/odishatv-khabar/media/post_attachments/uploadimage/library/16_9/16_9_0/Weather__1737515590.jpg)
Weather
ଶୀତରେ ଲାଗିଲା ବ୍ରେକ୍। ରାଜ୍ୟରେ ବୃଦ୍ଧି ପାଇଲା ଦିନର ତାପମାତ୍ରା। ଦିନର ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏ ବୃଦ୍ଧି ପାଇଛି। ସେହିପରି ଆଜିଠୁ ରାତିର ତାପମାତ୍ରା ମଧ୍ୟ ବଢିବ । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବିଶେଷ କରି ଦିନ ସହ ରାତିରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ । ତାତି ବଢିବା ସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ତେବେ ୨୩ ତାରିଖ ଯାଏ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।୨୪ ତାରିଖରେ ଘନ କୁହୁଡି ନେଇ କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।
ସୂଚନା ଅନୁସାରେ ରାଜ୍ୟରେ କିଛି ଦିନ ହେବ ଶୀତର ଲହରୀ ଜାରି ରହିଥିଲା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଥିଲା। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଥିଲା। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଥିଲା ଜାଡ଼। ଦେହ ଥରାଇ ଦେଉଥିଲା କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)