Advertisment

Subhadra Yojana: ବଡ଼ ଖୁଲାସା: ୧୫୭ ଜଣ ପୁରୁଷ କରିଛନ୍ତି ସୁଭଦ୍ରା ଆବେଦନ

ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ତ୍ରୁଟିରେ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

ସୁଭଦ୍ରା ଯୋଜନା ନେଇ ଆସିଲା ସାଙ୍ଘାତିକ ତଥ୍ୟ। ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ। ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନା ପାଇଁ କରିଛନ୍ତି ଆବେଦନ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।

Advertisment

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି। ମୁଁ ଭାବି ପାରୁନାହିଁ, ପୁରୁଷମାନେ କାହିଁକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ୧୫୭ ଜଣ ପୁରୁଷ ଥିବା ଜଣା ପଡ଼ିଥିଲା।

ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ସ୍ପେଲିଙ୍ଗ ବି ଏକା ହୋଇଥାଏ। ତ୍ରୁଟିରେ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୁଭଦ୍ରା ପାଇଁ ୧ କୋଟି ୭ ଲକ୍ଷ ମହିଳା ହିତାଧିକାରୀ ଆବେଦନ କରିଛନ୍ତି। ଏମପିସିଆଇ ପେଣ୍ଡିଙ୍ଗ ୨ଲକ୍ଷରୁ ଅଧିକ ଥିଲା। ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି, ସେମାନଙ୍କ ଫଟୋ ଉଠିବା ଦରକାର। ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇପାରୁନି। 

ରାଜ୍ୟ ବାହାରେ ଯେଉଁ ମହିଳା ହିତାଧିକାରୀ ଅଛନ୍ତି, ସେମାନେ ବି ସୁଭଦ୍ରା ଆବେଦନ କରିପାରିବେ। ସେମାନେ ସୁଭଦ୍ରା ପାଇଁ ଆବେଦନ କରନ୍ତୁ। ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, କୋରାପୁଟ,ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ବହୁତ ମହିଳା ହିତାଧିକାରୀ ବାହାର ରାଜ୍ୟରେ କାମ କରୁଛନ୍ତି। ସେମାନେ କିପରି ସୁଭଦ୍ରା ପାଇବେ, ସରକାର ସେଥିପାଇଁ ଚେଷ୍ଟା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଦେଉଛନ୍ତି। ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ମାସ ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ: ଖୁସି ଖବର; ଜାନୁଆରୀ ମାସରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

BJP Subhadra
Advertisment
Advertisment