Advertisment

IND vs PAK: ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର; ଭାରତ ସାମ୍ନାରେ ୨୪୨ ଟାଗେର୍ଟ...

ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ।

author-image
Sujit kumar Swain
ଅଦ୍ୟତନ ହୋଇଛି
India vs Pakistan Paksitan all out for 241

India vs Pakistan Paksitan all out for 241

ହାଇଭୋଲଟେଜ୍ ଲଢ଼େଇ। ସୁପର ସଣ୍ଡେର ସୁପର ଫାଇଟ୍‌ରେ ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର । ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ। ୨୪୧ ରନ୍‌ରେ ଅଲ୍‌ ଆଉଟ୍‌ ହେଲା ପାକିସ୍ତାନ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଓପନର୍‌ ଯୋଡ଼ି ଆରମ୍ଭରୁ ଫେଲ୍‌ ହୋଇଥିଲେ । ପ୍ରଥମେ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ ବାବର ଆଜମ । ୨୬ ବଲ୍‌ ଖେଳି ୨୩ ରନ୍‌ କରିଥିଲେ ବାବର ଆଜମ । ସେହିପରି ଇମାମ-ଉଲ-ହକଙ୍କୁ ରନ୍‌ ଆଉଟ୍‌ କରି ପାଭିଲି୍ୟନ ପଠାଇ ଦେଇଥିଲେ ଅକ୍ସର ପଟେଲ୍‌ । ତେବେ ସାଉଦ ଶକିଲ ସର୍ବାଧିକ ୭୬ ବଲ୍‌ ଖେଳି ୬୨ ରନ୍‌ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍‌ ଖେଳି ୪୬ ରନ୍‌ କରିଛନ୍ତି । 

Advertisment

ଅନ୍ୟପଟରେ କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଛନ୍ତି । ସେହିପରି ଅକ୍ସର ପଟେଲ୍‌ , ରବିନ୍ଦ୍ର ଜାଡ଼େଜା ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ତେବେ ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ ଉପରେ କେବଳ ଭାରତ ନୁହେଁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ରହିଛି । ଏହି ମ୍ୟାଚ୍ ଜିତି ସେମି ଫାଇନାଲକୁ ଏଣ୍ଟ୍ରି ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଥିସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେବ । 

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

Advertisment

ଅନ୍ୟପଟେ ପାକିସ୍ତାନ ପାଇଁ କର ବା ମର ମ୍ୟାଚ୍ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବ । ଏଥିପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ବାଂଲାଦେଶକୁ ପ୍ରଥମ ମ୍ୟାଚରେ ହରାଇଛି ଟିମ୍ ଇଣ୍ଡିଆ । ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ଫର୍ମରେ ଅଛନ୍ତି ଦୁଇ ଓପନର ରୋହିତ, ଶୁବମନ । 

ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି କର ବା ମର ପରିସ୍ଥିତିରେ ରହିଛି ଆୟୋଜକ ପାକିସ୍ତାନ । ଭାରତଠାରୁ ହାରିଲେ ମହମ୍ମଦ ରିଜୱାନଙ୍କ ଟିମ୍ ସେମିଫାଇନାଲ ରେସ୍‌ରୁ ଏକପ୍ରକାର ବାଦ୍ ପଡିବ । ତେଣୁ ଟୁର୍ଣ୍ଣାମେଣ୍ଟରେ ରହିବା ପାଇଁ ପୂରା ଦମ୍ ଖଟାଇପାରେ ଟିମ୍ ପାକିସ୍ତାନ । ଆହତ କାରଣରୁ ଦୁର୍ଦ୍ଦଷ ବ୍ୟାଟର ଫଖର ଜମାନ ସ୍କ୍ବାଡରୁ ବାଦ୍ ପଡିବା ପାକିସ୍ତାନ ପାଇଁ ବଡ଼ କ୍ଷତି । ତାଙ୍କ ସ୍ଥାନରେ ଇମାମ-ଉଲ୍-ହକଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ ।

ଅଧିକ ପଢ଼ନ୍ତୁ : ପାକିସ୍ତାନ ମାଟିରେ ଚାମ୍ପିଅନ୍ସ ଟ୍ରଫି ବେଳେ ବିରାଟ ଭୁଲ୍, ବାଜିଲା ଭାରତର ଜାତୀୟ ସଙ୍ଗୀତ

Indian Cricket Team Dubai Pakistan Cricketer India Vs Pakistan Match Ind Vs Pak
Advertisment
Advertisment