ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ରାଣୀ।
ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ।
ବସ୍ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।
ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଜୁବଲ୍ ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ରାଜୀବ ସାଂଖ୍ୟାନ। ତାଙ୍କ କହିବା ମୁତାବକ ବସରେ ୭ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛନ୍ତି।
ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।
ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ଦୁଇ ଟ୍ରକ୍ ମଧ୍ୟରେ ସମସ୍ତେ ଚାପି ହୋଇଯାଇଥିଲେ।
ବସ୍ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।
ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ବିହାର ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିହାରର ପାଟନାରେ ଏକ ଅଟୋରିକ୍ସା ବୁଲଡୋଜର ସହ ଧକ୍କା ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ଘଟିଛି ।
ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାରଟି ଅନ୍ୟ ଏକ କାରକୁ ଓଭରଟେକ୍ କରି ଟ୍ରକକୁ ଧକ୍କା ଦେଇଥିଲା। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।
କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।
ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା । ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।
ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ।
ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା