ବାଲେଶ୍ୱରରେ ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ।
ଗତକାଲି ବିଳମ୍ବିତ ରାତିରେ କୌଣସି କାମରେ ଯୁବକ ଜଣଙ୍କ ଯାଉଥିଲେ। ଏହି ସମୟରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ଭୟଙ୍କର ବିସ୍ଫୋରଣ। ଏକ ଥରକେ ଫାଟିଲା ୫ ଗ୍ୟାସ ସିଲିଣ୍ଡର। ହୁତୁହୁତୁ ହୋଇ ଜଳିଗଲା ଦୋକାନ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ପହଲଗାମ୍ ନରସଂହାରରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅକୁ ଭେଟି ସାନ୍ତ୍ୱନା ଜଣାଇଲେ ।
କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ?
ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ନାବାଳକ ପୁଅ । କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ?
ଇଏ ହେଉଛନ୍ତି ରସିକିଆ ମାଷ୍ଟର କରୁଣାକର ଗିରି । ପାଠ କମ୍ କିନ୍ତୁ ରସ ଅଧିକା । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଏଠିକାର ଅଭିଭାବକ । ସାର୍ କୁନି କୁନି ଛାତ୍ରୀଙ୍କ ଉପରେ ଖରାପ ନଜର ରଖୁଥିଲେ ।
ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ।
ଆଜି ଭୋରରେ ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ଗତକାଲି ରାତିରେ ମରଶରୀର ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର।
ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ।
ସର୍ବସ୍ୱାନ୍ତ କଲା ରାତାରାତି କୋଟିପତି ହେବାର ନିଶା । ଅନଲାଇନ୍ ଗେମ୍ ଖେଳି ୫ ଲକ୍ଷ ହରାଇବା ପରେ ନିଜକୁ ନିଜେ ଛୁରୀ ଭୁସିଦେଲେ ଯୁବକ ।
ଗାଁକୁ ଯକ୍ଷ୍ମା ଦେଉଛି ଅକଥନୀୟ ଯାତନା । କେବଳ ସ୍ବାସ୍ଥ୍ୟଗତ ନୁହେଁ, ସାମାଜିକ ଯନ୍ତ୍ରଣା । ଟିବି ପାଇଁ ଖାଲି ଟାହିଟାପରା ସହିବାକୁ ପଡ଼ୁନି। ରୋଗ ଭୟରେ ପାଲଟିଛି ଏକ ଅଛୁଆଁ ଗାଁ ।
ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ। ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।
ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୋଲିସ। ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ।
୧୦ ବର୍ଷ ହେଲା ମାଆ କୋଳରୁ ହଜିଯାଇଥିଲା ପୁଅ। ବାପା ମାଡ଼ ମାରି ମାଆଠୁ ପୁଅକୁ ଛଡ଼ାଇ ନେଇ ଲୁଚାଇ ଦେଇଥିଲେ। ବିଜେଡି ନେତାଙ୍କ ଚାପରେ ମାଆଙ୍କୁ ନ୍ୟାୟ ମିଳିନଥିଲା । ହେଲେ ମୋହନ ସରକାର ଆସିଲେ ନ୍ୟାୟ ଦେଲେ ।
ସ୍ଥଳଭାଗକୁ ମାଡ଼ି ଆସୁଛି ସର୍ବଗ୍ରାସୀ ସମୁଦ୍ର। ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।
ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।
ବଲିଉଡର ସୁପର ହଟି ଫିଲ୍ମ ପ୍ୟାଡ୍ ମ୍ୟାନ୍। ଏଥିରେ ଅଭିନୟ କରିଥିଲେ ଅକ୍ଷୟ କୁମାର। ରିଲ୍ର ଏହି କାହାଣୀ ଏବେ ପାଲଟିଛି ରିୟଲ୍। ଚଳଚ୍ଚିତ୍ରର କାହାଣୀ ଭଳି ଏହି ହିରୋଙ୍କ କାହାଣୀ ବି ରୋଚକ। ଇଏ ହେଉଛନ୍ତି ସେହି ସତ୍ୟ ନାରାୟଣ ନାୟକ। ଯିଏ ତିଆରି କରୁଛନ୍ତି ସାନିଟାରୀ ନାପକିନ୍।
ସାନିଟାରୀ ନାପକିନ୍ ତିଆରି କରି ଚର୍ଚ୍ଚାରେ ସତ୍ୟ ନାରାୟଣ ନାୟକ । ପ୍ରଥମେ ପ୍ୟାଡ୍ ବନାଇ ପରୀକ୍ଷା ମୂଳକ ଭାବେ ନିଜ ସ୍ତ୍ରୀଙ୍କୁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ପାଲଟି ଯାଇଛନ୍ତି ଉଦ୍ୟୋଗପତି ।
ଆହତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ କାହିଁକି କାରରେ ଦ୍ରୁତ ଗତିରେ ପଳାଉଥିଲେ ସେନେଇ ସନ୍ଦେହ ବଢିଛି। ଗୋପାଳପୁର ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି।
ସ୍ୟାଡ୍ ଷ୍ଟାଟସ୍ ରଖୁଥିଲେ । ଦୁଃଖଭରା ରିଲ୍ କରୁଥିଲେ । ଶେଷ ଚିଠି ଲେଖି ଝୁଲି ପଡ଼ିଲେ ମହିଳା କନଷ୍ଟେବଳ । ପ୍ରେମ ପାଇଁ ଜୀବନ ହାରିଦେଲେ କି ଲେଡି ପୋଲିସ୍ ?
ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ୱର ପୋଲିସ ବାରାକରେ ଘଟିଛି ଦୁଃଖଦ ଘଟଣା।
ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ପୋଲିସ ଖାକି ତଳେ ଲୁଚିଗଲା ପ୍ରେମ । ଶାରୀରିକ ସମ୍ପର୍କ ରଖି ଠକିଦେଲେ ପୋଲିସ ବାବୁ । ସାଂସଦଙ୍କ ନିକଟରେ ଅଭିଯୋଗ କରିବାପରେ ବନ୍ଧା ହୋଇଛନ୍ତି ଏସଆଇ ବିଜୟ ସାହୁ ।