/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737534115.jpg)
Diarrhoea Outbreak
କଣାସ ବ୍ଲକର ନୂଆଗାଁ, ଜାଗୁଳେଇପଦର ଓ ନୂଆଦୋକନ୍ଦା ଆଦି ଗାଁରୁ ୮୦ ପାଖାପାଖି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ପରେ ଗାଁରେ ପହଞ୍ଚି ଚିକିତ୍ସା କରୁଛି ସ୍ବାସ୍ଥ୍ୟ ବିଭାଗର ୮ଟି ଟିମ୍। ଲୋକଙ୍କୁ ଔଷଧ ବିତରଣ କରିବା ସହ ପରିମଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ ସହ ଲୋକଙ୍କୁ ଦୂଷିତ ନଦୀ ଜଳ ବ୍ୟବହାର ନକରିବାକୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି।
ଜନସ୍ବାସ୍ଥ୍ୟ ବିଭାଗ ବି ଦୂଷିତ ଦୟାନଦୀ ପାଣି ଯୋଗୁଁ ଏଠି ଝାଡ଼ାବାନ୍ତି ବ୍ୟାପିଥିବା ସ୍ବୀକାର କରିଛି। ନମୁନା ପରୀକ୍ଷାରୁ ଚିହ୍ନଟ ହୋଇଛି ଇ-କୋଲି ବ୍ୟାକ୍ଟେରିଆ। ଏହାପରେ ନଦୀର ସବୁ ଘାଟକୁ ବିଶୋଧନ କରାଯାଉଛି। ସଂକ୍ରମିତ ଅଞ୍ଚଳରେ ଯୋଗାଇ ଦିଆଯାଉଛି ବିଶୁଦ୍ଧ ଜଳ। ନିଜେ ପୁରୀ ଜିଲ୍ଲାପାଳ କଣାସ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବଶୀଘ୍ର ଝାଡ଼ାବାନ୍ତି କୋପ ନିୟନ୍ତ୍ରଣକୁ ଆସିଯିବ। ସବୁ ଘରକୁ କିପରି ପାଇପ୍ ଜଳ ଯୋଗାଣ ହେବା ସେ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)