ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ନେବେ ଫିଡବ୍ୟାକ୍ । ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ ।
ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନେବେ ସରକାର । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ ।
ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ କେନ୍ଦ୍ର ନେତୃତ୍ୱଙ୍କ ମୋହର। କମିଟିରେ କିଏ କିଏ ସ୍ଥାନ ପାଇବେ ? ଯେଉଁମାନେ ବାଦ୍ ପଡିବେ ? ସେମାନଙ୍କୁ କେଉଁଠି ଆଉ କେଉଁ ପଦବୀରେ ଥଇଥାନ କରାଯିବ ? ସେ ନେଇ ହେଉଛି ମାନସ ମନ୍ଥନ। ସେହିପରି ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି।
ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ୟାରେଡ୍ ଅଭ୍ୟାସ ଓ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଟ୍ରାଫିକ୍ ପରିବର୍ତ୍ତନ କରାଯିବ । ଡିସିପି ଭୁବନେଶ୍ୱର ଉତ୍ସବ ପାଇଁ ପରିବର୍ତ୍ତିତ ଟ୍ରାଫିକ୍ ବ୍ୟବସ୍ଥା କରିବେ । ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଉପଯୁକ୍ତ ସାଇନେଜ୍ ଲଗାଯିବ ।
ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା।
ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟରମାନଙ୍କ ମିଳିତ ସହଯୋଗରେ ହେଲକପ୍ଟରକୁ ଲୋଡିଂ କରାଯାଇଥିଲା। ଗତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ହେଲିକପ୍ଟର କେନ୍ଦ୍ରାପଡ଼ା ଆସିଥିଲା।
FM ଅଘଟଣକୁ ନେଇ ତେଜିଲା ରାଜନୀତି । ବିରୋଧୀ କଲେ ମୁଖ୍ୟ ମୁଦ୍ଦା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଚାଲିଲା ହାଇଡ୍ରାମା । ବିଜେଡି ଛାତ୍ର ଓ ଯୁବ ଶାଖା, FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ହୋହଲ୍ଲା ନାରାବାଜି, ପୋଲିସ ସହ ଧସ୍ତାଧସ୍ତି ।
ପୁରୀ ଦଳଚକଟା ଘଟଣାରେ ସୁରକ୍ଷାରେ ଅବହେଳା ସ୍ୱୀକାର କଲେ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ। ଅବହେଳା ଅକ୍ଷମଣୀୟ, ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ।
ପ୍ରଶାସନିକ କଳରେ ପାଣ୍ଡିଆନ ଷ୍ଟାଇଲ ଅପରେସନକୁ ହଟାଇବାକୁ ବଡ ପଦକ୍ଷେପ। ଆଉଟସୋର୍ସିଂ ସିଷ୍ଟମ ଚେର ଖୋଜିବାକୁ ପ୍ରୟାସ ଆରମ୍ଭ। ୧୦ ବର୍ଷର ଫାଇଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
ବର୍ଷ ପୂର୍ତ୍ତି ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ହେବ କି ସଂପ୍ରାସରଣ? ପ୍ରଥମ ଥର ପାଇଁ ନିଜ କ୍ୟାବିନେଟ୍ ରିସଫଲ୍ କରିପାରନ୍ତି ମୋହନ । କିଏ ହେବେ ସାମିଲ?
ନୂଆ ସରକାର, ନୂଆ ନୂଆ ଆଶା, ନୂଆ ଆରମ୍ଭ । ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ଗଲାବର୍ଷ ଠିକ୍ ଆଜିର ଦିନରେ ଖୋଦ୍ ପିଏମ୍ ମୋଦିଙ୍କ ସହ ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରିଥିଲେ ମୋହନ ଚରଣ ମାଝୀ ।
ମହାପ୍ରଭୁଙ୍କୁ ନେଇ ମମତାଙ୍କ ଅହଂକାର । ଦୀଘା ହେଉଛି ଶ୍ରୀ ଜଗନ୍ନାଥ ଧାମ ? ମମତାଙ୍କ ପାଟିରୁ ଏପରି ଦୁଇ ପଦ କଥା ଓ ଦୀଘାର ବିଭିନ୍ନ ସ୍ଥାନରେ ଜଗନ୍ନାଥ ଧାମ ଲେଖାକୁ ନେଇ ଲେଖାଥିବା ଏ ବଡ଼ ବଡ଼ ହୋର୍ଡିଂକୁ ନେଇ ବଢ଼ିଥିଲା ବିବାଦ । ଦୁଇ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଥିଲା ତୁ ତୁ ମେ ମେ ।
'ଯୁବକଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବା ଏବଂ ସରକାରୀ ଚାକିରୀ ଦେବା ଆମ ମାନିଫେଷ୍ଟୋରେ ନିଷ୍ପତ୍ତି ନେଇଥିଲୁ । ସେହି ଅନୁସାରେ ୫ବର୍ଷ ଭିତରେ ୧ଲକ୍ଷ ୫୦ହଜାର ଯୁବକଙ୍କୁ ଆମେ ସରକାରୀ ଚାକିରୀ ଦେବୁ।' - ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ
'ଲୋକଙ୍କୁ ସୁଶାସନ ଦେବା ଆମର କାମ । ଏଥିପାଇଁ ପ୍ରଥମେ ଦୁର୍ନୀତି ହଟାଇବାକୁ ପଡ଼ିଥାଏ। ଆମ ସରକାରରେ ଦୁର୍ନୀତି କଲେ ପିଅନ ଠୁ ନେଇ IAS ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ। ' -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ବି ଭେଟିବା ସହ ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଯାହାକୁ ରାଜ୍ୟର ବିଭିନ୍ନ ମହଲ ପ୍ରଶଂସା କରିବା ଦେଖାଗଲା । କାରଣ ଅଦିନିଆ ଚାଷ ଓ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ସିଧାସଳଖ ସହାୟତା ପାଇପାରିବେ । ପାଣ୍ଠିର ୧୦ ପ୍ରତିଶତ ଏ କ୍ଷେତ୍ରରେ ବିନିଯୋଗ ହେବ ।
ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ।
ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି, 'ଫାଇଭ୍-ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।'
ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ।
ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ନୟାଗଡ ଜିଲ୍ଲାର କଣ୍ଟିଲୋ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ !
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ ।