ନିଜର ଦୃଢ଼ ଇଚ୍ଛା ଶକ୍ତି । ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।
ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ।
୨୦୨୨ରେ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ ଜାଣିନେବା।
ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।
ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା।
ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ?
ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।
ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…
ଶିଶୁଟି ବାକ୍ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’