ସାଗରପଡା ଛକ ନିକଟରେ ରାସ୍ତାକଡରେ ଥିବା ମାର୍କେଟ କଂପ୍ଳେକ୍ସକୁ ଧସେଇ ପଶିଲା ଏକ କଣ୍ଟେନର । ସୌଭାଗ୍ୟବଶତଃ କେହି ଦୋକାନ ଘରେ କି ବାହାରେ ଶୋଇ ନଥିଲେ । ତେଣୁ ଟଳିଗଲା ବଡ ଅଘଟଣ । କିନ୍ତୁ ପାଂଚଟି ଦୋକାନର ଅନେକ କ୍ଷତି ହୋଇଛି ।
ଓଡ଼ିଶା ଫେରୁଛନ୍ତି ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସାନପୁଅ ଏବଂ ପୁତୁରା । ସେମାନେ ଟ୍ରେନ ଯୋଗେ ସିକ୍କିମରୁ ଓଡ଼ିଶା ଫେରୁଛନ୍ତି । ଇତିଶ୍ରୀଙ୍କ ବଡ ଭାଇ ଶିଶିର ନାୟକଙ୍କ ସହ ଉଭୟ ଆସୁଥିବା ଜଣାପଡ଼ିଛି । ମେ ମାସ ୨୯ ତାରିଖରେ ଦୁର୍ଘଟଣା ପରଠାରୁ ସେମାନେ ଚିକିତ୍ସାଧୀନ ଥିଲେ ।
ବିଳମ୍ବିତ ରାତିରେ ପାତ୍ରପଡା ଓଭର ବ୍ରିଜ ଉପରେ ଜାତୀୟ ରାଜପଥ ୧୬ରେ କଣ୍ଟେନର ଷ୍ଟିଅରିଂ ଫେଲ୍ ହେବାରୁ ସାମ୍ନାରେ ଯାଉଥିବା ୨ଟି ଟ୍ରକକୁ ପଛପଟୁ ଧକ୍କା ଦେଇ କଣ୍ଟେନରଟି ଡିଭାଇଡରରେ ପିଟି ହୋଇଛି। ଗୁରୁତର ୨ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଏମ୍ସକୁ ପଠାଇଛି।
ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ ତ୍ରିଶା । ଏତେ ଉଚ୍ଚରୁ ଖସିବା କାରଣରୁ ତାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।
ଦୁଇଟି କାର୍ ମଧ୍ୟରେ ହେଲା ଧକ୍କା । ପଛ କାରରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଆଗ କାରରେ ଥିଲେ ବରିଷ୍ଠ ରାଜନେତା । ପଛ କାର୍ ଧକ୍କା ଦେଲା ଆଗ କାରକୁ । ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ବିମାନ ଦୁର୍ଘଟଣାରେ ଏକାଧିକ ପରିବାର ନିଶ୍ଚିହ୍ନ ହେ।ଇଯାଇଛି । ଅସୁସ୍ଥ ମା’ଙ୍କୁ ଦେଖିବାକୁ ମୁମ୍ବାଇ ଆସିଥିଲେ ସୟଦ ଅଲ୍ଲୀଙ୍କ ପରିବାର । କିନ୍ତୁ ଫେରିବାବେଳେ ପତ୍ନୀ ଓ ଛୁଆ ସହ ପ୍ରାଣହରାଇଲେ ସୟଦ । ସେପଟେ ୩ ଛୁଆଙ୍କ ସହ ଆରପାରିକୁ ଚାଲିଗଲା ଗେ।ଟିଏ ସୁଖୀ ପରିବାର
୧୨ ଦିନ ପରେ ବି କୌଶଳେନ୍ଦ୍ର ଓ ଅଙ୍କିତାଙ୍କୁ ଖୋଜା ଚାଲିଛି । ସିକ୍କିମ ତିସ୍ତା ନଦୀକୁ ଖସିପଡିଥିବା ଟୁରିଷ୍ଟ ବସରେ ଥିଲେ କୌଶଳେନ୍ଦ୍ର ଓ ଅଙ୍କିତା । ବିବାହର ହାତ ଗଣତି କେତୋଟି ଦିନ ପରେ ନିଖୋଜ ହୋଇଯାଇଛନ୍ତି ଏହି ଦମ୍ପତ୍ତି।
ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରେ ଲୁହାରଡ ବାନ୍ଧୁଥିବା ବେଳେ ଖସି ପଡିବାରୁ ଜଣେ ଶ୍ରମିକଙ୍କର ପ୍ରାଣହାନୀ ହୋଇଛି । ଶ୍ରମିକଙ୍କ ଘର ବିହାର ବୋଲି ସୂଚନା ମିଳିଛି ।
କାର ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଚାଲୁଥିଲା । ଡ୍ରାଇଭର୍ ଗୁଟଖା ଛେପ ପକାଇବାକୁ ଡୋର୍ ଖୋଲିଦେଲେ। ତା' ପରେ....
୩୫ ହଜାର କାପାସିଟିରର ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ୨ ଲକ୍ଷରୁ ଅଧିକ ଦର୍ଶକ। ଫଳରେ ଦଳାଚକଟାରେ ୧୧ରୁ ଅଧିକ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିଲେ। ସେହିପରି ଶତାଧିକ ଆହତ ମଧ୍ୟ ହୋଇଥିଲେ।
ପ୍ରତିକୂଳ ପାଗ ଭିତରେ କ୍ରମାଗତ କାଚୁଛି ବର୍ଷା, ବିଗିଡ଼ିଯାଇଛି ସିକ୍କିମର ହାଲ୍। ଏଭଳି ସ୍ଥିତିରେ ଦୁର୍ଘଟଣାକୁ ୪ ଦିନ ବିତିଲାଣି, ସାଙ୍ଗରେ ଯାଇଥିବା ଅନ୍ୟ ସଦସ୍ୟ ଘରକୁ ବାହୁଡ଼ି ଆସିଲେଣି। କିନ୍ତୁ ଇତିଶ୍ରୀଙ୍କ ସହ ୪ ଜଣଙ୍କର ଖୋଜ୍ ଖବର ମିଳୁନି। ଏଣେ ଆଜି ଘରକୁ ଫେରିଥିବା ସଦସ୍ୟଙ୍କ ମୁହଁରୁ ସେହି କାଳରାତିର ଘଟଣା ଶୁଣି ଲୋମଟାଙ୍କୁରି ଉଠୁଛି।
ଭୁବନେଶ୍ୱରର ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାର ଓ ଅଟୋକୁ ପଛରୁ ଧକ୍କା ଦେଇଛି ଏକ କାର । ଦୁର୍ଘଟଣାର ଶିକାର ହୋଇଥିବା ୩ ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି।
ଗଞ୍ଜାମ ସୁବଳୟାଠାରେ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେବା ଫଳରେ ୧୦ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଯାତ୍ରୀମାନେ ଉତ୍ତରପ୍ରଦେଶରୁ ଫେରୁଥିଲେ ବୋଲି ସୂଚନା ମିଳିଛି।
ଜଣାଶୁଣା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତାଙ୍କ ମୁହଁରୁ କାଳ ଶନିବାରର ଘଟଣା ଯେତେଥର ଶୁଣିଲେ ବି ଦେହ ଥରି ଉଠୁଛି । ନୀଳ ସମୁଦ୍ର ଢେଉରେ ଅର୍ପିତା ଓ ତାଙ୍କ ସ୍ବାମୀ ବୋଟିଂର ମଜା ନେବାବେଳେ କିଭଳି ଯମ ଭଳି ମାଡ଼ି ଆସିଥିଲା ବିରାଟ ଜୁଆର ।
'ଆମେ ପୁରୀ ଯାଉଥିଲା ଢେଙ୍କାନାଲ କ୍ରସ୍ କଲି ଯେମିତି ମୋତେ ବାଁ ପଟୁ କୁଟି ଦେଲା ଆଜ୍ଞା...ମୋ ସ୍ତ୍ରୀ ଆଉ ନାହିଁ, ସେ ଚକା ତଳେ ମୋ ପୁଅକୁ ବଞ୍ଚାଇବାକୁ ଯାଇ ସବୁ ସରିଗଲା ।....'
ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଥିଲା। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ୍ତ ହୋଇଥିବା ଜଣା ପଡିଛି।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଲଡ଼ୁଖାଇ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡରରେ ଏକ କାର ପିଟି ହୋଇ ୨ଜଣଙ୍କର ମୃୃତ୍ୟୁ ହୋଇଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।
ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଲି ଜଳଭଣ୍ଡାରରେ ମାଛ ଧରା ଡଙ୍ଗା ବୁଡି ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଅଛନ୍ତି ।
ପୁରୀରେ ବର୍ତ୍ତମାନ ଚନ୍ଦନ ଯାତ୍ରା ଜାରି ରହିଥିବା ବେଳେ ନରେନ୍ଦ୍ର ପୋଖରୀରେ ଘଟିଯାଇଛି ବଡ ଅଘଟଣ। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ପାଣିରେ ବୁଡି ଯାଇଥିବା ବେଳେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ମୃତକ ଦୁଇ ଜଣ ଭେଟନଈ ଗ୍ରାମର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଏକ ଡାଲା ଅଟୋରେ ଯାଇଥିଲେ।
ରିଲ୍ସ କରିବା ପଡିଗଲା ମହଙ୍ଗା । ଟିକିଏ ଅସାବଧାନତା ନେଇଗଲା ଜଣେ ଯୁବକଙ୍କ ଜୀବନ । କ୍ଷତାକ୍ତ ଅବସ୍ଥାରେ ପୋଲ ତଳୁ ମିଳିଲା ମୃତଦେହ ।
ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
କଟକର ଖାନନଗରରେ ନିର୍ମାଣଧୀନ ଏକ ବ୍ରିଜର ସ୍ଲାବ ଖସି ପଡିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖାନନଗରରେ ବ୍ରିଜ ନିର୍ମାଣ ବେଳେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ଭାବେ ୫ ଜଣ ଆହତ ହୋଇଥିଲେ। ଏହା ମଧ୍ୟରୁ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ଥିବା ସୂଚନା ମିଳିଛି।