Advertisment

Bhavani in Similipal National Park: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

କହିବାକୁ ଗଲେ ଭବାନୀ ସମସ୍ତଙ୍କ ମନ କିଣି ନେଇଥିଲା। ସବୁଠାରୁ ରୋଚକ କଥା ହେଉଛି ବନ୍ୟ ଯନ୍ତୁଙ୍କ ଶତ୍ରୁ ପାଲଟିଥିବା ଭବାନୀ ଏହାରି ଭିତରେ ପ୍ରେମରେ ପଡ଼ିଥିଲେ। ସିଏ କୁଆଡେ ପୁରୁଷ ହାତୀ ମହେନ୍ଦ୍ରର ପ୍ରେମରେ ପଡ଼ିଥିଲେ। ମହେନ୍ଦ୍ର ହେଉଛନ୍ତି ଆଉ ଏକ ପୋଷା ପୁରୁଷ ହାତୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Bhavani

Bhavani

ଭବାନୀ କିଏ? ଆପଣ ଭାବୁଥିବେ ଇଏ କୌଣସି ବିଶିଷ୍ଟ ବ୍ୟକ୍ତି ହୋଇଥିବେ ବା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହୋଇଥିବେ। ନାଇଁ ଆଜ୍ଞ ସେମିତି କିଛି ନୁହେଁ। ସିଏ କୌଣସି ବିଶିଷ୍ଟ ବା ପ୍ରତିଷ୍ଠିତ ବ୍ୟକ୍ତି ନୁହଁନ୍ତି। କିନ୍ତୁ ତାଙ୍କଠାରୁ ଆହୁରି ବିଶେଷ କହିଲେ ଅତ୍ୟୁକ୍ତି ହେବ। କାରଣ ସିଏ ହେଉଛନ୍ତି ଏସିଆ ମହାଦେଶର ସର୍ବ ବୃହତ ଜୈବ ମଣ୍ଡଳର ଶିମିଳିପାଳ ଅଭୟାରଣ୍ୟର ରକ୍ଷକ। ବଢ଼ି ଚାଲିଥିବା ଶିକାରୀଙ୍କ ପ୍ରାଦୁର୍ଭାବରୁ ଶିମିଳିପାଳକୁ ବଞ୍ଚାଇଥିଲେ। ଆଜି ସିଏ ବାର୍ଦ୍ଧକ୍ୟ ଜନିତ ରୋଗ ଯନ୍ତ୍ରଣାରେ ଜର୍ଜରିତ। ଦିନେ ତାଙ୍କୁ ଓଡ଼ିଶା ଆଣିବା ପାଇଁ କର୍ଣ୍ଣାଟକ ସରକାରଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ ଓଡ଼ିଶା ସରକାର। ସିଏ ହେଉଛି ମାଈ ହାତୀ ‘ଭବାନୀ’।

Advertisment

ଭବାନୀ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲେ। ରେକର୍ଡ କହୁଛି ‘ଭବାନୀ’କୁ ଯେତେବେଳେ ଶିମିଳିପାଳ ଅଭୟାରଣ୍ୟ ଆଣିଥିଲେ, ସେତେବେଳେ ଓଡ଼ିଶା ସରକାର କର୍ଣ୍ଣାଟକ ସରକାରଙ୍କୁ ସମସ୍ତ ଦେୟ ପ୍ରଦାନ କରିଥିଲେ। ହେଲେ ‘ଭବାନୀ’ଙ୍କ ଲାଳନପାଳନ କରୁଥିବା ତାଙ୍କ ମାଲିକ ଛାଡ଼ି ନଥିଲେ। କାରଣ ସେତେବେଳେ କୁଆଡେ ଭବାନୀ ଗର୍ଭବତୀ ଥିଲେ। ତେଣୁ ସେ ଛାଡ଼ିବାକୁ ନାରାଜ ଥିଲେ। ସେଥିପାଇଁ ଓଡ଼ିଶା ସରକାର ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟଙ୍କ ହସ୍ତକ୍ଷେପ ଓ ଆଦେଶ ପରେ ଭବାନୀକୁ ଶିମିଳିପାଳ ଅଣାଯାଇଥିଲା।

ଅଧିକ ପଢ଼ନ୍ତୁ: ପତ୍ନୀ ସହ ସେଲଫି ହେଲା କାଳ; ଜାଣନ୍ତୁ କେମିତି ନିହତ ହେଲା ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ... 

Advertisment

ଶିମିଳିପାଳ ଆସିବା ପରେ ଭବାନୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଭବାନୀ ପ୍ରଶିକ୍ଷଣ ନେବା ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଲେ। ଶିମିଳିପାଳରେ ବଢ଼ି ଚାଲିଥିବା କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବରେ ବ୍ରେକ୍‌ ଲାଗିଲା। ଏଥିସହ ପଡୋଶୀ ଜଙ୍ଗଲରୁ ପଳାଇ ଆସୁଥିବା ହାତୀଙ୍କୁ ଘଉଡାଉଥିଲେ ଭବାନୀ। ମହାବଘ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲ ଭିତରକୁ ଯିବା ପାଇଁ ହେଲେ ବନ କର୍ମଚାରୀମାନେ ଭବାନୀର ସହାୟତା ଲୋଡୁଥିଲେ। ଶିମିଳିପାଳରେ ସମସ୍ତ ବନ କର୍ମଚାରୀଙ୍କ ମନ ଜିଣିଥିଲେ ଭବାନୀ।

କହିବାକୁ ଗଲେ ଭବାନୀ ସମସ୍ତଙ୍କ ମନ କିଣି ନେଇଥିଲା। ସବୁଠାରୁ ରୋଚକ କଥା ହେଉଛି ବନ୍ୟ ଯନ୍ତୁଙ୍କ ଶତ୍ରୁ ପାଲଟିଥିବା ଭବାନୀ ଏହାରି ଭିତରେ ପ୍ରେମରେ ପଡ଼ିଥିଲେ। ସିଏ କୁଆଡେ ପୁରୁଷ ହାତୀ ମହେନ୍ଦ୍ରର ପ୍ରେମରେ ପଡ଼ିଥିଲେ। ମହେନ୍ଦ୍ର ହେଉଛନ୍ତି ଆଉ ଏକ ପୋଷା ପୁରୁଷ ହାତୀ। ପୂର୍ବରୁ ତା’ର ‘ଶୋଭା’ଙ୍କ ପରି ସୁନ୍ଦର ପତ୍ନୀଟିଏ ଅଛି। ତଥାପି ସିଏ ଭବାନୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଆଉ ତାଙ୍କ ପ୍ରେମରେ ପଡ଼ିଥିଲେ। ଅର୍ଥାତ ଭବାନୀ ଓ ଶୋଭା ହୋଇଗଲେ ମହେନ୍ଦ୍ରଙ୍କ ଦୁଇ ପତ୍ନୀ। ଏମାନଙ୍କ ତାଳମେଳ ଠିକ୍‌ଠାକ୍ ଥିଲା। ମହେନ୍ଦ୍ର ଯେଉଁଠିକୁ ଯାଉଥିଲେ, ସାଥୀରେ କୁଆଡେ ଶୋଭା ଓ ଭବାନୀ ଯାଉଥିଲେ।

ଅଧିକ ପଢ଼ନ୍ତୁ: ଭାରତ-ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ମ୍ୟାଚ୍‌; ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ...

ଯୌବନରେ ଶିମିଳିପାଳ ସୁରକ୍ଷାରେ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ହେଲେ କେତେବେଳେ କେମିତି ବାର୍ଦ୍ଧକ୍ୟ ଗ୍ରାସ କଲା ଜାଣିପାରିଲେ ନାହିଁ ମହେନ୍ଦ୍ର ଓ ତାଙ୍କୁ ଦୁଇ ପତ୍ନୀ ଶୋଭା ଓ ଭବାନୀ। ବାର୍ଦ୍ଧକ୍ୟ କାରଣରୁ ପ୍ରଥମେ ଆଖି ବୁଜିଥିଲେ ଶୋଭା। ଯେଉଁଥିପାଇଁ ଭାଙ୍ଗି ପଡ଼ିଥିଲେ ମହେନ୍ଦ୍ର ଓ ଭବାନୀ। ତାଙ୍କ ପଛେ ପଛେ ଗତ ୧୩ ତାରିଖରେ ଆଖି ବୁଜିଥିଲେ ମହେନ୍ଦ୍ର। ସ୍ୱାମୀଙ୍କ ମୃତ୍ୟୁ ପରେ ପୂରା ଏକୁଟିଆ ହୋଇଯାଇଥିଲେ ଭବାନୀ। ସ୍ୱାମୀଙ୍କ ବିରହ ଓ ପ୍ରବଳ ଶୀତ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ଭବାନୀ। ଶିମିଳିପାଳ ପ୍ରାଣୀ ବିଜ୍ଞାନୀ ଓ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ବେଳେ ବେଳେ ସେ ଘାସ ପଡିଆରେ ଚରୁଛି। ନହେଲେ ସବୁ ବେଳେ ସେମିତି ଶୋଇ ରହୁଛି।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତା ବସା କହିଛନ୍ତି, ଭବାନୀ ସମ୍ପୂର୍ଣ୍ଣ ଶାନ୍ତ ସ୍ୱଭାବର। ଶିମିଳିପାଳ ଅଭୟାରଣ୍ୟ ପାଇଁ ତା'ର ଅନେକ ଅବଦାନ ରହିଛି। ଅତ୍ୟଧିକ ବୟସ ଓ ନିକଟ ଅତୀତରେ ମହେନ୍ଦ୍ର ହାତୀର ମୃତ୍ୟୁ ଖବର ଭବାନୀକୁ ଅବସାଦରେ ରଖିଛି ବୋଲି ସେ କହିଛନ୍ତି।

Elephant Baripada Similipal National Park
Advertisment
Advertisment