ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କା, SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି ।
ଗତ ୧୩ ତାରିଖ ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲା ଆଶୀର୍ବାଦ। ହେଲେ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ମିଳିନଥିଲା।
ଗୋଟେ ମା’ ତା’ ଦେଢ଼ ବର୍ଷର ପୁଅକୁ ପାଇ ଖୁବ୍ ଖୁସି । ଆଉ ଗୋଟେ ମା’ ତା’ ଝିଅର ଅପେକ୍ଷାରେ କାଟି ସାରିଲାଣି ୫ ବର୍ଷ । ଜଣେ ନିଜ ସନ୍ତାନକୁ ପାଇ ଆତ୍ମହରା । ଆଉ ଜଣେ ନିଜ ଝିଅକୁ ଝୁରି ଝୁରି ସରକାରକୁ ମାଗି ଚାଲିଛି ନ୍ୟାୟ ।
ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ ।
ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।
ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।
ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ୱର ପୋଲିସ ବାରାକରେ ଘଟିଛି ଦୁଃଖଦ ଘଟଣା।
ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।
ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ ଗୋଡ଼ରେ ଗୁଳି ବାଜିଥିଲା ।
ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।
ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍ ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧୀକ ଘଟଣା ସାମ୍ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି ।
ମାଆ,ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।
ପ୍ରତିବାଦ ଭିତରେ ହଜିଗଲା ତାରାଙ୍କ ସୁନା ଚେନ୍ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍ ହଜଚିବାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମାଦେଇ ସୁନା ଚେନ୍ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି ।
ହୋମଗାର୍ଡ ନିଯୁକ୍ତିରେ ବି ମାତିଛନ୍ତି ଠକ ଟାଉଟର୍ ଓ ଦଲାଲ୍ । ମିଡିଲମ୍ୟାନ୍ ବା ମଧ୍ୟସ୍ଥ, ଦଲାଲ ଓ ଟାଉଟରଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କଲା ଓଡ଼ିଶା ପୋଲିସ ।
ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ଅତିରିକ୍ତ ସିପି ନରସିଂହ ଭୋଳ। ବିଧାୟକ ରମେଶ ଜେନା ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ସିପି ବୁଝାଇଥିଲେ।
ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ତିଳୋତ୍ତମା ପ୍ରଧାନ। ୫ ବର୍ଷ ହେବ ସେ ଲୋନ୍ ନାଁରେ ଲୋକଙ୍କୁ ମାରୁଥିଲେ ଚୂନ। ଟଙ୍କା ଲୋଭ ଦେଖାଇ ନେଇଯାଉଥିଲେ ଟଙ୍କା। ଲୋନ୍ କରାଇଦେବି କହି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ।
ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ୱନ୍ଦ ।
୫ ମାସ ଭିତରେ IPS ସ୍ତରରେ ପୁଣି ଏକ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ନୂଆ ସରକାର ଆସିବାର ୯ ମାସ ଭିତରେ ଦୁଇ ଦୁଇ ଥର IPS ସ୍ତରରେ ଅଦଳବଦଳ ହୋଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବର ଡିସିପି ପିନାକ ମିଶ୍ର ବଦଳି କରାଯାଇ ତାଙ୍କ ଜାଗାରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି ।
ଆଜି ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଦ୍ୱାରା ଓଡିଶା ପୋଲିସ୍ ଏସଆଇ ଆଡମିଟ୍ କାର୍ଡ ୨୦୨୫ ଜାରି କରାଯାଇଛି। ଆପଣ ଯଦି ଏନେଇ ଆବେଦନ କରିଛନ୍ତି ତେବେ ଜାଣନ୍ତୁ କେମିତି କରିବେ ଡାଉନ୍ଲୋଡ୍।
ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା ହେବା ନେଇ ସୂଚନା ଜାରି ହୋଇଛି। ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା। ଏହା ସହିତ SI ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା। ବିଭିନ୍ନ ଜିଲ୍ଲା କେନ୍ଦ୍ରରେ OMR ସିଟ୍ରେ ହେବ ଏହି ପରୀକ୍ଷା।
ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ ।
ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ ।