/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737526312.jpg)
Mutton Curry Recipe
ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଆବଶ୍ୟକ ସାମଗ୍ରୀ:
ଖାସି ମାଂସ, କଟା ପିଆଜ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, ତେଲ, ବେସର ବଟା(ଧଳା ସୋରିଷ, ଜିରା, ଲଙ୍କା ଓ ରସୁଣ) ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ।
- ସେଥିରେ ଲୁଣ, ବେସର ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଗୋଳାଇ ଦିଅନ୍ତୁ।
- ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟିବା ପରେ କିଛି ସମୟ ପାଇଁ ରଖି ଦିଅନ୍ତୁ।
- ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
- ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ।
- ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ, ସେଥିରେ ପୂର୍ବରୁ ଥିବା ମସଲାଯୁକ୍ତ ମାଂସର ମିଶ୍ରଣ ପକାନ୍ତୁ।
- ଏବେ ଏହାକୁ ଭଲ ଭାବେ କଷନ୍ତୁ। ବେଶ୍ କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ ମାଂସ ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ।
- କିଛି ସମୟ ପରେ ଢାଙ୍କୁଣି କାଢ଼ି ସେଥିରେ କଟା ଟମାଟୋ ପକାଇବେ।
- ଏବେ ଟମାଟୋକୁ ଭଲ ଭାବେ ଗୋଳାଇ ଦେଇ ମାଂସ ସିଝିବା ଯାଏ ଢାଙ୍କୁଣିକୁ ପୁଣି ଘୋଡ଼ାଇ ଦିଅନ୍ତୁ।
- ମାଂସ ସିଝିଯିବା ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଟନ୍ ବେସର’। ଏହି ରେସିପିଟିକୁ ଗରମ ଗରମ ଭାତ ବା ପଲଉ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ରୋଷେଇ ଟିପ୍ସ: ମନେ ରଖିବେ, ଏଥିରେ ଅଧିକ ପାଣି ରଖିବେ ନାହିଁ।
Advertisment



Related Articles
Internal Turmoil in BJD Bhadrak: ଭୁଶୁଡିବାରେ ଲାଗିଛି ବିଜେଡ଼ିର ଭଦ୍ରକ ଗଡ଼: ପ୍ରଫୁଲ୍ଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ନବୀନ!
POSTED

Sri Mandir: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
POSTED

Ranveer Singh Faces Outrage: କାନ୍ତାରା ଫିଲ୍ମଙ୍କୁ ଥଟ୍ଟା କରି ଫସିଲେ ରଣବୀର ସିଂ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍
POSTED

Pakistan Hiding the Damage: ନିଜ ମାଟିରୁ ଅପରେସନ୍ ସିନ୍ଦୂର ଦାଗ ଲିଭାଉଛି ପାକିସ୍ତାନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)