Advertisment

Devotees Completed Dandapranam : ୧୫୦ କି.ମି ଦଣ୍ଡପ୍ରଣାମ କରି ଶ୍ରୀମନ୍ଦିର ପହଞ୍ଚିଲେ ଦୁଇ ଭକ୍ତ, ଲାଗିଗଲା ୨ମାସ

କାଳିଆ ପାଖରେ ମାନସିକ । ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଯାତ୍ରା । ଦଣ୍ଡ ପ୍ରଣାମ କରି ୨ମାସ ପରେ ପହଞ୍ଚିଛନ୍ତି ଦୁଇ ଭକ୍ତ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Two Devotees Completed 150 Km Dandapranam

Two Devotees Completed 150 Km Dandapranam

କାଳିଆ ପାଖରେ ମାନସିକ ରଖିଥିଲି। ଦଣ୍ଡ ପ୍ରଣାମ କରି ଆଜି ୨ମାସ ପରେ ତୋ ପାଖରେ ପହଞ୍ଚିଛି। ନିଜ ପାଇଁ ତତେ କିଛି ମାଗିବିନି। ଦୁଇ ଓଳି ଦୁଇ ମୁଠା ମତେ ଖାଇବାକୁ ଦେଉଛୁ। ମୋର ଓ ମୋ ପରିବାରର ଶରୀର ସୁସ୍ଥ ରଖିଛୁ। ଆଉ କ’ଣ ଦରକାର ଯେ ମୋର ? କାହିଁକି ଲୋଭ କରିବି ? ହେ ବିଶ୍ବନିୟନ୍ତା, ଏତିକି ମାଗୁଛି ତୁମ ଦ୍ବାରା ସୃଷ୍ଟି ହୋଇଥିବା ବିଶ୍ବର କଲ୍ୟାଣ କର। ଏମିତି କହି କହି ବଡଦାଣ୍ଡରେ ଦଣ୍ଡ ପ୍ରଣାମ କରି ଗଡ଼ି ଯାଉଥିଲେ ଦୁଇ ଭକ୍ତ। ୫୯ଦିନରେ ୧୫୦ କିଲୋମିଟର ଦଣ୍ଡପ୍ରଣାମ କରି ପହଞ୍ଚିଥିଲେ ଶ୍ରୀମନ୍ଦିର ସମ୍ମୁଖରେ।

Advertisment

ଦଣ୍ଡପ୍ରଣାମ କରି ଶ୍ରୀକ୍ଷେତ୍ର ଯିବାକୁ ଏ ଦୁଇ ଭକ୍ତ ଗଙ୍ଗାଧର ସାମଲ, ପଦାରବିନ୍ଦ ସ୍ବାଇଁଙ୍କୁ ହୋଇଥିଲା କେନ୍ଦୁଝରର ମା ପାଟବାସୀଳିଙ୍କ ସ୍ୱପ୍ନାଦେଶ। ଖାସ ସେଇଥି ପାଇଁ ଦୁହେଁ କେନ୍ଦ୍ରାପଡା ହରିହରକ୍ଷେତ୍ର ମାହଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଦଣ୍ଡପ୍ରଣାମ କରି ବାହାରି ଥିଲେ ଶ୍ରୀମନ୍ଦିର ଅଭିମୁଖେ। ପହଞ୍ଚିବାକୁ ତାଙ୍କୁ ଲାଗିଯାଇଥିଲା ୨ମାସର ସମୟ। ଶରୀରକୁ ଯେତେ କଷ୍ଟ ହେଲେ ମଧ୍ୟ ସେ କଳା କାହ୍ନୁର ମାୟା ଦୁହିଁଙ୍କୁ ଟାଣି ଆଣିଥିଲା ଶ୍ରୀକ୍ଷେତ୍ର।

ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଯାତ୍ରା। ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ଦଣ୍ଡପ୍ରଣାମ କରି ଛୁଟି ଆସୁଥିଲେ ଦୁଇ ଭକ୍ତ। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ କୀର୍ତ୍ତନ ଶୋଭାଯାତ୍ରାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଦୀର୍ଘ ୧୫୦ କିମି ଦଣ୍ଡପ୍ରଣାମ କଥା ଶୁଣି ମନକୁ ଭୟ ଆସୁଥିଲା। ହେଲେ ସେ ଲୀଳାମୟ ତାଙ୍କୁ ଘଣ୍ଟ ଘୋଡାଇ ଭଲରେ ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚାଇ ଦେଇଥିଲେ ।

Advertisment

ସମସ୍ତେ ନିଜ ପାଇଁ ଠାକୁରଙ୍କ ପାଖରେ ମାନସିକ କରନ୍ତି। ହେଲେ ବିଶ୍ବର କଲ୍ୟାଣ ପାଇଁ ଏଭଳି ଦଣ୍ଡପ୍ରଣାମ ମାନସିକ କରିବା ନିହାତି ଭାବେ ଅନନ୍ୟ ।

Jagannath Temple Devotees Puri
Advertisment
Advertisment