ବାସୁଦେବପୁର ଯୋଗାଣ ବିଭାଗର ବିଚିତ୍ର ନୀତି। ମୃତ ଲୋକଙ୍କ ନାଁରେ ରାସନ ହଡ଼ପ ହେଉଥିବା ବେଳେ ବିନା ତଦନ୍ତରେ ଜଣେ ଜୀବିତ ଲୋକର ରାସନ କାର୍ଡ କେମିତି କଟିଲା ତାକୁ ନେଇ ଉଠିଛି ପ୍ରଶ୍ନ।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ପ୍ରତି ବ୍ଲକ୍ରେ ୨୦୦ରୁ ୩୦୦ ଅଯୋଗ୍ୟ ରାସନ କାର୍ଡ ହାତିଧିକାରୀ ଅଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।
ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ ।
ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।