ଭଙ୍ଗା ନଳ, ଫଟା କାନ୍ଥ, ଫାଙ୍କା ଚେୟାର, ତାଲା ପଡ଼ିଥିବା କବାଟ ଆଉ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଟାଇଲ ଉଠା ରାସ୍ତା। ଏହି ଚିତ୍ର ଦେଖି ଆପଣ ଭାବୁଥିବେ ଏହା କୌଣିସି ଭୂତକୋଠିର ଦୃଶ୍ୟ। ହେଲେ ପ୍ରକୃତ କଥା ହେଲା...
ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ନହେଲେ ସେମାନେ ମୋତେ ମାରିଦେବେ...। ମୋତେ ଦୟାକରି ପୁଲିସ ଜିମାରେ ଦେଇଦିଅ...। ଏପରି କହି ଅପହୃତ ଯୁବକଟି ଅଚେତ ହୋଇଯାଇଥିଲା। ପରେ ଯୁବକଙ୍କୁ ପାଣି ଛାଟିବା ପରେ ଯୁବକଙ୍କ ଚେତା ଫେରିଥିଲା।
ରାଜ୍ୟ ସରକାର ପ୍ରାକୃତିକ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟକୁ ନେଇ ଉତ୍କର୍ଷ ଓଡିଶାର ନକ୍ସା ପ୍ରସ୍ତୁତ କଲାବେଳେ ଏକ୍ଷେତ୍ରରେ ପୂର୍ବରୁ ଯେଉଁ ଆହ୍ୱାନଗୁଡିକ ଆସିଛି ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ଯାହା ଗତ ପୂର୍ବ ସରକାର ସମୟରେ ଦେଖିବାକୁ ମିଳିଥିଲା । ଓଡିଶାରେ ଆୟୋଜିତ ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ସେଗୁଡିକପ୍ରତି ବିଶେଷ ଧ୍ୟାନାକର୍ଷଣ କରିବାର ଆବଶ୍ୟକତା ଥିଲା । ଦ୍ରୁତ ବିକାଶକୁ ଲକ୍ଷ୍ୟରେ ରଖି ଖଣି ଉତ୍ତୋଳନକୁ ଯେଉଁଭଳି ପ୍ରାଧାନ୍ୟତା ଦିଆଯାଇଛି, ସେହିଭଳି ବିସ୍ତାପନ, ପୁନଃଥଇଥାନ, ଜଳବାୟୁ ପରିବର୍ତ୍ତନ, ପରିବେଶ, ପର୍ଯ୍ୟଟନ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗୀୟ ଆହ୍ୱାନଗୁଡିକ ପ୍ରତି ସେଭଳି ଗୁରୁତ୍ୱ ଦିଆଯାଇନାହିଁ ।
ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ସ୍ଥାନରେ ଲଗାଇଥାଉ, ଯାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ।
କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ ।
କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ ହେବ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।
ସରକାର ଗରିବ ଲୋକଙ୍କ ପାଇଁ ଆଣିଛନ୍ତି ଆଉ ଏକ ସୁଯୋଗ। କିଏ କରି ପାରିବେ ଆବାସ ପାଇଁ ଆବେଦନ ? କଣ ହୋଇଛି ନିୟମରେ ପରିବର୍ତ୍ତନ ? ଆସନ୍ତୁ ଜାଣିବା...
ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି।
ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।
ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।
ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର 8 ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।
କେଉଁଠି ଯିବାକୁ ରାସ୍ତା ନାହିଁ ତ କେଉଁଠି ପିଇବା ପାଣି ଏବଂ ରହଣୀ ଲାଗି ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଫଳରେ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।
ରାଜ୍ୟପାଳ ପ୍ରଦାନ କଲେ ପୋଲିସ ସେବା ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି।
୨୦୨୫ ଲାଗି ଦେଶର ମୋଟ ୧୩୯ ଜଣଙ୍କ ନାଁ ପଦ୍ମ ପୁରସ୍କାର ଲାଗି ଘୋଷଣା ହୋଇଥିବା ବେଳେ ତା ଭିତରେ ଅଛନ୍ତି ୪ ଜଣ ଓଡ଼ିଆ। ଆସନ୍ତୁ ଜାଣିବା ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଚାରି ଓଡ଼ିଆଙ୍କୁ କୃତି ଓ କୃତିତ୍ବ ଉପରେ...
ଶିବ ତାଣ୍ଡବରେ କଂପିଲା ରାଜଧାନୀର ରାଜରାସ୍ତା । ପୌରାଣିକ ବେଶଭୂଷାକୁ, ପାଦରେ ସ୍କେଟିଂ । ରାଜ୍ୟପାଳଙ୍କ ସମ୍ମୁଖରେ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କଲେ କୁନି କୁନି ପିଲା । ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ସସପେଣ୍ଡ ହେଲେ ମାଳବିହାରପୁର ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ।
OSRTC ବସ୍ ଓଲଟି ଏକାଧିକ ଆହତ ହୋଇଛନ୍ତି । ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା ।
ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସାଧାରଣତନ୍ତ୍ର ଦିବସରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଓଡିଶା ଅଭିଶପ୍ତ, ଯାହାକି ଏବେ ପରିବର୍ତ୍ତନ ହୋଇଛି।