲ ତିଆରି କରିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ରେସରେ ଅଛନ୍ତି ଦୁଇ ପ୍ରମୁଖ ଖେଳାଳି ଆମେରିକା ଏବଂ ଚୀନ୍, ଯେଉଁମାନେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରି ପରସ୍ପରକୁ ପଛରେ ପକାଇବାକୁ ଚାହାନ୍ତି । ଚୀନର ଅଭିବୃଦ୍ଧି ଜାରି ରହିଥିବା ବେଳେ ଅଭିବୃଦ୍ଧିକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା ସଂଶୟରେ ପଡ଼ିଯାଇଛି। ଚୀନର ଅଭିବୃଦ୍ଧି ହ୍ରାସ ପାଇବ କିମ୍ବା ଅଟକିଯିବ ବୋଲି ଚିନ୍ତା କରୁଛି ଆମେରିକା । ତେବେ ଏହି ଦୃଷ୍ଟିକୋଣ ଦୀର୍ଘ ୨୦ ବର୍ଷ ହେଲା ରହି ଆସିଛି, କିନ୍ତୁ ଚୀନ ଏହାକୁ ଖାତିର କରୁନାହିଁ।

୨୦୨୫ରେ ସବୁ କ୍ଷେତ୍ରରେ ଚୀନ ଏକ ପ୍ରତିଯୋଗୀ ଭାବେ ଉଭାହୋଇଛି ଏବଂ ବିଶ୍ୱରେ ଆଗୁଆ ହୋଇପାରିଛି। ଗତ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ DeepSeek ଚୀନର ଦକ୍ଷତା ସମ୍ପର୍କରେ ବିଶ୍ୱକୁ ଜଣାଇଦେଇଥିଲା। ଚୀନ ଦୁଇଟି କାରଣ ପାଇଁ ଆମେରିକାକୁ ଝଟକା ଦେଇଛି । ପ୍ରଥମ କାରଣ ହେଉଛି ଅତ୍ୟାଧୁନିକ ଚିପ୍ସ ନ ଥାଇ ଏବଂ କାଲିଫର୍ନିଆ ଫାର୍ମଗୁଡ଼ିକ ଭଳି ପୁଞ୍ଜି ନ ପାଇ ମଧ୍ୟ ଚୀନାମାନେ ଏହା କରିପାରିଲେ।

ଦ୍ୱିତୀୟ କାରଣ ହେଉଛି, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଏକ କମ୍ପାନୀ ସିଲିକନ୍ ଭ୍ୟାଲି ସହ ସମାନ ହେବ ବୋଲି ଆମେରିକା କେବେ ବି ଭାବି ନ ଥିଲା। ଏବେ ୟୁରୋପ ଏବଂ ଅନ୍ୟ କୌଣସି ଦେଶ ନୁହନ୍ତି, ବରଂ କେବଳ ଚାଇନା ଓ ଆମେରିକା ପାଖରେ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ ବିକାଶ କରିବାର ଦକ୍ଷତା ରହିଛି। ଚୀନାମାନେ କମ୍ ସାଧନରେ ନିଆରା ସଫଳତା ହାସଲ କରିପାରନ୍ତି ବୋଲି ଚୀନ ଦର୍ଶାଇ ଦେଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now