ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ହାର୍ଡକୋର୍ ମାଓବାଦୀ ନିହତ । ଏବେ ବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଅପରେସନ ।
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନର୍ଥ ବ୍ଲକରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଯାଇ ଅମିତ୍ ଶାହଙ୍କୁ ଭେଟିଲେ । ରାଜ୍ୟର ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ସୂଚନା ।
ପୋଲିସ ଜ୍ୟୋତିର ଘରେ ପହଞ୍ଚିବା ପରେ ଦେଖିଥିଲା, ଘରେ କେବଳ ଥିଲା ତା’ର ଟିକି ଭଉଣୀ, ଯିଏ ଘର ପାଖ ଏକ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲା । ଆଉ ଜ୍ୟୋତିର ମା’ ମହୁଲ ଫୁଲ ସଂଗ୍ରହ କରିବାକୁ ଅନ୍ୟ ମହିଳାଙ୍କ ସହିତ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ତା’ର ବାପା ଏବଂ ଜଣେ ଭାଇ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଜ୍ୟୋତିର ଅନ୍ୟ ଦୁଇ ଭାଇ ବିଜାପୁରର ଏକ ଆଶ୍ରମ ସ୍କୁଲରେ ପାଠପଢ଼ୁଥିବା ବେଳେ ବିବାହୀତ ବଡ଼ ଭଉଣୀ ଅନ୍ୟ ଏକ ଗାଁରେ ରହେ ।
ଏନକାଉଣ୍ଟରରେ ଥରହର ମାଓବାଦୀ । ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍ ।
ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।
ଆଲୋକ ଓରଫ୍ ମୁନ୍ନା ଓରଫ୍ ବାଉରୀବନ୍ଧୁ ସେଠୀ। ଘର କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗାଁରେ। ଯିଏ ୨୦ ବର୍ଷ ତଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗାଁ ଛାଡ଼ି ମାଓ ସଂଗଠନରେ ମିଶିଥିବା ଗାଁ ଲୋକେ କହିଛନ୍ତି।
ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ।
ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ। ଜୟୀରାମକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ସୁରକ୍ଷାକର୍ମୀ। ତଥାପି ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚଲପତିର କିଛି ବି ସୁରାଗ ପାଇପାରୁନଥିଲେ। ଜାଣନ୍ତୁ କେମିତି ହେଲା ନିହତ...
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।
ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା । ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ ।
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚାଲିଛି ଉଦ୍ୟମ ।
କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।
ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।
ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା।
ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଥିବା ସୂଚନା ରହିଛି ।
୩ ମାସରେ ୫୦ ମାଓବାଦୀ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ମାଓ ସଂଗଠନ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା ।
ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବା ଅନ୍ୟ ୧୪ ଯବାନ ଗୁରୁତର ହୋଇଥିବା ସୂଚନା।
ଅନ୍ଧାରୀ ଇଲାକା ଛାଡ଼ିଲେ.. ବନ୍ଧୁକକୁ ଦୂରେଇ ବିଶ୍ୱାସକୁ ଧରିଲେ.. ଲାଲଗଡ଼ରୁ ବାହାରି ଆଜି ସେ ଚାଷୀ ନେତା.. ବିକାଶ ପାଇଁ ହୃଦୟରୁ କରୁଛନ୍ତି ଜନତାଙ୍କ ସେବା..
ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।
ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି।
ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଝାଡ଼ଖଣ୍ଡ ୱେଷ୍ଟସିଂଭୂମରେ ଭୁଶୁଡ଼ିଲା ମାବାଦୀଙ୍କ ଗୁପ୍ତ ଆଡ୍ଡା: ୧୧ ବଙ୍କର ସହ ଧ୍ୱସବିଧ୍ୱସ୍ତ ଲାଲ୍ ଶିବିର, କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟୱାଣ୍ଟେଡ୍ ମିଶିର, ସାମ୍ନାକୁ ଆସିଲା ତଥ୍ୟ, ମିଶିରକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜୋରଦାର
ଝାରପଡା ଜେଲରେ ରହିବା ପରେ ପରୀକ୍ଷା ପ୍ରତ୍ୟେକ ଦିନ ଅଧିକାଂଶ ସମୟ ପାଠ ପଢାରେ ଦେଉଥିଲେ ଆଜାଦ୍। ଯାହାର ଫଳ ଏବେ ତାଙ୍କୁ ମିଳିଛି । ପିଜି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦଙ୍କର ସମ୍ପୃକ୍ତି ରହିଛି ।
ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ ।